ଚମକିଲେ କୁଲ୍‌ଦୀପ୍ ଓ ରୋହିତ: ଇଂଲଣ୍ଡକୁ ହରାଇଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 12, 2018

ଚମକିଲେ କୁଲ୍‌ଦୀପ୍ ଓ ରୋହିତ: ଇଂଲଣ୍ଡକୁ ହରାଇଲା ଭାରତ

ppp

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟ୍ୱେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିଥିବା ଭାରତ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହା ସହିତ ୩ଟି ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ରହିଛି।

ନଟିଂହାମ୍‌ରେ ଗତକାଲି ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍ ଜିତି ଫିଲ୍‌ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ଦଳ ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୬୮ ରନ୍ କରିଥିଲା। ଦଳ ପକ୍ଷରୁ ଜୋସ୍ ବଟ୍‌ଲର୍ ୫୩ ରନ୍ କରିଥିବା ବେଳେ ବେନ୍ ଷ୍ଟୋକ୍‌ସ ୫୦, ଜାସନ୍ ରୟ ୩୮, ଜନି ବେୟାରାଷ୍ଟୋ ୩୮, ମୋଇନ୍ ଅଲୀ ୨୪ ଓ ଆଦିଲ୍ ରସିଦ୍ ୨୨ ରନ୍ କରିଥିଲେ। ଭାରତ ପକ୍ଷରୁ କୁଲ୍‌ଦୀପ୍‌ ଯାଦବ ସର୍ବାଧିକ ୬ଟି ୱିକେଟ୍ ନେଇଥିଲେ। ସେ ୧୦ ଓଭର ବୋଲିଂ କରି ମାତ୍ର ୨୫ ରନ୍ ଦେଇ ୬ଟି ୱିକେଟ୍ ନେଇଥିଲେ। ଉମେଶ ଯାଦବ ୯.୫ ଓଭରରେ ୭୦ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିବା ବେଳେ ଚହଲ୍ ଗୋଟିଏ ୱିକେଟ୍ ନେଇଥିଲେ।

rohitengland

୨୬୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଭାରତୀୟ ଦଳ ମାତ୍ର ୪୦.୧ ଓଭରରେ ଏହାକୁ ହାସଲ କରି ନେଇଥିଲା। ଦଳ ମାତ୍ର ଦୁଇଟି ୱିକେଟ୍ ହରାଇଥିଲା। ଶିଖର ଧାୱନ ୪୦ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ବିରାଟ କୋହଲି ୭୫ ରନ୍ କରିଥିଲେ। ବୋଲିଂରେ କୁଲଦୀପ ଯାଦବ ଯାଦୁ ଦେଖାଇବା ପରେ ବ୍ୟାଟିଂରେ କମାଲ କରିଥିଲେ ରୋହିତ ଶର୍ମା। ସେ ଅପରାଜିତ ୧୩୭ ରନ୍ କରିଥିଲେ। ରୋହିତ ୧୧୪ଟି ବଲ୍‌ରୁ ୧୫ଟି ଚୌକା ଓ ୪ଟି ଛକା ମାରିଥିଲେ। ୮୨ଟି ବଲ୍‌ରେ ସେ ଶତକ ପୂରଣ କରିଥିଲେ। ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷ ଶେଷ ଟ୍ୱେଣ୍ଟି-୨୦ରେ ମଧ୍ୟ ସେ ଶତକ ମାରିଥିଲେ। ଲୋକେଶ ରାହୁଲ୍ ୯ ରନ୍ କରି ନଟ୍‌ ଆଉଟ୍ ରହିଥିଲେ।

ଇଂଲଣ୍ଡ ପକ୍ଷରୁ ମୋଇନ୍ ଅଲୀ ଓ ଆଦିଲ୍ ରସିଦ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଆସନ୍ତା କାଲି ଲଣ୍ଡନର ଲର୍ଡସ୍ ଗ୍ରାଉଣ୍ଡରେ ଖେଳାଯିବ।

 



from OdishaReporter https://ift.tt/2LdH6SK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages