ଉଦ୍ଧାର ହେଲେ ଭୂମିକମ୍ପରେ ଫସିଥିବା ୫୦୦ରୁ ଅଧିକ ପର୍ଯ୍ୟଟକ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ଉଦ୍ଧାର ହେଲେ ଭୂମିକମ୍ପରେ ଫସିଥିବା ୫୦୦ରୁ ଅଧିକ ପର୍ଯ୍ୟଟକ 

Indonesia

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ହୋଇଥିବା ଭୂମିକମ୍ପ ପରେ ସେଠାରେ ଥିବା ଲୋମ୍ବୋକ୍‌ ଆଇଲ୍ୟାଣ୍ଡର ମାଉଣ୍ଟ୍‌ ରିନଜାନି ଭୋଲ୍‌କାନୋରୁ ୫୪୩ ପର୍ଯ୍ୟଟକଙ୍କୁ ଉଦ୍ଧାର କରଯାଇଛି।

ଏମାନଙ୍କ ମଧ୍ୟରେ ୧୮୯ ବିଦେଶୀ ପର୍ଯ୍ୟଟକ ଅଛନ୍ତି।

ଭୂକମ୍ପ ଜନିତ ଦୁର୍ଘଟଣାରେ ୧୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।

ରବିବାର ଲୋମ୍ବୋକ୍‌ଆ ଇଲ୍ୟାଣ୍ଡରେ ୬.୪ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏଥିରେ ୩୫୫ ଜଣ ଆହତ ହୋଇଥିବା ବେଳେ ୫୧୪୧ ଲୋକ ବାସହରା ହୋଇଛନ୍ତି। ୧୦୦୦ରୁ ଅଧିକ କୋଠା ଘର ନଷ୍ଟ ହୋଇଯାଇଛି।

ଇଣ୍ଡୋନେସିଆର ସ୍ପେଶାଲ ମିଲିଟାରୀ ଫୋର୍ସ, ପୁଲିସ୍‌ ଓ ଉଦ୍ଧାରକାରୀ ଟିମ୍‌ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ।
ଜଣେ ମୁଖପାତ୍ରଙ୍କ କହିବା ଅନୁସାରେ ରବିବାର ପାହାଡ଼ରେ ୭୨୩ ଜଣ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୧୦୯୦ଅଭିଯାତ୍ରୀ ଚଢ଼ିଥିଲେ।
ପର୍ଯ୍ୟଟକଙ୍କ ମଧ୍ୟରେ ଚାଇନା, ୟୁଏସ୍‌, କାନାଡା, ବ୍ରିଟେନ୍‌, ଫ୍ରାନ୍ସ, ମ୍ୟାଲେସିଆ, ଥାଇଲାଣ୍ଡ, ଜର୍ମାନୀ, ସିଙ୍ଗାପୋର୍‌, ଅଷ୍ଟ୍ରେଲିଆ, ଜାପାନ ଏବଂ ସାଉଥ୍‌ କୋରିଆର ଅଧିକ ଲୋକ ଥିଲେ।



from OdishaReporter https://ift.tt/2vtx75h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages