ସପ୍ତମ ଥର ପାଇଁ ବଢ଼ିଲା ଚିଟ୍‌ଫଣ୍ଡ କମିଶନଙ୍କ କାର୍ଯ୍ୟକାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ସପ୍ତମ ଥର ପାଇଁ ବଢ଼ିଲା ଚିଟ୍‌ଫଣ୍ଡ କମିଶନଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିଟ୍‌ଫଣ୍ଡ ଜମାକାରୀଙ୍କ ସୁରକ୍ଷା ଓ ସେମାନଙ୍କ ଅର୍ଥ ଫେରସ୍ତ ନିମନ୍ତେ ଗଠିତ ଜଷ୍ଟିସ୍ ଏମ୍.ଏମ୍.ଦାଶ କମିଶନଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ପୁଣି ବଢ଼ାଇଛନ୍ତି। ସପ୍ତମ ଥର ପାଇଁ ତାଙ୍କର କାର୍ଯ୍ୟକାଳ ବଢ଼ିଛି।

ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚିଟ୍‌ଫଣ୍ଡ ମାମଲାରେ ଜମାକାରୀଙ୍କ ଅର୍ଥ ଫେରସ୍ତ ପାଇଁ କମିଶନ ପଦକ୍ଷେପ ନେଉଥିବାରୁ ଜଷ୍ଟିସ୍ ଦାଶଙ୍କ କାର୍ଯ୍ୟକାଳକୁ ପୁଣିଥରେ ଆଉ ୬ ମାସ ପାଇଁ ବୃଦ୍ଧି କରାଯାଇଛି।

୨୦୧୫ ଜାନୁୟାରୀ ମାସରେ ଜଷ୍ଟିସ୍ ଆର.କେ.ପାତ୍ରଙ୍କ ମୃତ୍ୟୁ ପରେ ଜଷ୍ଟିସ୍ ଦାଶଙ୍କୁ  ୨୦୧୫ ଫେବୃୟାରୀ ମାସରେ ଚିଟଫଣ୍ଡ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା। ସେବେଠୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରତି ୬ ମାସରେ ତାଙ୍କର କାର୍ଯ୍ୟକାଳ ବଢ଼ାଇ ଚାଲିଛନ୍ତି।



from OdishaReporter https://ift.tt/2LDyadv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages