ଟଙ୍କା ପାଇଁ ଫିଲ୍ମ କରେ: ଅନୀଲ୍‌ କପୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ଟଙ୍କା ପାଇଁ ଫିଲ୍ମ କରେ: ଅନୀଲ୍‌ କପୁର

anil

ମୁମ୍ବାଇ: ଅନୀଲ କପୁର ଏବେ ତାଙ୍କ ଆଗାମୀ ଫିଲ୍ମ ‘ଫନ୍ନେ ଖାଁ’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ରାଜ୍‌ କୁମାର ରାଓ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଗତ ମାସରେ ତାଙ୍କ ଅଭିନୀତ ଫିଲ୍ମ ‘ରେସ୍‌-୩’ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ତାଙ୍କ ସହିତ ସଲମାନ୍ ଥିଲେ। ନିକଟରେ ଏକ ସାକ୍ଷାତକାରରେ ଅନୀଲଙ୍କୁ ପଚରାଯାଇଥିଲା ଯେ ସେ କାହିଁକି ‘ରେସ୍‌ ୩’ରେ ଅଭିନୟ କରିଥିଲେ। ଟିକେ ହସି ଦେଇ ସେ କହିଥିଲେ,“ଟଙ୍କା ପାଇଁ।  ଯେତେବେଳେ ବି ମୁଁ କୌଣସି ଫିଲ୍ମ ସାଇନ୍‌ କରେ ସେତେବେଳେ ଟଙ୍କା କଥା ଭାବିଥାଏ। ଅଭିନୟ ମୋର ନିଶା ସହ ମୋ ପେସା ମଧ୍ୟ। ଅଭିନୟ କରି ମୁଁ ପରିବାର ଚଳାଏ। ଯଦି ମୁଁ ଅଧିକ ଟଙ୍କା ରୋଜଗାର କରିବା ପ୍ରତି ଧ୍ୟାନ ନଦେବି, ତେବେ ମୋ ପରିବାର କେମିତି ଚଳିବ? ସେଥିପାଇଁ ମୁଁ ଟଙ୍କାକୁ ଗୁରୁତ୍ୱ ଦେଇଥାଏ।”

୪୦ ବର୍ଷ ହେଲାଣି ଅନୀଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ସେ ଦୁଇ ଥର ଜାତୀୟ ଫିଲ୍ମ ପୁରସ୍କାର ପାଇଥିବା ବେଳେ ବିଭିନ୍ନ ବର୍ଗରେ ୬ ଥର ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି। ଅଭିନେତା ସହିତ ସେ ଜଣେ ପ୍ରଯୋଜକ ମଧ୍ୟ।

 



from OdishaReporter https://ift.tt/2M3LvZ2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages