ଆସିକା (ମନୋଜ ମୁନୀ): ବିଜେଡି କର୍ମୀଙ୍କ ଦାଦାଗିରି! ପୁଲିସ ଉପସ୍ଥିତିରେ ପ୍ରତିବାଦ କରୁଥିବା ବିଜେପି ନେତାଙ୍କୁ ନିର୍ଧୁମ ଛେଚିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଗଞ୍ଜାମରୁ ଆସିଛି।
ଆଜି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅଫିସ୍ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିଲା। ଏଥିରେ ଘୁମୁସର ସାଂଗଠନିକ ଜିଲ୍ଲା କୃଷକ ସେଲ୍ ସଭାପତି ପ୍ରଦୀପ ପତ୍ରୀ ଓ ତାଙ୍କର କିଛି କର୍ମୀ ଯୋଗଦେଇ ବାହାଡାଗୁଡା ଗ୍ରାମରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଥିଲେ। ଏହି ଦୁର୍ନୀତିରେ ସଂପୃକ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ପ୍ରଦୀପ। କିନ୍ତୁ ବିଜେଡି କର୍ମୀଙ୍କୁ ଏହା ହଜମ ହୋଇନହେଲା। ପରେ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ମାଡ ମରାଯାଇଥିଲେ ମଧ୍ୟ ପୁଲିସ ନିରବ ଦ୍ରଷ୍ଟା ସାଜିଥିଲା। ତେବେ ଏନେଇ ଉଭୟ ଦଳର କର୍ମୀଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ
from OdishaReporter https://ift.tt/2LYqJtx
No comments:
Post a Comment