ରୋଗ ଲୁଟି ନେଲା ପପୁଙ୍କ ରଙ୍ଗୀନ୍‌ ଅନ୍ଦାଜ, ଚେହେରା ଦେଖିଲେ ଚିହ୍ନି ହେଉନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 10, 2018

ରୋଗ ଲୁଟି ନେଲା ପପୁଙ୍କ ରଙ୍ଗୀନ୍‌ ଅନ୍ଦାଜ, ଚେହେରା ଦେଖିଲେ ଚିହ୍ନି ହେଉନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମୟ ସତରେ ବଳବାନ୍‌। ଆଜି ଯିଏ ଚମକୁଥିବ ଆସନ୍ତାକାଲି ସମୟ ତାଙ୍କ ଅବସ୍ଥା କ’ଣ କରିବ ତାହା କହିହେବ ନାହିଁ। ଏହାର ସଦ୍ୟ ଉଦାହରଣ ହେଉଛନ୍ତି ଓଲିଉଡ୍‌ର ପ୍ରସିଦ୍ଧ ହାସ୍ୟ ଅଭିନେତା ତତ୍ତ୍ୱପ୍ରକାଶ ଶତପଥୀ ଓରଫ୍‌ ପପୁ ପମ୍‌ପମ୍‌। ତାଙ୍କ ଚେହେରାରେ ଆଉ ସେ ପୂର୍ବ ଚମକ ନାହିଁ। କିମ୍ବା ସେ ମଲ୍ଲୀଫୁଲିଆ ହସ ବି ନାହିଁ। ପୂରା ବଦଳିଯାଇଛି ରଙ୍ଗ ଢଙ୍ଗ। ଉତ୍ସାହ ନାହିଁ କି ଉନ୍ମାଦନା ନାହିଁ। କୋରଡ଼ିଆ ହୋଇଯାଇଛି ଆଖି। ମୁହଁର ଆକୃତି ମଳିନ ପଡ଼ିଯାଇଛି। ଧିମେଇ ଯାଇଛି ତାଙ୍କ ସ୍ୱର। ଦିନେ ହସେଇ ହସେଇ ବେଦମ୍‌ କରୁଥିବା ପପୁଙ୍କର ଏବେ ବେଦନା କହିଲେ ନ ସରେ। ସିଲ୍‌ଭର୍‌ ସ୍କ୍ରିନ୍‌ରେ ସୁନା ପରି ଝଟକୁଥିବା ପପୁପମ୍‌ଙ୍କ ଅନ୍ଦାଜ୍‌ ଏବେ ପୂରା ବଦଳି ଯାଇଛି। ପାନ୍‌କ୍ରିୟାସ (ଅଗ୍ନାଶୟ) ଜନିତ ରୋଗରେ ଦିଲ୍ଲୀ ଏମ୍‌ସରୁ ଚିକିତ୍ସିତ ହୋଇ ଫେରିବା ପରେ ତାଙ୍କୁ ଏବେ ଚିହ୍ନି ହେଉନାହିଁ। ଦିନେ ଆଖିରେ ତାଙ୍କର ନାଲି ଚଷମା ଆଉ ତେରଛା ନଜର ଦେଖିଲେ ଦର୍ଶକେ ନ ହସି ରହି ପାରୁନଥିଲେ। କିନ୍ତୁ ସମୟ ସ୍ରୋତରେ ସବୁକିଛି ବଦଳି ଯାଇଛି। କଥା କହିଲା ବେଳକୁ ଥରିଯାଉଛି ପାଟି। ଆଖିକୁ ଆପେ ଆପେ ଆସିଯାଉଛି ଲୁହ।

ସୂଚନାଯୋଗ୍ୟ ଯେ, ଗତ ମେ’ ୧୫ରେ ତାଙ୍କୁ ଚିକିତ୍ସା ପାଇଁ ନୂଆଦିଲ୍ଲୀ ସ୍ଥିତ ଏମ୍‌ସକୁ ନିଆଯାଇଥିଲା। ସୁଟିଂ ସେଟ୍‌ରୁ ଫେରିବା ସମୟରେ ପପୁ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ସୁଟିଂ ବେଳେ ବ୍ୟସ୍ତତା ଯୋଗୁଁ ସେଦିନ ପପୁ ମଧ୍ୟାହ୍ନ ଭୋଜନ କରିପାରି ନଥିଲେ। ସୁଟିଂ ଶେଷ ହେବାପରେ ବିଳମ୍ବିତ ସଂଧ୍ୟାରେ ସେ କିଛି ଖାଦ୍ୟ ଖାଇ ଘରକୁ ଫେରୁଥିଲେ। ହଠାତ୍‌ ରାସ୍ତାରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ବନ୍ଧୁମାନେ ତାଙ୍କୁ ଖଣ୍ଡଗିରି ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ସେ ପାନ୍‌କ୍ରିୟାସ (ଅଗ୍ନାଶୟ) ଜନିତ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ତାଙ୍କୁ ପ୍ରଥମେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍‌ସକୁ ପଠାଯାଇଥିଲା। ସେଠାରେ ସେ ଗ୍ୟାଷ୍ଟ୍ରୋଲୋଜି ବିଭାଗର ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ସେଠାରେ ସୁସ୍ଥ ହୋଇ ଫେରିବା ପରେ ପପୁ କହିଛନ୍ତି ଯେ, ମୁଁ ଦିଲ୍ଲୀ ଏମ୍ସରେ ଚିକିତ୍ସା ହେବା ପରେ ଆଜି ସୁସ୍ଥ ହୋଇ ଫେରିଛି। ଡାକ୍ତରମାନେ କହିଲେ ଦେହ ଖୁବ୍‌ ଅସୁବିଧା ଅବସ୍ଥାରେ ଅଛି। ସୁସ୍ଥ ହେବା ସମ୍ଭବ ନୁହେଁ। କିନ୍ତୁ ଜଗନ୍ନାଥଙ୍କ ଆଶୀର୍ବାଦ, ଦର୍ଶକଙ୍କ ଶ୍ରଦ୍ଧା ଓ ଭଲ ପାଇବା ଯୋଗୁ ମୁଁ ଆଜି ଆସି ଓଡ଼ିଶାରେ ପହଞ୍ଚି ପାରିଛି।



from OdishaReporter https://ift.tt/2mbvncF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages