
ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ସୁପ୍ରିମୋ ଏମ୍ କରୁଣାନିଧିଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ କାବେରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ଆଇସିୟୁରେ ରଖାଯାଇଛି। ଏହା ସହିତ ଡାକ୍ତରଖାନା ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଗତକାଲି ସକାଳେ କରୁଣାନିଧିଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା। ତାଙ୍କୁ ତାଙ୍କ ଚେନ୍ନାଇ ସ୍ଥିତ ବାସଭବନରେ ଚିକିତ୍ସା କରାଯାଉଥିଲା। ତେବେ ତାଙ୍କ ବ୍ଲଡ୍ ପ୍ରେସର୍ ଅଚାନକ ବହୁତ କମି ଯାଇଥିଲା। ଫଳରେ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ଏହା ପରେ ତାଙ୍କୁ କାବେରୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ ରାତି ସାଢ଼େ ଗୋଟାଏରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବ୍ଲଡ୍ ପ୍ରେସର କମି ଯାଇଥିଲା। ଚିକିତ୍ସା ପରେ ତାଙ୍କ ବ୍ଳଡ୍ ପ୍ରେସର ସାମାନ୍ୟ ହୋଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏକ ଡାକ୍ତରୀ ଟିମ୍ ନଜର ରଖିଛି।
ଡିଏମ୍କେ ନେତା ଏମ୍ ରାଜା କହିଛନ୍ତି ଯେ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ଗୁଜବ ପ୍ରଚାର ନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
କୁହାଯାଉଛି, ଗତକାଲି ପ୍ରଥମ ଥର ପାଇଁ ୯୪ ବର୍ଷୀୟ କରୁଣାନିଧିଙ୍କୁ ଷ୍ଟ୍ରେଚର୍ରେ ଡାକ୍ତରଖାନାକୁ ଅଣାଯାଇଥିଲା। ଏହା ପୂର୍ବରୁ ସେ ସବୁବେଳେ ହ୍ୱିଲ୍ ଚେୟାର୍ରେ ବସି ଡାକ୍ତରଖାନାକୁ ଯାଉଥିଲେ।
ଗତକାଲି କରୁଣାନିଧିଙ୍କ ଅବସ୍ଥା ଗୁରୁତର ଥିବା ଖବର ପାଇ ଦଳମତ ନିର୍ବିଶେଷରେ ବହୁ ବରିଷ୍ଠ ନେତା ତାଙ୍କ ଚେନ୍ନାଇ ସ୍ଥିତ ବାସଭବରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଟ୍ୱିଟ୍ କରି କରୁଣାନିଧିଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।
କରୁଣାନିଧି ୫ ଥର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। କିଛି ବର୍ଷ ହେଲାଣି ସେ ଅସୁସ୍ଥ ରହୁଛନ୍ତି।
from OdishaReporter https://ift.tt/2AeAQt1
No comments:
Post a Comment