
ମାଲକାନଗିରି(ଜିତେନ୍ଦ୍ର ବେଉରା): ଗୁରୁପ୍ରିୟା ଓ ପୋଲାଭରମ୍କୁ ବିରୋଧ କରି ଆଜି ମାଓବାଦୀମାନେ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି। ଏନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର୍ ଓ ବ୍ୟାନର୍ ଲଗାଯାଇଛି। ମାଓବାଦୀଙ୍କ ବନ୍ଦ ଡାକରା ଯୋଗୁଁ ସମସ୍ତ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି। ଏଠାକାର ଲୋକେ ସରକାରୀ ବସ୍ ଉପରେ ଅଧିକ ନିର୍ଭର କରୁଥିବାରୁ ଯା’ଆସରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏଥିସହ ମାଓ ପ୍ରବଣ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି।
from OdishaReporter https://ift.tt/2mxvrU8

No comments:
Post a Comment