
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିଟ୍ଫଣ୍ଡ୍ ଲିଙ୍କରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବଙ୍କୁ ସିବିଆଇ ପଚରାଉଚରା କରିଛି। ବିପ୍ଲବ ନିଜ ଅଫିସ୍ରେ ଲଗାଇଥିବା ଏକାଧିକ କମ୍ପ୍ୟୁଟର୍ର ବିଲ୍ ଚିଟ୍ଫଣ୍ଡ୍ ସଂସ୍ଥା ଅର୍ଥତତ୍ତ୍ୱ (ଏଟି) ଆକାଉଣ୍ଟରୁ ପୈଠ ହୋଇଥିବା ସିବିଆଇ ସୁରାକ ପାଇଥିଲା। ଏହାପରେ ସିବିଆଇ ଅଧିକାରୀ ତାଙ୍କ ଅଫିସ୍କୁ ଯାଇ ଯାଞ୍ଚ କରିଥିଲେ। ପରେ ତାଙ୍କୁ ହାଜର ହେବା ଲାଗି ସମନ ଜାରି କରାଯାଇଥିଲା।
ଏନେଇ ବିପ୍ଳବଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ତାଙ୍କ ବାପା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ ସେମିତି କିଛି ହୋଇନାହିଁ।
ଅନ୍ୟପକ୍ଷରେ ଜଣେ ପ୍ରତିଷ୍ଠିତ ବିଲ୍ଡର୍ ଓ ହୋଟେଲ ମାଲିକଙ୍କୁ ମଧ୍ୟ ସିବିଆଇ ଜେରା କରିଥିବା ସୂଚନା ମିଳିଛି।
from OdishaReporter https://ift.tt/2mchnz7
No comments:
Post a Comment