
ପୁରୀ(ମଧୁସୂଦନ ମିଶ୍ର): ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ତେବେ ଆଜି ପୁରୀରେ ପାଗ ଶୁଖିଲା ଅଛି। ଗତକାଲି ପ୍ରବଳ ବର୍ଷାରେ ବଡ଼ଦାଣ୍ଡ ସହ ଶରଧାବାଲି ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇ ପଡ଼ିଥିଲା। ଡ୍ରେନ୍ ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେବା ସହ ବହୁ ଦୋକାନ ଭିତରେ ବି ପାଣି ପଶିଯାଇଥିଲା। ବଡ଼ଦାଣ୍ଡର ମୁଖ୍ୟ ସ୍ଥାନ, ବଳଗଣ୍ଡି ଛକ, ଡାକ୍ତରଖାନା ଛକ, ମାର୍କେଟ ଛକ, ଭିଆଇପି ରୋଡ୍ ସହ ବିଭିନ୍ନ ସାହି ଓ ଗଳି ରାସ୍ତାରେ ବର୍ଷା ପାଣିର ସୁଅ ଛୁଟିଥିଲା।
ଶରଧାବାଲିରେ ଅଟକି ରହିଥିବା ତିନି ରଥର ଚକ ମଧ୍ୟ ବୁଡ଼ି ରହିଥିଲା। ପୁରୀରେ ସର୍ବାଧିକ ୩୨୨ ମିମି ବର୍ଷା ହୋଇଥିଲା। ବର୍ଷା କମିବା ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି।
from OdishaReporter https://ift.tt/2uTwPnL
No comments:
Post a Comment