ଶେଷ ସୁଯୋଗ: ତୃତୀୟ ସ୍ଥାନ ପାଇଁ ହେବ ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 13, 2018

ଶେଷ ସୁଯୋଗ: ତୃତୀୟ ସ୍ଥାନ ପାଇଁ ହେବ ଲଢ଼େଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଖେଳାଯିବ ଫିଫା ବିଶ୍ୱକପର ତୃତୀୟ ସ୍ଥାନ ପାଇଁ ମ୍ୟାଚ। ଇଂଲଣ୍ଡ ଓ ବେଲଜିୟମ୍‌ ଟିମ୍‌ର ବିଶ୍ୱକପ ସ୍ୱପ୍ନ ଭାଙ୍ଗିବା ପରେ ଏବେ ତୃତୀୟ ସ୍ଥାନ ପାଇଁ ହେବ ଲଢ଼େଇ। ଇଂଲଣ୍ଡ ସେମିଫାଇନାଲ୍‌ରେ କ୍ରୋଏସିଆ ଠାରୁ ୧-୨ ଗୋଲ୍‌ରେ ପରାସ୍ତ ହୋଇଥିବା ବେଳେ ଫ୍ରାନ୍ସ ଠାରୁ ୧-୦ରେ ପରାସ୍ତ ହୋଇଥିଲା ବେଲ୍‌ଜିୟମ୍‌।

Related image

ଚଳିତ ବିଶ୍ୱକପରେ ଆରମ୍ଭରୁ ଏହି ଦୁଇ ଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲ୍‌ରେ ପହଞ୍ଚିପାରି ନଥିଲେ। ପ୍ରଥମ ୫ଟି ମ୍ୟାଚରେ ଲଗାତାର ବିଜୟ ପରେ ସେମିଫାଇନାଲ୍‌ରେ ପରାଜୟର ସାମ୍ନା କରିଥିଲା ବେଲଜିୟମ୍‌। ଗୋଟିଏ ଗ୍ରୁପରେ ଥିବା ଇଂଲଣ୍ଡ ଓ ବେଲଜିୟମ୍‌ ପୂର୍ବରୁ ସାମ୍ନାସାମ୍ନି ହୋଇସାରିଛନ୍ତି ଲିଗ୍ ପର୍ଯ୍ୟାୟରେ। ଯେଉଁ ମ୍ୟାଚ୍‌ରେ ଇଂଲଣ୍ଡକୁ ୧-୦ ଗୋଲରେ ପରାସ୍ତ କରିଥିଲା ବେଲଜିୟମ୍‌।

Related image

ଚଳିତ ବିଶ୍ୱକପ ଆରମ୍ଭରୁ ଯେଉଁଭଳି ଆକର୍ଷଣୀୟ ଖେଳ ଜାରି ରଖିଥିଲେ, ଫୁଟବଲ ପଣ୍ଡିତ ଆଶା କରିଥିଲେ ଏହି ଦୁଇ ଟିମ୍‌ ମଧ୍ୟରୁ ଗୋଟିଏ ଟିମ୍‌ ବିଜେତା ହେବ ବୋଲି। ହେଲେ ଏହି ସବୁ ଅଙ୍କ ଭୁଲ୍‌ ପ୍ରମାଣିତ କରି ଫ୍ରାନ୍ସ ଓ କ୍ରୋଏସିଆ ଫାଇନାଲ୍‌ ଟିକେଟ୍‌ ହତେଇଛନ୍ତି। ଆସନ୍ତା ୧୫ ତାରିଖ ରବିବାର ଦିନ ଫିଫା ବିଶ୍ୱକପ ଗ୍ରାଣ୍ଡ୍‌ ଫାଇନାଲ୍‌ ମ୍ୟାଚ୍‌ ଫ୍ରାନ୍ସ ଓ କ୍ରୋଏସିଆ ମଧ୍ୟରେ ଖେଳାଯିବ।

Image result for world cup



from OdishaReporter https://ift.tt/2L7Bmxa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages