୫୨ ପିଢ଼ି ଚଲାଇ ଆସୁଛନ୍ତି ଏହି ହୋଟେଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

୫୨ ପିଢ଼ି ଚଲାଇ ଆସୁଛନ୍ତି ଏହି ହୋଟେଲ୍‌

hotelcopy

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାରିବାରିକ ବ୍ୟବସାୟରେ ବାପାଙ୍କ ମୃତ୍ୟୁ ପରେ ପୁଅ ବ୍ୟବସାୟରେ ଯୋଗଦେବା ଆପଣ ଦେଖିଥିବେ। ଅତିବେଶିରେ ଏହି ବ୍ୟବସାୟ ଦୁଇ କିମ୍ବା ତିନି ପିଢ଼ି ଧରି ଚାଲିଥାଏ। କିନ୍ତୁ ଜାପାନରେ ଏଭଳି  ଗୋଟିଏ ହୋଟେଲ୍‌ ଅଛି ଯାହାକୁ ଗୋଟିଏ ପରିବାର ୫୨ ପିଢ଼ି ଧରି ଚଳାଇ ଆସୁଛି। ଏହାର ନାମ ‘ନିଶିତା ଓସିନ୍‌ ହୋଟେଲ୍‌’। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ହୋଟେଲ୍‌ଟି  ଖ୍ରୀଷ୍ଟପୂର୍ବ  ୭୦୫ରେ ଖୋଲା ଯାଇଥିଲା ଏବଂ ୫୨ ପିଢ଼ି ଧରି ଗୋଟିଏ ପରିବାର ଲୋକ ଏହାକୁ ଚଳାଇ ଆସୁଛନ୍ତି। ହୋଟେଲ୍‌ଟି ୧୩୧୨ ବର୍ଷ ପୁରୁଣା ଏବଂ ଏହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ମଧ୍ୟ ପାଲଟିଛି।
hotel2

ଏହି ପାରିବାରିକ ବ୍ୟବସାୟ ଉପରେ ଏକ ଛୋଟ ଡକ୍ୟୁମେଣ୍ଟାରୀ ‘ହୁଶୀ’ ମଧ୍ୟ ତିଆରି ହୋଇଛି। ହୋଟେଲ୍‌ର ପରମ୍ପରା ଅନୁସାରେ ପରିବାରର ସବୁଠାରୁ ବଡ଼ ପୁଅ ହାତରେ ବ୍ୟବସାୟ ଚଳାଇବାର ଦାୟିତ୍ୱ ନ୍ୟସ୍ତ କରାଯାଇଥାଏ।
ଜାପାନର ଏହି ହୋଟେଲ୍‌ଟି ଦୁନିଆର ସବୁଠୁ ପୁରୁଣା ହୋଟେଲ୍‌ ରୂପେ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଥିଲା। କିନ୍ତୁ ୧୯୯୬ରେ ଏହି ରେକର୍ଡକୁ କୌଣସି କାରଣରୁ ଫେରାଇ ନିଆ ଯାଇଥିଲା। ୩୫ଟି ରୁମ୍‌ ବିଶିଷ୍ଟ ଏହି ହୋଟେଲ୍‌ଟି ରାଜନୀତିଜ୍ଞ ଏବଂ ସେଲିବ୍ରିଟିଙ୍କ ପରି ଅନେକ ବିଶିଷ୍ଟ ଅତିଥିଙ୍କର ସତ୍କାର କରିଛି।

୧୯୯୭ରେ ଶେଷଥର ପାଇଁ ଏହି ହୋଟେଲ୍‌କୁ ନୂଆରୂପ ଦିଆଯାଇଥିଲା। କିନ୍ତୁ ଏହା ପରେ ମଧ୍ୟ ଏଠାରେ ସମସ୍ତ ପାରମ୍ପରିକ ଶୈଳୀ ଅତୁଟ ରହିଛି।
ଗ୍ରାହକମାନେ ଯେପରି ହୋଟେଲ୍‌ର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶକୁ ମନଭରି ଉପଭୋଗ କରିପାରିବେ, ସେଥିପାଇଁ ହୋଟେଲ୍‌ରେ ଧ୍ୟାନ ବିଚ୍ୟୁତକାରୀ ୱାଇ-ଫାଇର ବ୍ୟବସ୍ଥା କରା ଯାଇନାହିଁ।
ଏଠାରେ ଅତିଥିମାନଙ୍କୁ ପାରମ୍ପରିକ ବସ୍ତ୍ର ଦିଆ ଯାଇଥାଏ ଏବଂ ହୋଟେଲ୍‌ରେ ପ୍ରବେଶ କରିବା ପୂର୍ବରୁ ଜୋତା ଖୋଲିବାକୁ କୁହା ଯାଇଥାଏ। ହୋଟେଲ୍‌ର ଗୋଟିଏ ଦିନର ଭଡ଼ା ୫୨୦୦୦ ୟେନ୍‌ ଅର୍ଥାତ୍‌ ୪୯୦ ଡଲାର୍‌।



from OdishaReporter https://ift.tt/2L7Pk2O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages