କାହିଁକି ରାଗିଲେ ସୁମିତ୍ରା ମହାଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

କାହିଁକି ରାଗିଲେ ସୁମିତ୍ରା ମହାଜନ

ନୂଆଦିଲ୍ଲୀ: ସର୍ବଦା ବିରୋଧୀଙ୍କ ସହ ହସି ହସି କଥା ହେଉଥିବା ତଥା ଲୋକସଭାରେ ହୋ-ହଲ୍ଲା ସତ୍ତ୍ୱେ ଶାନ୍ତ ରହୁଥିବା ବାଚସ୍ପତି ସୁମିତ୍ରା ମହାଜନ ଆଜି ହଠାତ୍‌ କ୍ରୋଧିତ ହୋଇପଡ଼ିଥିଲେ। ଏଥିସହ ବିରୋଧୀଙ୍କୁ ତାଚ୍ଛଲ୍ୟ ମଧ୍ୟ କରିଥିଲେ। ଆଜି ଲୋକସଭାର ଶୂନ୍ୟ କାଳରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ପକ୍ଷରୁ ପୁଣିଥରେ ଦେଶରେ ବଢ଼ି ଚାଲିଥିବା ମବ୍‌ ଲିନ୍‌ଚିଂ ଉପରେ ସରକାର ସ୍ଷଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଥିଲେ। ଏହି ସମୟରେ ବାଚସ୍ପତି କହିଥିଲେ, ଗତକାଲି ବିରୋଧୀ ଦଳର ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇଥିଲେ। ସରକାର ମଧ୍ୟ ଏହାର ଜବାବ ଦେଇଥିଲେ। ପୁଣି ଆଜି କ’ଣ ପାଇଁ ଏହି ପ୍ରସଙ୍ଗ ଉଠିବ? ବାଚସ୍ପତିଙ୍କ ଏଭଳି କଥା ଶୁଣି ବିରୋଧୀ ହୋ-ହଲ୍ଲା କରିଥିଲେ। ଏଥିରେ ରାଗି ଯାଇ ବାଚସ୍ପତି କହିଥିଲେ, ପ୍ରତିଦିନ ଗୋଟିଏ ପ୍ରସଙ୍ଗରେ ଆଲୋଚନା କରିବା ଠିକ୍‌ ନୁହେଁ। ଗତକାଲି କିଛି ସାଂସଦ ମବ୍‌ ଲିନ୍‌ଚିଂ କଥା ଉଠାଇଥିଲେ। ଆଜି ପୁଣି ଆଉ କ’ଣ ନୂଆ କଥା କହିବେ? ବିରୋଧୀ ଦଳରୁ କ’ଣ ପ୍ରତ୍ୟେକ ସଦସ୍ୟ ସେଇ ସମାନ କଥା କହିଲେ ସେମାନଙ୍କ ମନ ଶାନ୍ତି ହେବ? ଯଦି ଏଭଳି କଥା ତା’ହେଲେ ଆପଣମାନେ ସମସ୍ତେ ଜଣ ଜଣ କରି ସମାନ କଥା କୁହନ୍ତୁ, ମୁଁ ଶୁଣିବାକୁ ପ୍ରସ୍ତୁତ। ଏତିକି କହି ବାଚସ୍ପତି ସୁମିତ୍ରା ମହାଜନ ବିରୋଧୀଦଳ ନେତା ମଲ୍ଲିକାର୍ଜୁନ ଖାଡଗେଙ୍କୁ ମବ୍‌ଲିନ୍‌ଚିଂ ଉପରେ କହିବାକୁ କହିଥିଲେ। ସେ ଏହାକୁ ସମ୍ୱେଦନଶୀଳ ଘଟଣା ବୋଲି କହୁଥିବା ବେଳେ ବାଚସ୍ପିତି କହିଥିଲେ, ସମସ୍ତେ ଏକଥା ଜାଣିଛନ୍ତି। ଆଗକୁ କୁହନ୍ତୁ। ପୁଣି ଖାଡଗେ ତାଙ୍କ ମତ ରଖି ସରକାରଙ୍କ ଉପରେ ବର୍ଷିଥିଲେ। ଖାଡଗେ ନିଜର ମତ ରଖି ସାରିବା ପରେ ବାଚସ୍ପତି  ତାଚ୍ଛଲ୍ୟଭରା କଣ୍ଠରେ କହିଥିଲେ, ଏବେ ମନ ଶାନ୍ତି ହୋଇଗଲା?



from OdishaReporter https://ift.tt/2mFWlt9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages