ସିଆରପିଏଫ ପାଟ୍ରୋଲିଂ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ, ୨ ଯବାନ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 13, 2018

ସିଆରପିଏଫ ପାଟ୍ରୋଲିଂ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ, ୨ ଯବାନ ସହିଦ

ଶ୍ରୀନଗର: ପୁଣି ଥରେ କଶ୍ମୀର ଉପତ୍ୟକାରେ ମାତିଛନ୍ତି ଆତଙ୍କବାଦୀ । ଜାମ୍ମୁ ଓ କାଶ୍ମୀର ଅନନ୍ତନାଗରେ ସିଆରପିଏଫ୍ ପେଟ୍ରୋଲିଂ ପାର୍ଟିକୁ ଆଜି ସକାଳୁ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏହି ଗୁଳିମାଡ଼ରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ସୁରକ୍ଷାକର୍ମୀଙ୍କ ପାଟ୍ରୋଲିଂ ପାର୍ଟି । ସପ୍ତାହକ ମଧ୍ୟରେ ସିଆରପିଏଫ୍ ପାଟ୍ରୋଲିଂ ପାର୍ଟି ଉପରେ ହୋଇଛି ତୃତୀୟ ଥର ହମ୍‌ଲା।  ପୁଲଓ୍ୱାମା ଓ ତ୍ରାଲ୍ ପରେ ଆଜି ସକାଳୁ ଅନନ୍ତନାଗରେ ଫୁଟିଛି ଗୁଳି।  ସୂଚନା ଅନୁସାରେ, ଆଜି ସକାଳୁ ଅନନ୍ତନାଗର ଅଚବଳ ଚୌକରେ ହଠାତ୍ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ପ୍ରାୟ ୧୦ ମିନିଟ୍‌ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା।

ଗତ ସପ୍ତାହକ ମଧ୍ୟରେ ସିଆପିଏଫ୍ ପାଟ୍ରୋଲିଂ ପାର୍ଟି ଉପରେ ଏହା ତୃତୀୟ ଆକ୍ରମଣ ଘଟଣା। ଏହାପୂର୍ବରୁ ସୋମବାର ପୁଲଓ୍ୱାମାରେ ସିଆରପିଏଫ୍ ପାଟ୍ରୋଲିଂ ପାର୍ଟି ଉପରେ ଗ୍ରେନେଡ୍ ମାଡ଼ ହୋଇଥିବା ବେଳେ ସେହିଦିନ ତ୍ରାଲ୍ ଅଞ୍ଚଳରେ ମଧ୍ୟ ଗ୍ରେନେଡ୍ ମାଡ଼ ଘଟଣା ନଜରକୁ ଆସିଥିଲା



from OdishaReporter https://ift.tt/2LblDNm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages