ଆଜି ଦ୍ୱିତୀୟ ସେମିଫାଇନାଲ୍‌, ଆର୍‌ ପାର୍‌ ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 11, 2018

ଆଜି ଦ୍ୱିତୀୟ ସେମିଫାଇନାଲ୍‌, ଆର୍‌ ପାର୍‌ ଲଢ଼େଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଫିଫା ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ। ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ କ୍ରୋଏସିଆ। ଗୋଟେ ପଟେ କମାଲ ଆଶାରେ କେନଙ୍କ ଇଂଲିଶ ଟିମ୍ ତ ଅନ୍ୟପଟେ ଚକ୍‌ମା ଦେଖାଇବା ଲକ୍ଷ୍ୟରେ କ୍ରୋଏସିଆ।

Image result for england vs croatia

ହୋମ୍ ଗ୍ରାଉଣ୍ଡ ଏବଂ ହୋମ୍‌ କ୍ରାଉଡ୍ ସାମ୍ନାରେ କ୍ୱାର୍ଟରରେ ରଷିଆକୁ ପରାଜିତ କଲାପରେ ବିଲକୁଲ ଏବେ କନଫିଡେଣ୍ଟ କ୍ରୋଏସିଆ ଟିମ୍। ଆର୍ଜେଣ୍ଟିନା, ଡେନମାର୍କ ଏବଂ ନାଇଜେରିଆ ଭଳି ଶକ୍ତିଶାଳୀ ଦଳକୁ ହରାଇ ଦମ୍ ଦେଖାଇଛି କ୍ରୋଏସିଆ। ବିଶ୍ୱକପ ଇତିହାସରେ ଥରେ ମାତ୍ର ସେମିଫାଇନାଲ୍‌ ଖେଳିଛି କ୍ରୋଏସିଆ। ଦୀର୍ଘ ୨୦ ବର୍ଷ ପରେ ପୁଣି ମିଳିଛି ସୁଯୋଗ। ତେଣୁ ଟାଇଟଲ୍‌ ଜିତିବା ସ୍ୱପ୍ନ ସାକାର କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ କ୍ରୋଏସିଆ। ଲୁକା ମୋର୍ଡିକଙ୍କ ଉପରେ ନିର୍ଭରଶୀଳ ଦଳ ଇଭାନ ରାକିଟିକିଙ୍କ ସହ ମିଡ୍‌ ଫିଲ୍ଡରେ ବେଶ ଶକ୍ତିଶାଳୀ ଟିମ୍। ଡିଫେନ୍ସରେ ସାମାନ୍ୟ ଦୁର୍ବଳ ମନେହେଉଥିଲେ ମଧ୍ୟ ଡୋମାଗଜ ଏବଂ ଲଭ୍ରେନଙ୍କୁ  ଦେଖାଇବାକୁ ହେବ ଦମ୍‌। ତାହେଲେ ଯାଇ ପ୍ରଥମଥର ପାଇଁ କ୍ରୋଏସିଆର ଫାଇନାଲ ଖେଳିବାର ସ୍ୱପ୍ନ ସାକାର ହେବ।

Image result for croatia football team

ଅପରପକ୍ଷରେ ଗତ ୨୮ ବର୍ଷ ଧରି ସେମିଫାଇନାଲ ଖେଳିବାର ସ୍ୱାଦ ଚାଖିନଥିବା ଇଂଲଣ୍ଡ ଏବେ ବେଶ୍‌ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି। ଗତ ଦୁଇଟି ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ସେମିରେ ପ୍ରବେଶ କରିଛି କେନଙ୍କ ଯୁବ ବାହିନୀ। ଖାସ୍ କରି କେନ୍‌ ଏବଂ କୋଚ୍ ସାଉଥଗେଟଙ୍କ କେମିଷ୍ଟ୍ରି କମାଲ ରିହିଛି ଏହି ବିଶ୍ୱକପରେ। ପ୍ରି-କ୍ୱାର୍ଟରରେ କଲମ୍ବିଆକୁ ପେନାଲ୍ଟି ଶୁଟ୍ ଆଉଟ ଏବଂ କ୍ୱାର୍ଟରରେ ଶକ୍ତିଶାଳୀ ସ୍ୱିଡେନକୁ ଚକମା ଦେବା ପରେ ଆର ପାର୍‌ର ଲଢ଼େଇ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଇଂଲିଶ ଟିମ୍। ହ୍ୟାରି ମାଗୁଇର ଏବଂ ଡେଲ ଅଲ୍ଲିୀଙ୍କ ପ୍ରଦର୍ଶନ ଓ ଆଶ୍‌ଲେ ୟଙ୍ଗଙ୍କ ଭଳି ଭେଟେରାନ ଖେଳାଳିଙ୍କ ଅଭିଜ୍ଞତା ବଳରେ ଟାଇଟଲ ସ୍ୱପ୍ନକୁ ସାକାର କରିବା ଲକ୍ଷ୍ୟ ନେଇ ଓହ୍ଲାଇବ ବ୍ରିଟିଶ ବାହିନୀ। Image result for england football team



from OdishaReporter https://ift.tt/2L8Dy4f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages