ଗୁଣିଆ ସନ୍ଦେହରେ ଦୁଇଟି ପରିବାରକୁ ମାଡ଼, ୩ ଦିନ ନଜରବନ୍ଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 10, 2018

ଗୁଣିଆ ସନ୍ଦେହରେ ଦୁଇଟି ପରିବାରକୁ ମାଡ଼, ୩ ଦିନ ନଜରବନ୍ଦୀ

ନୀଳଗିରି (ବିଶ୍ୱମ୍ୱର ଦାସ): ମଣିଷ ଚନ୍ଦ୍ରପୃଷ୍ଠରେ ପହଞ୍ଚି ସାରିଲାଣି। ତଥାପି ମନ ଭିତରୁ ଦୂର ହୋଇପାରିନି ସନ୍ଦେହ ଓ ଅବିଶ୍ୱାସ। ଏବେବି ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ଘୂରି ବୁଲୁଛି ମଣିଷ। ଗୁଣିଗାରେଡ଼ି ସନ୍ଦେହରେ ଦୁଇଟି ପରିବାରକୁ ମାଡ଼ ମାରାଯାଇ ନଜର ବନ୍ଦୀ ରଖାଯାଇଥିଲା। ଚାରିଦିନ ପରେ ଘଟଣା ସାମ୍ନାକୁ ଆସିଛି। ଆହତମାନଙ୍କୁ ଆଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଘଟିଛି।

ପୂରା ଘଟଣା ଏମିତି। ଶ୍ୟାମସୁନ୍ଦରପୁର ପଞ୍ଚାୟତ କଣ୍ଟାବଣିଆ ଗାଁ ଅନ୍ତର୍ଗତ ଆଦିବାସୀ ସାହିରେ ଲୋକମାନେ ଗତ କିଛିଦିନ ଧରି ଜ୍ୱର ଓ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନେ ମେଡ଼ିକାଲ ଯିବା ପରିବର୍ତ୍ତେ ଗ୍ରାମଦେବୀଙ୍କୁ ପୂଜା କରିଥିଲେ। ମାତ୍ର ରୋଗ ଭଲ ହୋଇନଥିଲା। ପରିସ୍ଥିତି ଅଣାୟତ ହେବାରୁ ଗତ ଶନିବାର ଗାଁ ଲୋକେ ଏକ ଟ୍ରକ୍‌ରେ ଲଦାଦଲି ହୋଇ ବାରିପଦାରେ ଜଣେ ଗୁଣିଆଙ୍କ ପାଖକୁ ଯାଇଥିଲେ। ଗୁଣିଆ ମନ୍ତ୍ର ଓ ତନ୍ତ୍ର ବଳରେ ଜାଣିବାକୁ ପାଇଲେ, ଗୁଣିଗାରେଡି ଯୋଗୁଁ ଏପରି ହେଉଛି। ଏପରିକି ଗୁଣିଗାରେଡ଼ି କରୁଥିବା ଲୋକଙ୍କ ନାଁ ମଧ୍ୟ କହିଥିଲା ଗୁଣିଆ। ଫଳରେ ଗାଁ ଲୋକେ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ।

ସେହିଦିନ ସନ୍ଧ୍ୟାରେ ଗାଁ ଲୋକେ ଘରକୁ ଫେରି ସଂଘବଦ୍ଧ ଭାବେ ପ୍ରତାପ ସିଂ ଓ ମୁନ୍ନା ସିଂଙ୍କୁ ଆକ୍ରମଣ କରିଥିଲେ। ସ୍ୱାମୀଙ୍କୁ ପଞ୍ଚାଇବାକୁ ଯାଇ ପ୍ରତାପଙ୍କ ପତ୍ନୀ ଲକ୍ଷ୍ମୀ ଗୁରୁତର ଆହତ ହୋଇଥିଲେ। ଅନ୍ୟପକ୍ଷରେ ମାଡ଼ ଭୟରେ ମୁନ୍ନାଙ୍କ ସ୍ତ୍ରୀ ଗାଁ ଛାଡ଼ି ପଳାଇ ଯାଇଛି। ମାଡ଼ ଖାଇଥିବା ଲୋକଙ୍କୁ ଗାଁ ଲୋକେ ମେଡ଼ିକାଲ କିମ୍ୱା ଥାନାକୁ ଛାଡ଼ି ନଥିଲେ। କହିବାକୁ ଗଲେ ନଜରବନ୍ଦୀ କରି ରଖିଥିଲେ। ଫଳରେ ଭୟରେ ପ୍ରତାପ ଓ ମୁନ୍ନା ଘରୁ ବାହାରି ପାରିନଥିଲେ।

ଗତକାଲି ଗାଁରେ ଏକ ବୈଠକ ବସିଥିଲା। ବୈଠକରେ ନିଷ୍ପତ୍ତି ଅନୁସାରେ ମାଡ଼ ଖାଇଥିବା ପରିବାରକୁ ୪୦୦ ଟଙ୍କା ଲେଖାଏଁ ଦିଆଯାଇଥିଲା। ଏହି ପଇସାରେ ସେମାନେ ଚାହିଁଲେ ଚିକିତ୍ସା ହୋଇପାରିବେ। କିନ୍ତୁ ସେମାନେ ଡାକ୍ତରଖାନା ଯାଇପାରିବେ ନାହିଁ। ଡାକ୍ତର ସମାନଙ୍କ ଘରକୁ ଆସି ଚିକିତ୍ସା କରିବେ ବୋଲି ଗାଁ ଲୋକେ ତାଗିଦ କରିଥିଲେ। ଗାଁ ଲୋକଙ୍କ ଏପରି ତାଗିଦ୍‌ ମୁଣ୍ଡ ପାତି ସହିଯାଇଥିଲେ ପ୍ରତାପ ଓ ମୁନ୍ନା। ଏହି ଖବର ଆଜି ପ୍ରଚାରିତ ହେବା ପରେ ଗାଁ ଲୋକେ ସେମାନଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଈଶ୍ୱରପୁର ଫାଣ୍ଡି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।



from OdishaReporter https://ift.tt/2m8RH6A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages