
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁସ୍ଥ ହୋଇ ଘରକୁ ଫେରିଲେ ଓଲିଉଡର କମେଡି କିଙ୍ଗ୍ ପପୁ ପମ୍ପମ୍। ଅସୁସ୍ଥତା ପାଇଁ ସେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିଲେ। ପପୁ (ଅଗ୍ନାଶୟ) ପାନ୍କ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ।
ସୂଚନାଯୋଗ୍ୟ, ଗତ ମେ’ ୧୫ରେ ତାଙ୍କୁ ଚିକିତ୍ସା ପାଇଁ ନୂଆଦିଲ୍ଲୀ ସ୍ଥିତ ଏମ୍ସକୁ ନିଆଯାଇଥିଲା। ପପୁ ସୁଟିଂ ସେଟ୍ରୁ ଫେରିବା ସମୟରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ସୁଟିଂ ବେଳେ ବ୍ୟସ୍ତତା ଯୋଗୁଁ ପପୁ ସେଦିନ ମଧ୍ୟାହ୍ନ ଭୋଜନ କରିପାରି ନ ଥିଲେ। ସୁଟିଂ ଶେଷ ପରେ ବିଳମ୍ବିତ ସଂଧ୍ୟାରେ ସେ କିଛି ଖାଦ୍ୟ ଖାଇ ଘରକୁ ଫେରୁଥିଲେ। ହଠାତ୍ ରାସ୍ତାରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ବନ୍ଧୁମାନେ ତାଙ୍କୁ ଖଣ୍ଡଗିରି ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ସେ (ଅଗ୍ନାଶୟ) ପାନ୍କ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ତାଙ୍କୁ ପ୍ରଥମେ ରାଜଧାନୀ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ଅବସ୍ଥା ଅଧିକ ଗମ୍ଭୀର ହେବାରୁ ଏୟାର ଆମ୍ୱୁଲାନ୍ସ ଦ୍ୱାରା ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ପଠାଯାଇଥିଲା। ସେଠାରେ ସେ ଗ୍ୟାଷ୍ଟ୍ରୋଲୋଜି ବିଭାଗ ଆଇସିୟୁରେ ଚିକିତ୍ସାଧୀନ ଥିଲେ।
ଅଧିକ ପଢ଼ନ୍ତୁ-ସୁସ୍ଥ ହେଉଛନ୍ତି ପପୁ: ଜାଣନ୍ତୁ କେମିତି ଅଛି ଏବେ ତାଙ୍କ ସ୍ୱାସ୍ଥ୍ୟ
from OdishaReporter https://ift.tt/2L6yRrs
No comments:
Post a Comment