ଭ୍ୟାକେସନ୍‌ରୁ ଫେରିବା ପରେ ଜନତାଙ୍କ ଆକ୍ରୋଶର ଶିକାର ହେଲେ ଅଭିଷେକ: ବୁଲିବାକୁ ପଇସା କେଉଁଠୁ ଆସୁଛିର ଏମିତି ଦେଲେ ଉତ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ଭ୍ୟାକେସନ୍‌ରୁ ଫେରିବା ପରେ ଜନତାଙ୍କ ଆକ୍ରୋଶର ଶିକାର ହେଲେ ଅଭିଷେକ: ବୁଲିବାକୁ ପଇସା କେଉଁଠୁ ଆସୁଛିର ଏମିତି ଦେଲେ ଉତ୍ତର

ମୁମ୍ବାଇ: ଗତ ତିନି ବର୍ଷ ହେଲା କାମ କରିନ, ବୁଲିବାକୁ ପଇସା କେଉଁଠୁ ଆସୁଛି?  ଏମିତି ଏକ ଆକ୍ରୋଶମୂଳକ ପ୍ରଶ୍ନର ସାମ୍ନା କରିଛନ୍ତି ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ। ଗତ କିଛି ଦିନ ହେବ ପତ୍ନୀ ଐଶ୍ୱର୍ଯ୍ୟା ଏବଂ ଝିଅ ଆରାଧ୍ୟା ସହ ଭ୍ୟାକେସନ୍‌ରେ ଯାଇଥିଲେ ଅଭିଷେକ। ଛୁଟି ସମୟର କିଛି ଫଟୋ ସୋଶାଲ୍‌ ମିଡିଆରେ ପୋଷ୍ଟ୍ ମଧ୍ୟ କରିଥିଲେ। ଯାହାକୁ ଦେଖିବା ପରେ ଜଣେ ବ୍ୟକ୍ତି ତାଙ୍କୁ ବୁଲିବା ପାଇଁ ପଇସା କେଉଁଠୁ ଆସୁଛି ବୋଲି ପ୍ରଶ୍ନ କରିଥିଲେ।

ଯାହାର ଉତ୍ତର ଦେବାରେ ଅଭିଷେକ ବିଳମ୍ବ କରିନଥିଲେ। ସେ କହିଥିଲେ, “କାରଣ ସାର୍‌, ମୋ ପାଖରେ ଅଲଗା ବୃତ୍ତି ରହିଛି ଅଭିନୟକୁ ଛାଡ଼ି। ମୁଁ ଫିଲ୍ମ ପ୍ରଡ୍ୟୁସ୍‌ କରୁଛି ଏବଂ ମୋର ବୃତ୍ତିଗୁଡ଼ିକ ମଧ୍ୟରୁ ଖେଳ ଅନ୍ୟତମ।”

କେବଳ ଏହି ଗୋଟିଏ ପ୍ରଶ୍ନ ନୁହେଁ। ସୋମବାର ଦିନ ଭ୍ୟାକେସନ୍‌ରୁ ଫେରିବା ପରେ ଅଭିଷେକଙ୍କୁ ଆଉ ଏକ ସମ୍ବାଦ ମିଳିଲା। ଏକ ୱେବ୍‌ ପୋର୍ଟାଲ୍‌ରେ ଭ୍ୟାକେସନ୍‌ରେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ମତାନ୍ତର ହୋଇଥିବାର ଖବର ପ୍ରକାଶିତ ହୋଇଥିଲା। ଯାହାକୁ ପଢ଼ିବା ପରେ ଅଭିଷେକ ରାଗିଯାଇଥିଲେ ଏବଂ ଏବ ଟ୍ୱିଟ୍‌ କରିଥିଲେ। ସେ ଲେଖିଥିଲେ, “ମିଛ ଖବର ପ୍ରସାର କରିବା ବନ୍ଦ କରନ୍ତୁ। ମୁଁ ଜାଣିଛି ଲଗାତାର ଖବର ଦେବା ଆପଣଙ୍କ ଦାୟିତ୍ୱ। କିନ୍ତୁ ଆପଣ ସେତେବେଳେ ସମ୍ମାନ ପାଇବେ ଯେତେବେଳେ ଆପଣ ଆପଣଙ୍କ କର୍ତ୍ତବ୍ୟକୁ ସଠିକ୍‌ ଭାବରେ କରିବେ। ଧନ୍ୟବାଦ୍‌।”


ଅଭିଷେକଙ୍କ ଏହି ଟ୍ୱିଟ୍‌ ପଢିବା ପରେ ଉକ୍ତ ୱେବ୍‌ ପୋର୍ଟାଲ୍‌ ତାଙ୍କ ସମ୍ବାଦଟିକୁ ହଟାଇଦେଇଥିଲେ।



from OdishaReporter https://ift.tt/2mNvJ9u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages