ଟିଟୋର ପତ୍ନୀଙ୍କୁ ଜେରା କରିପାରେ କ୍ରାଇମ୍‌ବ୍ରାଞ୍ଚ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 12, 2018

ଟିଟୋର ପତ୍ନୀଙ୍କୁ ଜେରା କରିପାରେ କ୍ରାଇମ୍‌ବ୍ରାଞ୍ଚ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର ଟିଟୋର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଛି। ଆଜି ତାକୁ କୋର୍ଟରେ ହାଜର କରାଯିବ। ରିମାଣ୍ଡ ସମୟରେ ଗ୍ୟାଙ୍ଗଷ୍ଟର ଟିଟୋର ସାମ୍ରାଜ୍ୟ ସଂପର୍କରେ ଖୋଳତାଡ଼ କରିଛି କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ୍‌ ଟାକ୍ସ ଫୋର୍ସ(STF)। ଏହାଛଡ଼ା ଟିଟୋର ପତ୍ନୀ ବେନଜିର୍‌ ବିବିଙ୍କୁ ଏସ୍‌ଟିଏଫ୍ ଜେରା କରିବାକୁ ଯୋଜନା ରଖିଛି। କାରଣ ତାଙ୍କ ନାଁରେ ପ୍ରଚୁର ସମ୍ପତ୍ତି ରହିଛି। କୌଣସି ବୃତ୍ତି ନଥାଇ ସେ କେମିତି ଏତେ ସମ୍ପତ୍ତିର ମାଲିକାଣୀ ହେଲେ ସେ ନେଇ ଏସ୍‌ଟିଏଫ୍ ଜାଣିବାକୁ ଚାହୁଁଛି।

ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ମଧ୍ୟରେ ପଚରାଉଚରା ବେଳେ ଟିଟୋର ୯୦ ଲକ୍ଷ ଟଙ୍କା ମୂଲ୍ୟର ଏକ ଅଡି କାର୍‌ର ସନ୍ଧାନ ପାଇଛି କ୍ରାଇମ୍‌ବ୍ରାଞ୍ଚ୍‌। ତା’ସହ ୫ଟି ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରିଛି କ୍ରାଇମ୍‌ବ୍ରାଞ୍ଚ୍‌। କେନ୍ଦ୍ରାପଡ଼ା ଏସ୍‌ବିଆଇରେ ଥିବା ଟିଟୋର ୫ଟି ଆକାଉଣ୍ଟର ୧୬ ଲକ୍ଷ ୪୨ ହଜାର ଟଙ୍କା ଫ୍ରିଜ୍ କରାଯାଇଛି। ଟିଟୋର ବେନାମୀ ପେଟ୍ରୋଲ୍‌ ପମ୍ପ୍ ନେଇ ଖୋଳତାଡ଼ ଜାରି ରହିଛି।

 



from OdishaReporter https://ift.tt/2L6fd2g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages