
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରାଦିନେ କପୁଲସ୍ମାନେ ଡେଟ୍ରେ ଯିବା ପାଇଁ କ୍ୟାଣ୍ଡେଲ୍ ଲାଇଟ୍ ଡିନର୍ ଏବଂ ସିନେମା ବଦଳରେ ୱାଟରପାର୍କକୁ ଅଧିକ ପସନ୍ଦ କରନ୍ତି। ଯଦି ଆପଣ ବି ନିଜ ୱିକେଣ୍ଡ୍ ଛୁଟିରେ ଗାର୍ଲଫ୍ରେଣ୍ଡ୍କୁ ୱାଟରପାର୍କ ନେବା ପାଇଁ ଚିନ୍ତା କରୁଛନ୍ତି, ତେବେ ପ୍ରଥମେ ତେବେ ଏହି ୫ଟି କଥା ଉପରେ ନିଶ୍ଚିନ୍ତ ଧ୍ୟାନ ଦିଅନ୍ତୁ। ଆସନ୍ତୁ ଜାଣିବା ଏପରି କିଛି କଥା ଯାହା ୱାଟରପାର୍କ ଥିବା ସମୟରେ କରିବା ଉଚିତ୍ ନୁହେଁ।
୧.ଅଶ୍ଲୀଳତା ଦେଖାନ୍ତୁ ନାହିଁ
ଗାର୍ଲଫ୍ରେଣ୍ଡ୍ ସହିତ ୱାଟରପାର୍କରେ ଥିବା ସମୟରେ ଗୋଟିଏ କଥା ଉପରେ ଧ୍ୟାନ ଦିଅନ୍ତୁ । ସେଠାରେ ଥିବା ବୟସ୍କ ବ୍ୟକ୍ତି ଏବଂ ଛୋଟଛୁଆଙ୍କ ଆଗରେ ଏମିତି କିଛି ଆଚରଣ ଦେଖାନ୍ତୁ ନାହିଁ ଯେଉଁଥିପାଇଁ ଆପଣଙ୍କ ଗାର୍ଲଫ୍ରେଣ୍ଡ୍ର ସମ୍ମାନ ସମସ୍ତଙ୍କ ଆଗରେ ହାନି ହେବ।
୨. ଶାଳୀନତା ସହ ପୋଷାକ ପିନ୍ଧନ୍ତୁ
ପାର୍କକୁ ଯିବା ପୂର୍ବରୁ ଏପରି ପୋଷାକ ବାଛନ୍ତୁ ଯାହା ଆପଣଙ୍କୁ ଭଦ୍ରାମିର ପରିଚୟ ଦେବ।
୩.ସନ୍ସ୍କ୍ରିନ୍ ଲୋସନ୍ ବ୍ୟବହାର କରନ୍ତୁ
ୱାଟରପାର୍କକୁ ଯିବା ପୂର୍ବରୁ କୌଣସି ଭଲ କମ୍ପାନୀର ସନ୍ସ୍କ୍ରିନ୍ ଲୋସନ୍ ବ୍ୟବହାର କରନ୍ତୁ। ଏହା ଆପଣଙ୍କ ଶରୀରରେ ଟାନ୍ ପଡ଼ିବାରୁ ରକ୍ଷା କରିବ।
୪. ତଉଲିଆ ନେଇ ଯାଆନ୍ତୁ
ସବୁବେଳେ ନିଜ ତଉଲିଆ ବ୍ୟବହାର କରନ୍ତୁ। ଅନ୍ୟ କାହାର ତଉଲିଆ ବ୍ୟବହାର କଲେ ଆପଣଙ୍କୁ ଇନ୍ଫେକ୍ସନ୍ ହୋଇପାରେ।
୫. ଅନ୍ତବସ୍ତ୍ର ଏବଂ ପୋଷାକ ନେବାକୁ ଭୁଲନ୍ତୁ ନାହିଁ
ୱାଟରପାର୍କ ଯିବା ପୂର୍ବରୁ ନିଜ ସହିତ ଗୋଟିଏ ଯୋଡି ପୋଷାକ ଏବଂ ଅନ୍ତବସ୍ତ୍ର ନେବାକୁ ଭୁଲନ୍ତୁ ନାହିଁ।
from OdishaReporter https://ift.tt/2uj54Vh
No comments:
Post a Comment