ଅନୁଷ୍କାଙ୍କ ସହ ସେଲ୍‌ଫି ନେବେ? ଏବେ ଏହା ସମ୍ଭବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 11, 2018

ଅନୁଷ୍କାଙ୍କ ସହ ସେଲ୍‌ଫି ନେବେ? ଏବେ ଏହା ସମ୍ଭବ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲୀଙ୍କ ପତ୍ନୀ ନିଜ ଦକ୍ଷତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ଲକ୍ଷ୍ୟାଧିକ ପ୍ରଶଂସକ ଅଛନ୍ତି। ଆପଣ ବି ଥିବେ। ହୁଏତ କେବେକେବେ ଆପଣ ଅନୁଷ୍କା ଶର୍ମାଙ୍କ ସହ ଭେଟିବାକୁ ଏବଂ ତାଙ୍କ ସହ ସେଲ୍‌ଫି ନେଇପାରିବେ। ଏସବୁ ଏବେ ସମ୍ଭବ ହେବାକୁ ଯାଉଛି। ଖୁବ୍‌ ଶୀଘ୍ର ଆପଣ ଅନୁଷ୍କା ଶର୍ମାଙ୍କୁ ପାଖରେ ପାଇବେ ଏବଂ ତାଙ୍କ ସହ ସେଲ୍‌ଫି ନେଇପାରିବେ। ଆପଣ ଏବେ କେମିତି ଏସବୁ ସମ୍ଭବ ହେବ ସେକଥା ଭାବୁଥିବେ। କଥା ହେଉଛି, ସିଙ୍ଗାପୁର୍‌ର ମ୍ୟାଡମ୍‌ ତୁଷାଦ ସଂଗ୍ରହାଳୟରେ ଅନୁଷ୍କାଙ୍କ ପ୍ରତିମୂତ୍ତି ନିର୍ମାଣ ହେବାକୁ ଯାଉଛି। ଏହି ଷ୍ଟାଚ୍ୟୁ କଥାବାର୍ତ୍ତା ମଧ୍ୟ କରିବ। ଅନୁଷ୍କା ହେଉଛନ୍ତି ଦେଶର ପ୍ରଥମ କଳାକାର ଯାହାର ଟକିଂ ଷ୍ଟାଚ୍ୟୁ ନିର୍ମାଣ ହେବାକୁଯାଉଛି।

ମ୍ୟାଡମ୍‌ ତୁଷାଦ ମ୍ୟୁଜିୟମ୍‌ରେ ଖୁବ୍‌ କମ୍‌ ଲୋକଙ୍କ ପ୍ରତିମୂର୍ତ୍ତିରେ ସ୍ପେଶାଲ୍‌ ଆଟ୍ରାକ୍ଟିଭ୍‌ ଫିଚର୍‌ର ପ୍ରୟୋଗ ହୋଇଥାଏ। ଓପ୍ରା ୱିନଫ୍ରେ, କ୍ରିଷ୍ଟିୟାନୋ ରୋନାଲ୍ଡୋ ଏବଂ ଲିୱିସ୍ ହାମିଲ୍‌ଟନ୍‌ଙ୍କ ପରେ ଏବେ ଅନୁଷ୍କା ଶର୍ମାଙ୍କର ଟକିଂ ଷ୍ଟାଚ୍ୟୁ ନିର୍ମାଣ ହେବାକୁ ଯାଉଛି।ସୂଚନା ଅନୁଯାୟୀ, ସିଙ୍ଗାପୁରର ମ୍ୟାଡମ୍‌ ତୁଷାଦ ମ୍ୟୁଜିୟମରେ ଅନୁଷ୍କାଙ୍କର ଏହା ପ୍ରଥମ ଷ୍ଟାଚ୍ୟୁ ହେବାକୁ ଯାଉଛି। ଏହି ଷ୍ଟାଚ୍ୟୁରେ ଅନୁଷ୍କାଙ୍କ ହାତରେ ଫୋନ୍‌ ରହିବ। ଫଳରେ ଲୋକମାନେ ତାଙ୍କ ସହ ସେଲ୍‌ଫି ନେଇ ପାରିବେ।

ଅନୁଷ୍କା ଶର୍ମା ଆଜିକାଲି ତାଙ୍କ ଅଭିନୀତ ଫିଲ୍ମ “ସଞ୍ଜୁ”ର ସଫଳତା ପାଇବା ପାଇଁ ଆୟୋଜିତ ପାର୍ଟିରେ ବ୍ୟସ୍ତ ରହୁଛନ୍ତି। ଏହି ଫିଲ୍ମରେ ସେ ଏକ ସହଯୋଗୀ କଳାକାର ଭୂମିକାରେ ନଜର ଆସିଛନ୍ତି। ଆଗକୁ ଶାହାରୁଖ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଜିରୋ’ରେ ଆପଣ ଅନୁଷ୍କାଙ୍କୁ ଦେଖିବାକୁ ପାଇବେ।



from OdishaReporter https://ift.tt/2u9aJ0O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages