ଡାଇବେଟିସ୍ ଆରମ୍ଭ ହେବା ପୂର୍ବରୁ ଦେଇଥାଏ ଏହି ସବୁ ସଙ୍କେତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ଡାଇବେଟିସ୍ ଆରମ୍ଭ ହେବା ପୂର୍ବରୁ ଦେଇଥାଏ ଏହି ସବୁ ସଙ୍କେତ

ଡାଇବେଟିସ୍ ବା ମଧୁମେହ ଏକ ମାରାତ୍ମକ ରୋଗ। ଏଥିରେ ରକ୍ତରେ ସୁଗାର୍ ବା ଶର୍କରାର ମାତ୍ରା ବଢ଼ିଯାଏ। ଶରୀରରୁ ପର୍ଯ୍ୟାପ୍ତ ପରିମାଣରେ ଇନ୍‌ସୁଲିନ୍ କ୍ଷରଣ ନହେଲେ ଏହି ସମସ୍ୟା ଦେଖାଯାଏ। ଡାଇବେଟିସ୍‌ ହେଲେ ଆଖି, କିଡ୍‌ନୀ ଓ ହୃତ୍‌ପିଣ୍ଡ ପ୍ରତି ଅଧିକ ବିପଦ ରହେ। ଏହି ଅଙ୍ଗଗୁଡ଼ିକ ବିଶେଷ ଭାବେ ପ୍ରଭାବିତ ହୁଅନ୍ତି ବୋଲି କୁହାଯାଏ। ବିଶୃଙ୍ଖଳିତ ଜୀବନଶୈଳୀ ଯୋଗୁଁ ଏବେ ଅଧିକାଂଶ ଲୋକ ଡାଇବେଟିସ୍‌ ରୋଗର ଶିକାର ହେଉଛନ୍ତି। ଅନେକ ଲୋକ ସେମାନଙ୍କୁ ଡାଇବେଟିସ୍ ହୋଇଛି ବୋଲି ଜାଣିପାରନ୍ତି ନାହିଁ ଓ ଜାଣିଲା ବେଳକୁ ଏହା ଖୁବ୍ ବଢ଼ିଯାଇଥାଏ। ଅନ୍ୟ ରୋଗ ଭଳି ଡାଇବେଟିସ୍ ମଧ୍ୟ କିଛି ସଂକେତ ଦେଇଥାଏ। ଏହି ସଂକେତଗୁଡ଼ିକୁ ଜାଣିପାରିଲେ ଆପଣ ହୁଏତ ସତର୍କ ହୋଇଯିବେ ଓ ଏହି ରୋଗର ମାରାତ୍ମକ ପ୍ରଭାବରୁ ବର୍ତ୍ତି ଯାଇପାରିବେ। ତା’ହେଲେ ଆସନ୍ତୁ ଜାଣିବା ଏହି ସଂକେତଗୁଡ଼ିକ ବିଷୟରେ।

ସବୁବେଳେ ଥକା ଲାଗିବ- ଥକାପଣ ହେଉଛି ଡାଇବେଟିସ୍‌ ଆରମ୍ଭ ହେବାର ଏକ ପ୍ରମୁଖ ଲକ୍ଷଣ। ଯଦି ଆପଣଙ୍କୁ ସବୁବେଳେ ଥକା ବା ହାଲିଆ ଲାଗୁଛି, ତେବେ ନିଜର ବ୍ଲଡ୍‌ ସୁଗାର୍‌ ଲେଭଲ୍‌ ଯାଞ୍ଚ କରନ୍ତୁ। ଯେତେବେଳେ ଶରୀରରେ ଇନ୍‌ସୁଲିନ୍‌ର ମାତ୍ରା କମିଯାଏ, ସେତେବେଳେ ଆମ ଖାଦ୍ୟ ଦ୍ୱାରା ପେଟକୁ ଯାଉଥିବା ସୁଗାର ଆମକୁ ଶକ୍ତି ନ ଯୋଗାଇ ସିଧା ରକ୍ତରେ ମିଶିଯାଏ। ଫଳରେ ଶରୀରକୁ ଶକ୍ତି ମିଳେ ନାହିଁ ଓ ଏହା ଥକି ଯାଏ।

ଶରୀରରେ ଦାଗ ହେବା- ଯେଉଁମାନଙ୍କୁ ପ୍ରି ଡାଇବେଟିସ୍‌ ହୋଇଥାଏ, ସେମାନଙ୍କଠାରେ ଅନେକ ଚର୍ମ ଜନିତ ସମସ୍ୟା ଦେଖାଦିଏ। ଶରୀରର ବିଭିନ୍ନ ସ୍ଥାନରେ କଳା କଳା ଦାଗ ହୋଇଯାଏ। ସାଧାରଣତଃ ଏହି ଦାଗ ଗୁଡ଼ିକ ବେକ, କାଖ ଓ ଜଙ୍ଘରେ ହୋଇଥାଏ।

ନିଦ ନ ହେବା- ଯେଉଁମାନେ ନିୟମିତ ଭାବେ ରାତିରେ ୬ ଘଣ୍ଟାରୁ କମ୍‌ ସମୟ ଶୁଅନ୍ତି, ସେମାନେ  ପ୍ରି-ଡାଇବେଟିସ୍‌ର ଶିକାର ହୋଇଥାଇପାରନ୍ତି। ହରମୋନ୍‌ ଗୁଡ଼ିକ ଅସନ୍ତୁଳିତ ହୋଇଗଲେ ଭଲ ନିଦ ହୁଏ ନାହିଁ। ବ୍ଲଡ୍‌ ଗ୍ଲୁକୋଜ୍‌ ପରିମାଣ ବଢ଼ିଗଲେ ହରମୋନ୍‌ ଗୁଡ଼ିକ ଅସନ୍ତୁଳିତ ହୋଇଯାଆନ୍ତି।

ବାରମ୍ବାର ପରିସ୍ରା ଲାଗିବା- ଯଦି ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗୁଛି ଓ କମ୍‌ ମାତ୍ରାରେ ପରିସ୍ରା ହେଉଛି, ତା’ହେଲେ ଏହା ମଧ୍ୟ ଡାଇବେଟିସ୍‌ ଆରମ୍ଭ ହେବାର ଲକ୍ଷଣ ହୋଇପାରେ। ଯେତେବେଳେ ସୁଗାର ଆପଣଙ୍କ କୋଷିକାରେ ମିଶି ପାରେନାହିଁ ସେତେବେଳେ ଶରୀର ଏହାକୁ ପରିସ୍ରା ଆକାରରେ ବାହାର କରିଦିଏ। ଫଳରେ ବାରମ୍ବାର ପରିସ୍ରା ଲାଗେ। ଯଦି ଆପଣଙ୍କୁ ଦିନରେ ୧୦ରୁ ଧିକ ଥର ପରିସ୍ରା ଲାଗୁଛି, ତେବେ ତୁରନ୍ତ ବ୍ଲଡ୍‌ ସୁଗାର ଚେକ୍‌ କରାନ୍ତୁ।

ବାରମ୍ବାର ଶୋଷ ଲାଗିବା- ବାରମ୍ବାର ଶୋଷ ଲାଗିବା ମଧ୍ୟ ଡାଇବେଟିସ୍‌ ଆରମ୍ଭ ହେବାର ସଂକେତ ଦେଇଥାଏ। ଯଦି ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇଲା ପରେ ବି ଆପଣଙ୍କୁ ଶୋଷ ଲାଗୁଛି, ତା’ହେଲେ ତୁରନ୍ତ ଡାଇବେଟିସ୍‌ ଯାଞ୍ଚ କରାନ୍ତୁ।



from OdishaReporter https://ift.tt/2Lf6bRq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages