ପାକିସ୍ତାନର ଗୋଟେ ଫଟୋ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଫଟୋଟି ହେଉଛି ମହାତ୍ମା ଗୌତମ ବୁଦ୍ଧଙ୍କର। ୨୦୦୭ମସିହାରେ ତାଲିବାନ୍ ଆତଙ୍କବାଦୀମାନେ ସ୍ୱାଡ୍ ଭ୍ୟାଲିରେ ଥିବା ବୁଦ୍ଧଙ୍କର ଏକ ବିଶାଳ ପ୍ରତିମୂର୍ତ୍ତିଙ୍କୁ ଡାଇନାମାଇଟ୍ ଦ୍ୱାରା ଉଡ଼ାଇ ଦେଇଥିଲେ। ଏହି ପ୍ରତିମୂର୍ତ୍ତିଟି ପାହାଡ଼ କାଟି ତିଆରି କରାଯାଇଥିଲା। ଏବେ ଦୀର୍ଘ ୧୧ ବର୍ଷ ପରେ ସେହି ବୁଦ୍ଧ ପୁଣି ଥରେ ହସୁଥିବା ନଜର ଆସିଛନ୍ତି। ପାକିସ୍ତାନରେ ଏକ ପର୍ଯ୍ୟଟନ ସ୍ଥଳରେ ଏକ ବୁଦ୍ଧ ପ୍ରତିମୂର୍ତ୍ତିକୁ ଦେଖିବାକୁ ମିଳିଛି।ଏହି ମୂର୍ତ୍ତିଟି ୨୦ଫୁଟ୍ ଉଚ୍ଚ ଏବଂଏହା ୧୪୦୦ବର୍ଷ ପୂରୁଣା ବୋଲି ଜଣାପଡ଼ିଛି।
ଏକ ବଡ଼ ପାହାଡ଼ରେ ଏହି ପ୍ରତିମୂର୍ତ୍ତିଟି ରହିଛି। ଏହାକୁ ମୂଳ ରୂପକୁ ଫେରାଇ ଆଣିବା ପାଇଁ ବାହାର ଦେଶରୁ ଅନେକ କାରିଗର ସାମିଲ୍ ହୋଇଥିଲେ।ମୂର୍ତ୍ତିର ପୁନରୁଦ୍ଧାର କାର୍ଯ୍ୟ ୨୦୧୨ରୁ ଆରମ୍ଭ ହୋଇଯାଇଥିଲା। ଏଥିପାଇଁ ୨୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ମୂର୍ତ୍ତିକୁ ତିଆରି କରିବା ପାଇଁ ଇଟାଲିରୁ କିଛି କାରିଗର ଆସିଥିଲେ। ସେମାନେ 3Dଟେକ୍ନିକ୍ ମାଧ୍ୟମରେ ଏହାକୁ ତିଆରି କରିଛନ୍ତି। ଏକ୍ସପର୍ଟମାନେ ମୂର୍ତ୍ତିର ମୁହଁରେ କିଛି ଛେଦ ରଖିଛନ୍ତି। ଯାହାଦ୍ୱାରା ଏହା ଜଣାପଡ଼ିବ ଯେ ମୂର୍ତ୍ତିକୁ ପୂର୍ବରୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା ହୋଇଥିଲା।
ସ୍ୱାତ ଘାଟିରେ ବୁଦ୍ଧ ପ୍ରତିମା ଦେଖିବା ପରେ ପର୍ବେଜ୍ ଶହିନ୍ ନାମକ ଜଣେ ୭୯ବର୍ଷୀୟ ବ୍ୟକ୍ତି କହିଛନ୍ତି-‘ଏମିତି ଲାଗୁଥିଲା ଯେମିତି ସେ ମୋ ବାପାଙ୍କୁ ହତ୍ୟା କରିଦେଇଥିଲେ। ଆତଙ୍କବାଦୀମାନେ ସବୁବେଳେ ସଂସ୍କୃତି ଏବଂ ଇତିହାସ ଉପରେ ଆକ୍ରମଣ କରିଛନ୍ତି। ଶହିନ୍ କହିଛନ୍ତି- ଆମେ ସମସ୍ତଙ୍କୁ ଭଲ ପାଉଛୁ। କୌଣସି ଧର୍ମକୁ ଘୃଣା କରୁନାହୁଁ। ଘୃଣା କଲେ କ’ଣ ମିଳିବ’

ଠିକ୍ ସେହିପରି ତାଲିବାନ୍ ଆତଙ୍କବାଦୀ ଅଫ୍ଗାନିସ୍ତାନର ବାମିୟାନରେ ମଧ୍ୟ ବୁଦ୍ଧ ପ୍ରତିମାଙ୍କୁ ଡାଇନାମାଇଟ୍ରେ ଉଡ଼ାଇଦେଇଥିଲେ। ଯେଉଁଥିରୁ ଗୋଟେ ମୂର୍ତ୍ତିର ଉଚ୍ଚତା ୫୬ ମିଟର ଥିଲା।
from OdishaReporter https://ift.tt/2zEXTN5
No comments:
Post a Comment