
ଜିଆଙ୍ଗ୍ଜି: ଏବେ ଏକ ଭିଡିଓ ସୋଶାଲ୍ ମିଡିଆରେ ବହୁତ ଜୋରରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓଟି ଚୀନ୍ର। ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ପେଟ୍ରୋଲ୍ ପମ୍ପରେ ଏକ ତିନି ଚକିଆ ଗାଡ଼ିରେ ନିଆଁ ଲାଗିଛି। ପେଟ୍ରୋଲ୍ ମେସିନ୍ର ଅଳ୍ପ ଦୂରରେ ଉକ୍ତ ଗାଡ଼ିଟି ଥିଲା। ଗାଡ଼ିରେ ନିଆଁ ଲାଗିବା ମାତ୍ରେ ଡ୍ରାଇଭର ଗାଡ଼ିରୁ ଓହ୍ଲାଇ ପ୍ରାଣ ବିକଳରେ ପଳାଇଯାଉଛି। ଅନ୍ୟମାନେ ମଧ୍ୟ ଭୟରେ ଦୂରକୁ ପଳାଇଯାଉଛନ୍ତି। କିନ୍ତୁ ପେଟ୍ରୋଲ୍ ପମ୍ପର ଜଣେ କର୍ମଚାରୀ ତୁରନ୍ତ ସାହସିକତା ପ୍ରଦର୍ଶନ କରିବା ସହ ନିଜ ବୁଦ୍ଧି ପ୍ରୟୋଗ କରି ଫାୟାର ଏକ୍ସଟିଙ୍ଗ୍ୱିଶର୍ ସାହାଯ୍ୟରେ ମାତ୍ର ୧୨ ସେକେଣ୍ଡ ମଧ୍ୟରେ ନିଆଁକୁ ଲିଭାଇବାରେ ସଫଳ ହୋଇଛନ୍ତି। ପିପୁଲ୍ସ୍ ଡେଲି ଚାଇନା ଟ୍ୱିଟ୍ର ଯୋଗେ ଏହି ଭିଡିଓ ପୋଷ୍ଟ୍ କରିଛନ୍ତି। ଅଳ୍ପ କିଛି ସେକେଣ୍ଡ୍ ବିଳମ୍ବ ହୋଇଥିଲେ ହୁଏତ ପୂରା ଷ୍ଟେସନ୍ ଜଳି ଯାଇଥା’ନ୍ତା।
Quick thinking saves the day: Gas station worker puts out fire in only 12 seconds after motor tricycle catches fire near the pump in Jiangxi, China pic.twitter.com/Rt2ftZR1HO
— People’s Daily,China (@PDChina) July 12, 2018
from OdishaReporter https://ift.tt/2JouaaP
No comments:
Post a Comment