ଅଳ୍ପ ସମୟରେ ସୁନ୍ଦର ଓ ଷ୍ଟାଇଲିସ୍‌ ଦେଖାଯିବାକୁ ଚାହୁଁଛନ୍ତି? ଆପଣାନ୍ତୁ ୭ଟି ମେକ୍‌ଅପ୍‌ ଟିପ୍ସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 12, 2018

ଅଳ୍ପ ସମୟରେ ସୁନ୍ଦର ଓ ଷ୍ଟାଇଲିସ୍‌ ଦେଖାଯିବାକୁ ଚାହୁଁଛନ୍ତି? ଆପଣାନ୍ତୁ ୭ଟି ମେକ୍‌ଅପ୍‌ ଟିପ୍ସ୍

 

ଆଜିକାଲି ସମସ୍ତେ ଷ୍ଟାଇଲିସ୍‌ ଓ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି। ଆଉ ସେଥିପାଇଁ ଦରକାର ପରଫେକ୍ଟ୍‌ ମେକ୍‌ଅପ୍‌। ବ୍ୟସ୍ତମୟ ଜୀବନରେ ଭଲ ଭାବେ ମେକ୍‌ଅପ୍‌ ନେବା ପାଇଁ କାହା ପାଖରେ ଅବା ସମୟ ଅଛି! ସମସ୍ତେ ଅଳ୍ପ ସମୟରେ ସୁନ୍ଦର ଓ ଷ୍ଟାଇଲିସ୍‌ ଦେଖାଯିବାକୁ ଚାହାଁନ୍ତି। ଆଜି ଆମେ ଆପଣଙ୍କୁ ଏମିତି କିଛି  ବିୟୁଟି ଟିପ୍ସ୍‌ ଦେବୁ ଯାହା ଦ୍ୱାରା ଆପଣ ବହୁତ କମ୍‌ ସମୟରେ ବହୁତ ସୁନ୍ଦର ଓ ଷ୍ଟାଇଲିସ୍‌ ଦେଖାଯିବେ।

୧) ସବୁ ବେଳେ ଚେଷ୍ଟା କରିବେ ୱାଟରପ୍ରୁଫ୍ ମେକ୍‌ଅପ୍‌ ପ୍ରଡକ୍ଟସ୍‌ ବ୍ୟବହାର କରିବାକୁ। ବିଶେଷ କରି ଆଇ ଲାଇନର୍‌, ଲିପ୍‌ ଲାଇନର୍‌, କଜଳ, ମସ୍କାରା ଆଦି ୱାଟରପ୍ରୁଫ୍ ହେଲେ ଭଲ। କାରଣ ଅତ୍ୟଧିକ ଗରମ ହେଲେ ଏଗୁଡ଼ିକ ଝାଳ ସାଙ୍ଗରେ ବହି ଯାଏ ନାହିଁ।

୨) ପ୍ରଥମେ ଚେହେରାକୁ ଭଲ ଭାବେ ଧୋଇ ଦିଅନ୍ତୁ। ସଫା କପଡ଼ାରେ ମୁହଁ ପୋଛିବା ପରେ ତୁଳାରେ ଗୋଲାପ ଜଳ ନେଇ ଲଗାନ୍ତୁ। ଏହା ବ୍ୟତୀତ ସଫା କପଡ଼ାରେ ବରଫ ରଖି ମୁହଁରେ ଘଷିଲେ ମୁହଁ ସତେଜ ଦେଖାଯାଏ।

୩) ଏବେ ଫେସ୍‌ ସିରମ୍‌ ଲଗାନ୍ତୁ। ଏହା ଦ୍ୱାରା କମ୍‌ ଝାଳ ବାହାରି ଥାଏ। ବିଶେଷ କରି ଏହା ଅଏଲି ସ୍କିନ୍‌ ପାଇଁ ଭଲ। ଏହାଦ୍ୱାରା ମୁହଁ ଅଠା ହୁଏ ନାହିଁ।

୪) ବର୍ତ୍ତମାନ ଫାଉଣ୍ଡେସନ୍‌ ଲଗାଇବାର ବେଳ। ଫାଉଣ୍ଡେସନ୍‌କୁ କେବେ ହେଲେ ହାତରେ ଢାଳି ମୁହଁରେ ମାଲିସ କରନ୍ତୁ ନାହିଁ। ପ୍ରଥମେ ଫାଉଣ୍ଡେସନ୍‌କୁ ମୁହଁ ସାରା ବିନ୍ଦୁ ବିନ୍ଦୁ କରି ଲଗାନ୍ତୁ। ପରେ ଏହାକୁ ମାଲିସ୍‌ କରି ମୁହଁ ସାରା ଲଗାଇ ଦିଅନ୍ତୁ।

୫) ଖରାଦିନେ ପାଉଡର ବ୍ଲସ୍‌ ଜାଗାରେ କ୍ରିମ୍‌ ବ୍ଲସ୍‌ ବ୍ୟବହାର କରନ୍ତୁ। ଏହା ଦ୍ୱାରା ମୁହଁରେ ଚମକ ଫେରିଆସେ।

୬) ଆଖିର ମେକ୍‌ଅପ୍‌ ସବୁଠୁ ଅଧିକ ଜରୁରୀ। ତେଣୁ ଆଖି ମେକ୍‌ଅପ୍‌ କଲାବେଳେ ଲିକ୍ୱିଡ୍‌ ଲାଇନର୍‌ ବଦଳରେ ଜେଲ୍‌ ଲାଇନର୍‌ ବ୍ୟବହାର କରନ୍ତୁ। ଏହା ଅନେକ ସମୟ ଯାଏଁ ରହେ।

୭) ଲିପ୍‌ଷ୍ଟିକ୍‌ ମୁହଁକୁ ଆହୁରି ସୁନ୍ଦର କରି ଦିଏ। ଖରା ଦିନେ ଯଦି ଲିପ୍‌ଷ୍ଟିକ୍‌କୁ ବେଶି ସମୟ ଯାଏଁ ଚମକଦାର କରି ରଖିବାକୁ ଚାହୁଁଛନ୍ତି, ତା’ହେଲେ ପ୍ରଥମେ ଓଠରେ ଭଲ ଭାବେ ଫାଉଣ୍ଡେସନ୍‌ ଲଗାଇ ମସାଜ୍ କରନ୍ତୁ। ତା’ ପରେ ଲିପ୍‌ଷ୍ଟିକ୍‌ ଲଗାନ୍ତୁ। ସେହିପରି ମ୍ୟାଟ୍‌ ଲିପ୍‌ଷ୍ଟିକ୍‌ ଲଗାଉଥିଲେ ପ୍ରଥମେ ଲିପ୍‌ ଗ୍ଲସ୍‌ ଲଗାନ୍ତୁ ଓ ପରେ ଲିପ୍‌ଷ୍ଟିକ୍‌ ଲଗାନ୍ତୁ।

 



from OdishaReporter https://ift.tt/2uqojfL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages