ଭୋକରେ ମରି ଗଲେ ତିନି ଭଉଣୀ; ୮ ଦିନ ଧରି କିଛି ଖାଇବାକୁ ପାଇନଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ଭୋକରେ ମରି ଗଲେ ତିନି ଭଉଣୀ; ୮ ଦିନ ଧରି କିଛି ଖାଇବାକୁ ପାଇନଥିଲେ

death

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରାୟ ୮ ଦିନ ହେବ କିଛି ଖାଇବାକୁ ପାଇ ନଥିବା ଗୋଟିଏ ପରିବାରର ତିନି ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଘଟଣାଟି ମଙ୍ଗଳବାର ସକାଳେ ମଣ୍ଡାୱଲି ଅଞ୍ଚଳରେ ଘଟିଛି। ମୃତ ଶିଶୁମାନେ ହେଲେ ମାନସୀ (୮), ଶିଖା (୪) ଓ ପାରୁଲ (୨)। ଏମାନେ ତିନି ଭଉଣୀ।

ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ଅନାହର ଓ ଅପପୁଷ୍ଟି ବୋଲି ଲେଖାଯାଇଛି। ବ୍ୟବଚ୍ଛେଦ ବେଳେ ପିଲାମାନଙ୍କ ପେଟରୁ ଟିକେ ବି ଖାଦ୍ୟ ମିଳିନଥିଲା। ଡାକ୍ତରଙ୍କ କହିବା ଅନୁସାରେ ୭ରୁ ୮ ଦିନ ହେବ ଏମାନେ କିଛି ଖାଇ ନଥିଲେ।

ମୃତ ପିଲାମାନଙ୍କ ମାଆ କହିଛନ୍ତି, “କିଛି ଦିନ ହେବ ପିଲାମାନଙ୍କୁ ବାନ୍ତି ହେଉଥିଲା। ତେଣୁ କିଛି ଖାଇବାକୁ ଦେଇ ନଥିଲି।” ତେବେ ମହିଳାଙ୍କ ମାନସିକ ସ୍ଥିତି ଠିକ୍‌ ନଥିବା ଜଣାପଡ଼ିଛି।

ମୃତ ଝିଅମାନଙ୍କ ବାପା ମଙ୍ଗଳ ସିଂହ ରିକ୍ସା ଚଲାଇ ପରିବାର ଚଳାଉଥିଲେ। ତେବେ ଗତ ଶନିବାର ଠାରୁ ତାଙ୍କର ବି ଖୋଜ୍‌ ଖବର ନାହିଁ। ରିକ୍ସା ଚୋରି ହୋଇଯିବା ପରେ ମାଲିକ ତାଙ୍କୁ ଘରୁ ତଡ଼ି ଦେଇଥିଲେ। ସେ ଘର ମାଲିକଙ୍କ ରିକ୍ସା ଚଲାଉ ଥିଲେ। ମାଲିକ ଘରୁ ତଡ଼ି ଦେବା ପରେ ସେ ପିଲା ଛୁଆଙ୍କୁ ଜଣେ ସାଙ୍ଗ ଘରେ ରଖି କାମ ଖୋଜିବାକୁ ଯାଇଥିଲେ। ତା’ପରଠାରୁ ତାଙ୍କର ପତ୍ତା ମିଳୁନି। ଛୁଆମାନେ ଏତେ ଦିନ ହେଲା ଖାଇ ନାହାନ୍ତି ବୋଲି ଜାଣିପାରିଲିନି ବୋଲି ତାଙ୍କ ସାଙ୍ଗ କହିଛନ୍ତି।

ପୁଣି ହେବ ଶବ ବ୍ୟବଚ୍ଛେଦ

ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଅନାହାର ମୃତ୍ୟୁ ଜଣାପଡ଼ୁଥିଲେ ବି ପିଲାମାନଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ପୁଲିସ୍ ସନ୍ଦେହ କରୁଛି।  ପିଲାଙ୍କ ଶବକୁ ପୁଣି ଥରେ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ୍‌ କହିଛି। ପୂର୍ବ ଦିଲ୍ଲୀର ଡିସିପି ପଙ୍କଜ୍‌ କୁମାର କହିଛନ୍ତି, “ଏଥିପାଇଁ ଆମେ ମେଡିକାଲ୍‌ ବୋର୍ଡକୁ ଅନୁରୋଧ କରିଛୁ। ଏହାଦ୍ୱାରା ପିଲାମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।”

ଘଟଣାର ମାଜିଷ୍ଟ୍ରେଟ୍‌ ତଦନ୍ତ ପାଇଁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ଟ୍ୱିଟ୍‌ କରି ଏହା ଜଣାଇଛନ୍ତି।



from OdishaReporter https://ift.tt/2v7Sb0T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages