ଶରଧାବାଲିରେ ତିନି ରଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 15, 2018

ଶରଧାବାଲିରେ ତିନି ରଥ

ପୁରୀ(ଓଡ଼ିଶା ରିପୋର୍ଟର): ଶରଧାବାଲିରେ ଲାଗିଲା ତିନି ରଥ। ଗତକାଲିଠାରୁ ବଳଗଣ୍ଡି ଛକରେ ଅଟକି ଥିବା ନନ୍ଦିଘୋଷ ରଥକୁ ଆଜି ସକାଳେ ଭକ୍ତମାନେ ଟାଣି ଟାଣି ଗୁଣ୍ଡିଚା ମନ୍ଦିର ନିକଟକୁ ଆଣିଛନ୍ତି। ଝିପି ଝିପି ବର୍ଷା ସତ୍ତ୍ୱେ ରଥ ଟାଣିବାକୁ ଶ୍ରଦ୍ଧାଳୁମାନେ ଏକାଠି ହୋଇଥିଲେ।

କାଲି ଆଡ଼ପ ମଣ୍ଡପ ବିଜେ କରିବେ ମହାପ୍ରଭୁ। ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଆସିଥିବା କାଳିଆ ଠାକୁର ଭାଇ ଭଉଣୀଙ୍କ ସହିତ ଏବେ ରଥ ଉପରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।

ଗତକାଲି ନୀଳକନ୍ଦରରୁ ବାହାରି ଆସିଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ତିନି ରଥ ମଧ୍ୟରୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ସୁଭଦ୍ରାଙ୍କ ଦେବଦଳନ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ଯାଇଥିଲା। ହେଲେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଳଗଣ୍ଡି ଛକରେ ଅଟକି ରହିଥିଲା



from OdishaReporter https://ift.tt/2miJY5N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages