ପରମ୍ପରା ଭାଙ୍ଗିଲା, ମନ୍ଦିରରେ ନିଯୁକ୍ତି ପାଇଲେ ଅଣ ବ୍ରାହ୍ମଣ ପୂଜକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ପରମ୍ପରା ଭାଙ୍ଗିଲା, ମନ୍ଦିରରେ ନିଯୁକ୍ତି ପାଇଲେ ଅଣ ବ୍ରାହ୍ମଣ ପୂଜକ

ଚେନ୍ନାଇ(ଓଡ଼ିଶା ରିପୋର୍ଟର): ମନ୍ଦିରରେ ପୂଜା କରିବାକୁ କି ଠାକୁରଙ୍କ ବିଗ୍ରହ ଛୁଇଁବାକୁ କେବଳ ବ୍ରାହ୍ମଣଙ୍କ ଅଧିକାର ରହିଥିବା ଅନେକ ଲୋକ ବିଶ୍ୱାସ କରନ୍ତି। ଏହା ମଧ୍ୟ ଭାରତର ଏକ ପ୍ରଚଳିତ ସାଧାରଣ ନିୟମ । ଏମିତି ବି କହିପାରନ୍ତି ଏହା ସବୁଠାରୁ କଠୋର ଧାର୍ମିକ ନିୟମ। କାନ୍ଧରେ ଉପବୀତ ଥିଲେ ଆପଣ ବି ଠାକୁରଙ୍କ ସେବାପୂଜା ପାଇଁ ଯୋଗ୍ୟ ହେବେ, କିନ୍ତୁ ଜ୍ଞାନ ଆଉ ଶ୍ରଦ୍ଧାକୁ ଆଧାର କରି ମନ୍ଦିରରେ ସେବକ ଦାୟିତ୍ୱ ନେବା ଭଳି କୌଣସି ବ୍ୟବସ୍ଥା ଆମ ଦେଶରେ ନାହିଁ କହିଲେ ଚଳେ। ଫଳରେ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ହିନ୍ଦୁ ମନ୍ଦିରଗୁଡ଼ିକରେ ଏଭଳି କଠୋର ଜାତିବାଦ ଦେଖିବାକୁ ମିଳେ। ଯାହାକୁ ଆମେ ଧାର୍ମିକ ଶୃଙ୍ଖଳା ଭାବେ ଗ୍ରହଣ କରି ଆସିଛୁ। କିନ୍ତୁ ଏହି ପରମ୍ପରା ଭାଙ୍ଗି ନୂଆ ଇତିହାସ ସୃଷ୍ଟି ହୋଇଛି ତାମିଲନାଡ଼ୁରେ। ଏଠାରେ ଥିବା ଏକ ମନ୍ଦିରରେ ପ୍ରଥମ ଥର ଲାଗି ଯୋଗ୍ୟତା ଭିତ୍ତିରେ ଜଣ ଅଣ ବ୍ରାହ୍ମଣ ବ୍ୟକ୍ତିଙ୍କୁ ଠାକୁରଙ୍କ ସେବା ପୂଜା ଲାଗି ନିଯୁକ୍ତି ଦିଆଯାଇଛି।

ମଦୁରାଇରେ ଥିବା ଥଲକୁଲ୍ଲମ ଆୟପ୍ପମ୍‌ ମନ୍ଦିରରେ ନିଯୁକ୍ତି ପାଇଛନ୍ତି ଏହି ଅଣ ବ୍ରାହ୍ମଣ ଯୁବକ। କିଛି ରୁଢ଼ିବାଦୀ ହିନ୍ଦୁ ଏହାକୁ ନାପସନ୍ଦ କରୁଥିଲେ ବି ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଡିଏମ୍‌କେର ଏହା ନୈତିକ ବିଜୟ ବୋଲି ଅନେକ ଗଣମାଧ୍ୟମ କହିଛନ୍ତି।

କାରଣ ୧୯୭୦ ମସିହାରୁ ଡିଏମ୍‌କେ ଅଧ୍ୟକ୍ଷ ଏମ୍‌. କରୁଣାନିଧି ଏଭଳି ଏକ ସାହାସିକ ପଦକ୍ଷେପ ନେବାକୁ ଅଣ୍ଟା ଭିଡ଼ିଥିଲେ। ଯାହା ଏତେ ବର୍ଷ ପରେ ଆଜି ସଫଳ ହୋଇଛି। କରୁଣାନିଧି ଏବେ ସ୍ୱାସ୍ଥ୍ୟଗତ କାରଣରୁ ରାଜନୀତିରେ ପୂର୍ବଭଳି ସକ୍ରିୟ ନ ଥିଲେ ବି ଏହି ନିଷ୍ପତ୍ତି ତାଙ୍କୁ ଏକ ପ୍ରକାର ଆସ୍ୱସ୍ତ କରିଛି ବୋଲି ବିଭିନ୍ନ ଗଣମାଧ୍ୟମ କହିଛନ୍ତି। କାରଣ ଦେଶରେ ଜାତି ଭିତ୍ତିରେ ନୁହେଁ ଆଗ୍ରହ ଓ ଜ୍ଞାନ ଭିତ୍ତିରେ ଜଣେ ବ୍ୟକ୍ତି ମନ୍ଦିର ପୂଜକ ହୋଇପାରିବ ବୋଲି ସେ ହିଁ ପ୍ରଥମେ କହିବା ସଙ୍ଗେସଙ୍ଗେ ଏଥିପାଇଁ ଦୃଢ ସ୍ୱର ଉତ୍ତୋଳନ କରିଥିଲେ। ପରବର୍ତ୍ତୀ ସମୟରେ ଏହା ସୁପ୍ରିମ୍‌କୋର୍ଟକୁ ବିଚାର ପାଇଁ ଯାଇଥିଲା।



from OdishaReporter https://ift.tt/2M7IvuG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages