ଏଣିକି ଜାତୀୟ ରାଜପଥରେ ପାଟ୍ରୋଲିଂ ପାଇଁ ସ୍ୱତନ୍ତ୍ର ଫୋର୍ସ, ପ୍ରଥମ ପର୍ଯ୍ୟାୟରେ ୫ଟି ରାଜପଥ ସାମିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ଏଣିକି ଜାତୀୟ ରାଜପଥରେ ପାଟ୍ରୋଲିଂ ପାଇଁ ସ୍ୱତନ୍ତ୍ର ଫୋର୍ସ, ପ୍ରଥମ ପର୍ଯ୍ୟାୟରେ ୫ଟି ରାଜପଥ ସାମିଲ

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୁର୍ଘଟଣା ହାର ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍ ପରେ ରାଜପଥରେ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ସ୍କ୍ୱାଡ୍ ମୁତୟନ କରିବେ। ଏଥିପାଇଁ ସ୍ୱତନ୍ତ୍ର ଭାବେ ନୂଆ ପଦବୀ ସୃଷ୍ଟି କରିବାକୁ ରାଜ୍ୟ ସଡ଼କ ଓ ପରିବହନ ବିଭାଗ ନିଷ୍ପତ୍ତି ନେଇଛି ଏବଂ ରାଜ୍ୟ ଗୃହ ବିଭାଗକୁ ଅନୁମୋଦନ ପାଇଁ ପଠାଇଛି। ପ୍ରଥମ ପର୍ଯ୍ୟାୟରେ ଅଧିକ ଯାତାୟାତ ହେଉଥିବା ୫ଟି ସଡ଼କରେ ପାଟ୍ରୋଲିଂ ନିମନ୍ତେ ଚିହ୍ନଟ କରାଯାଇଛି।

ରାଜ୍ୟସଡ଼କ ପରିବହନ ସଚିବଗୁଡେଶ୍ରୀନିବାସଗତକାଲିରାଜ୍ୟଗୃହବିଭାଗର ପ୍ରମୁଖସଚିବ ଅସିତ‌୍‍ତ୍ରିପାଠୀଙ୍କୁଚିଠିଲେଖିରାଜପଥରେ ପାଟ୍ରୋଲିଂକରିବା ପାଇଁ ନୂଆ ପଦବୀସୃଷ୍ଟିକରିବାକୁବିଭାଗ ଦେଇଥିବାପ୍ରସ୍ତାବକୁ ଅନୁମୋଦନ ନିମନ୍ତେ ଅନୁରୋଧ କରିଛନ୍ତି।ସେକହିଛନ୍ତି ଯେ, ରାଜ୍ୟରେସଡ଼କ ଦୁର୍ଘଟଣାଜନିତମୃତ୍ୟୁବୃଦ୍ଧି ପାଉଥିବାରୁସୁପ୍ରିମକୋର୍ଟକ୍ଷୋଭ ପ୍ରକାଶକରିଛନ୍ତି।ରାଜ୍ୟରେମୋଟ ୨.୨୦ଲକ୍ଷ କିମିସଡ଼କରହିଛି। ଏକ ତୃତୀୟାଂଶ ଦୁର୍ଘଟଣାଜନିତମୃତ୍ୟୁଜାତୀୟରାଜପଥରେହିଁହେଉଥିବାଜଣାପଡ଼ିଛି।ତେଣୁସଡ଼କ ଦୁର୍ଘଟଣାହ୍ରାସକରିବା ପାଇଁ ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତବୈଠକରେରାଜପଥରେସ୍ଥାୟୀ ପାଟ୍ରୋଲିଂ ନିମନ୍ତେ ନୂଆ ପଦବୀସୃଷ୍ଟି ଓ କର୍ମଚାରୀ ନିଯୁକ୍ତିକରିବାକୁ ନିଷ୍ପତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ପାଇଲଟ‌ପ୍ରୋଜେକ୍ଟଭାବେ ଜଳେଶ୍ୱର-ଇଚ୍ଛାପୁରମ୍‌,  ଭୁବନେଶ୍ୱର-ପୁରୀ, ସମ୍ୱଲପୁର-ସୋହେଲୋ, ମଙ୍ଗୁଳି-ସମ୍ୱଲପୁର, ରାଉରକେଲା-ସମ୍ୱଲପୁରରାଜପଥରେଏହି ପାଟ୍ରୋଲିଂକାର୍ଯ୍ୟକରିବାକୁ ନିଷ୍ପତିହୋଇଛି। ଏସବୁରାସ୍ତାରେ ୨୪ଘଂଟିଆ ପାଟ୍ରୋଲିଂକରାଯିବ।

ସୂଚନାଯୋଗ୍ୟ,ଓଡ଼ିଶାରେ ୨୦୧୬ ମସିହାରେସଡ଼କ ଦୁର୍ଘଟଣାରେ ୪୪୬୩ଜଣଙ୍କମୃତ୍ୟୁଘଟିଥିବାବେଳେ ୨୦୧୭ରେ ୪୭୯୦ଜଣଙ୍କମୃତ୍ୟୁହୋଇଛି। ରାସ୍ତା ଦୁର୍ଘଟଣାବୃଦ୍ଧିକୁନେଇସୁପ୍ରିମକୋର୍ଟବିରକ୍ତି ପ୍ରକାଶ କରିବା ପରେ ରାଜ୍ୟସରକାରଏଭଳି ପଦକ୍ଷେପ ନେଇଥିବାଜଣାପଡ଼ିଛି।



from OdishaReporter https://ift.tt/2OcoXGH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages