ସାମ୍ବାଦିକ ସମ୍ମିଳନୀରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବାପି ସର୍ଖେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ସାମ୍ବାଦିକ ସମ୍ମିଳନୀରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବାପି ସର୍ଖେଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦୀପରେ କ୍ରାଇମ୍‌ ସିଣ୍ଡିକେଟ୍‌ର ରିଙ୍ଗ୍‌ ମାଷ୍ଟର ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡା. ଦାମୋଦର ରାଉତ। ଖୋଲାଖୋଲି ଏମିତି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ। ବାପି ଏକ ସାମ୍ବାଦିକ ସମ୍ମିଳନୀ କରି ଏ କଥା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି।

ଗ୍ୟାଙ୍ଗଷ୍ଟର୍‌ ଟିଟୋ ଗିରଫ ହେବା ପରେ ଅପରାଧୀ-ବିଜେଡି ଲିଙ୍କ ନେଇ ତନାଘନା ଆରମ୍ଭ ହୋଇଥିବା ବେଳେ ଗୋଟିଏ ପରେ ଗୋଟିଏ ଅପ୍ରତ୍ୟାଶିତ ଘଟଣା ଘଟୁଛି। ଏହି ସିରିଜ୍‌ରେ ବାପିଙ୍କ ସାମ୍ବାଦିକ ସମ୍ମିଳନୀ ମଧ୍ୟ ଗୋଟିଏ ବୋଲି ଧରାଯାଇପାରେ।

ପ୍ରଥମେ ଟିଟୋ ଗିରଫ ହେବା ପରେ ନିକଟରେ ଏସ୍‌ଟିଏଫ୍‌ ଡମ୍ପର ଆସୋସିଏସନର ସମ୍ପାଦକ ବାପୁ ପରିଡ଼ାଙ୍କୁ ଗିରଫ କରିଛି। ବାପିଙ୍କ ମତରେ ଡା ରାଉତ ଓ ବାପୁଙ୍କ ଭିତରେ ରହିଛି ନିବିଡ଼ ସମ୍ପର୍କ। ଏମିତିକି ବିଭିନ୍ନ ଟେଣ୍ଡର ପ୍ରକ୍ରିୟାକରଣ  ସମୟରେ ବାପୁଙ୍କୁ ଅଗ୍ରାଧିକାର ଦେବାକୁ ଖୋଦ୍‌ ଦାମବାବୁ କୁଆଡେ ପ୍ରଶାସନିକ ଅଧିକାରୀଙ୍କୁ ସୁପାରିସ୍‌ କରିଛନ୍ତି ବୋଲି ବାପି ଅଭିଯୋଗ କରିଛନ୍ତି।

ଖାଲି ସେତିକି ନୁହେଁ ୨୦୧୬ରେ ଡା. ରାଉତ ନିଜ ମନ୍ତ୍ରୀପଦର ଦୂରୁପଯୋଗ କରି ତାଙ୍କୁ(ବାପି ସର୍ଖେଲ) ଫଲ୍ସ କେସ୍‌ରେ ଗିରଫ କରିବାକୁ ତତ୍କାଳୀନ ଜଗତ୍‌ସିଂହପୁର ଏସ୍‌ପିଙ୍କୁ ମଧ୍ୟ ସୁପାରିସ୍‌ କରିଥିବା ସେ ଅଭିଯୋଗ ଉଠାଇଛନ୍ତି।



from OdishaReporter https://ift.tt/2NXYHiG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages