ଶ୍ରୀଜଗନ୍ନାଥଙ୍କ ରଥର ନାଁ ‘ନନ୍ଦିଘୋଷ’ କାହିଁକି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 13, 2018

ଶ୍ରୀଜଗନ୍ନାଥଙ୍କ ରଥର ନାଁ ‘ନନ୍ଦିଘୋଷ’ କାହିଁକି?

nandighosh

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନନ୍ଦିଘୋଷ ରଥରେ ଚଢ଼ି ଜଗା ଯିବ ଗୁଣ୍ଡିଚା ଘର। ଏଇ ରଥରେ ବସି ଖାଇବ ମାଉସୀର ପୋଡ଼ପିଠା। ମହାପ୍ରଭୁ ଶ୍ରୀଜଗନ୍ନାଥ ଯେମିତି ଆମମାନଙ୍କ ପାଇଁ ଅତି ଆପଣାର, ଠିକ୍‌ ସେମିତି ତାଙ୍କ ସହ ଜଡ଼ିତ ସବୁ କାହାଣୀ ବି ଅତ୍ୟନ୍ତ ରୋଚକ। କେବେ ଭାବିଛନ୍ତି କି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥର ନାଁ ନନ୍ଦିଘୋଷ କ’ଣ ପାଇଁ? ତା’ ହେଲେ ଆସନ୍ତୁ ଜାଣିବା ନନ୍ଦିଘୋଷ ସମ୍ପର୍କରେ କିଛି ଅଜଣା କଥା।

‘ନନ୍ଦି’ ଆଉ ‘ଘୋଷ’। ଏ ଦୁଇ ଶବ୍ଦର ମିଶ୍ରଣରେ ସୃଷ୍ଟି ହୋଇଛି ନନ୍ଦିଘୋଷ। ‘ନନ୍ଦି’ ହେଉଛନ୍ତି ଭଗବାନ ଶିବଙ୍କ ବାହନ ଓ ‘ଘୋଷ’ ହେଉଛି ଗର୍ଜନ। ନନ୍ଦିଙ୍କ ଗର୍ଜନରୁ ରଥର ନାମ ହୋଇଛି ‘ନନ୍ଦିଘୋଷ’। ତ୍ରେତୟା ଯୁଗର ଏକ କଥା ସହ ନନ୍ଦିଘୋଷ ଶବ୍ଦଟି ଜଡ଼ିତ। ରାବଣ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ଭଗବାନ ରାମଙ୍କ ସହ ଥିବା ବାନର ଓ ଭଲ୍ଲୁକମାନେ, ଯୁଦ୍ଧର ରଣନୀତି ପ୍ରସ୍ତୁତ କରୁଥାନ୍ତି। ଏହି ସମୟରେ ଇନ୍ଦ୍ର ଦେବତା ମଧ୍ୟ ଭଗବାନ ରାମଙ୍କୁ ସହାୟତା କରିବା ପାଇଁ ଚିନ୍ତା କରନ୍ତି। ପ୍ରଭୁ ରାମ ବନବାସୀ ହୋଇଥିବାରୁ, ତାଙ୍କ ପାଖରେ ରଥ ନ ଥାଏ। ଏଣୁ ରଥଟିଏ ପ୍ରଦାନ କରନ୍ତି ଦେବରାଜ ଇନ୍ଦ୍ର। ହେଲେ ରାବଣର ସୈନ୍ୟଙ୍କୁ ପରାସ୍ତ କରିବା ରାମଙ୍କ ପକ୍ଷେ ସମ୍ଭବ ହୁଏନାହିଁ। ଏହି ସମୟରେ ବିଷ୍ଣୁରୂପୀ ଶ୍ରୀରାମଙ୍କୁ ସହାୟତା କରିବା ପାଇଁ ଭଗବାନ ଶିବ ନିଜ ବାହନ ‘ନନ୍ଦି’ଙ୍କୁ ପ୍ରେରଣ କରନ୍ତି। ନନ୍ଦିଙ୍କୁ ଧାରଣ କରିବାର ଶକ୍ତି କାହାର ନ ଥିବାରୁ, ବିଷ୍ଣୁଙ୍କ ସୁଦର୍ଶନ ଚକ୍ରରେ ସ୍ଥାପିତ ହୁଅନ୍ତି ନନ୍ଦି। ଦୁଇ ମହାଶକ୍ତି ଏକାଠି ହୁଏ। ସୁଦର୍ଶନଙ୍କ ଘୂର୍ଣ୍ଣନ ବେଳେ ନନ୍ଦିଙ୍କ ଅବସ୍ଥାନ ଯୋଗୁ, ନନ୍ଦି ଭୀଷଣ ଗର୍ଜନ କରନ୍ତି। ସେହି ଗର୍ଜନ ଫଳରେ ରାବରଣ ଅର୍ଦ୍ଧାଧିକ ସୈନ୍ୟ ପ୍ରାଣ ହରାନ୍ତି ଓ ଶ୍ରୀରାମଙ୍କ ବିଜୟପଥ ସୁଗମ ହୁଏ। ଏଣୁ ଇନ୍ଦ୍ରଙ୍କ ପ୍ରଦତ୍ତ ଏହି ରଥର ନାମ ହୁଏ ‘ନନ୍ଦିଘୋଷ’।

ପୁରୀରେ ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥ ବିରାଜମାନ କରୁଥିବା ଏହି ରଥରେ ମହାପ୍ରଭୁଙ୍କ ବିଗ୍ରହ ସହ ତାଙ୍କ ପ୍ରମୁଖ ଚଳନ୍ତି ପ୍ରତିମା ମଦନମୋହନ ମଧ୍ୟ ଗୁଣ୍ଡିଚା ଯାତ୍ରା କରିଥାନ୍ତି।

ରଥ ବିବରଣୀ: ଏହି ରଥର ଉଚ୍ଚତା ୩୩ ହାତ ୫ ଆଙ୍ଗୁଳି। କାଠ ସଂଖ୍ୟା- ୮୩୨, ଚକ ସଂଖ୍ୟା-୧୬। ରଥ ଆବରଣ ବା ପୋଷାକର ରଙ୍ଗ ହେଲା ପିତ ଓ ଲୋହିତ। ରଥ ଅଧିପତି ହନୁମାନ ହୋଇଥିବା ବେଳେ, ଧ୍ୱଜଦେବତା ହେଉଛନ୍ତି ଗରୁଡ଼। ରଥର ୪ ଶ୍ୱେତଅଶ୍ୱ ବା ଘୋଡ଼ା ହେଉଛନ୍ତି- ଶ୍ୱେତ, ବଳାହକ, ଶଙ୍ଖ, ହରିଦାଶ୍ୱ। ରଥ ଦଉଡ଼ି ହେଲା ନାଗୁଣୀ ଶଂଙ୍ଖଚୁଡ଼, ରଥଦେବୀ ଯୋଗମାୟା ଏବଂ ରଥ ଭୈରବ ହେଉଛନ୍ତି ଏକପାଦ। ସାରଥୀ ହେଉଛନ୍ତି ଦାରୁକ। ରଥ ପତାକାର ନାଁ ହେଉଛି ‘ତୈଲକ୍ୟ ମୋହିନୀ’।



from OdishaReporter https://ift.tt/2uyOH7c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages