ମହାପ୍ରଭୁଙ୍କୁ ଦର୍ଶନ କରିପାରିଲେନି, ରାସ୍ତାରେ ଚାଲିଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 13, 2018

ମହାପ୍ରଭୁଙ୍କୁ ଦର୍ଶନ କରିପାରିଲେନି, ରାସ୍ତାରେ ଚାଲିଗଲା ଜୀବନ

ରାଇରଙ୍ଗପୁର (ରାଜେଶ ଶର୍ମା): ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ଦେଖିବାକୁ ଘରୁ ବାହାରିଥିଲେ ଝାଡ଼ଖଣ୍ଡର ଜଣେ ମହିଳା। ମାତ୍ର ମହାପ୍ରଭୁଙ୍କୁ ଦର୍ଶନ କରିପାରିଲେ ନାହିଁ। ବସ୍‌ ଚକା ତଳେ ଚାଲିଗଲା ତାଙ୍କ ଜୀବନ। ଆଜି ସକାଳେ ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ।

ଝାଡ଼ଖଣ୍ଡର ମାଂଝାରୀ ଥାନା କାଠଭାରି ଗାଁର ତବିତା କାଳନ୍ଦୀ (୬୦) ରାଇରଙ୍ଗପୁରରେ ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବା ପାଇଁ ଗତକାଲି ରାତିରେ ଘରୁ ବାହାରିଥିଲେ। ସେ ‘ସୁପରସୁନିକ୍‌’ ବସ୍‌ରେ ଆସି ଆଜି ସକାଳେ ବହଳଦା ମୋରଣ୍ଡା ଗାଁ ଛକରେ ଓହ୍ଲାଇଥିଲେ। ସେଠାରୁ ରାଇରଙ୍ଗପୁର ଯିବା ପାଇଁ ରାସ୍ତା ପାର ହେଉଥିବା ବେଳେ ଯେଉଁ ବସ୍‌ରେ ଆସିଥିଲେ, ସେହି ବସ୍‌ଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ବସ୍‌ ଚାଳକ ଫେରାର ହୋଇଯାଇଛି। ବହଳଦା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତାଙ୍କ ପରିବାର ଲୋକଙ୍କୁ ଅବଗତ କରିଛି।



from OdishaReporter https://ift.tt/2Lbac8t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages