
ନୂଆଦିଲ୍ଲୀ: ରାଜ୍ୟସଭାକୁ ଯିବେ ଓଡ଼ିଶାର ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର। ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ମନୋନୀତ କରିଛନ୍ତି। ଆଜି ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସଂପର୍କରେ ଘୋଷଣା କରାଯାଇଛି। ରାଜ୍ୟସଭା ପାଇଁ ରାଷ୍ଟ୍ରପତି ୪ ଜଣ ବିଶିଷ୍ଟ ବ୍ୟକ୍ତିକୁ ମନୋନୀତ କରିଛନ୍ତି। ସେମାନେ ହେଲେ ରଘୁନାଥ ମହାପାତ୍ର, ବିଶିଷ୍ଟ ନୃତ୍ୟାଙ୍ଗନା ସୋନାଲ୍ ମାନସିଂହ, କୃଷକ ନେତା ରାମ୍ ସାକାଲ ଓ ସ୍ତମ୍ଭକାର ରାକେଶ ସିହ୍ନା।
ପୁରୀ ଜିଲ୍ଲାରେ ଜନ୍ମିତ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଜଣେ ପ୍ରତିଷ୍ଠିତ ଭାସ୍କର୍ଯ୍ୟ ଶିଳ୍ପୀ। ନିଜର ପଥର କାମ ପାଇଁ ସେ ସାରା ଦେଶରେ ପରିଚିତ। ଭାରତୀୟ କଳା ଜଗତକୁ ତାଙ୍କର ଅବଦାନ ପାଇଁ ଭାରତ ସରକାର ତାଙ୍କୁ ମର୍ଯ୍ୟାଦାଜନକ ‘ପଦ୍ମଶ୍ରୀ’ ଓ ‘ପଦ୍ମଭୂଷଣ’ ଉପାଧି ପ୍ରଦାନ କରିଛନ୍ତି। ସେହିପରି ମୁମ୍ୱାଇରେ ଜନ୍ମିତ ସୋନାଲ୍ ମାନସିଂହ ଶାସ୍ତ୍ରୀୟ ନୃତ୍ୟ ଭାରତନାଟ୍ୟମ୍ ଓ ଓଡ଼ିଶୀରେ ବେଶ୍ ପାରଙ୍ଗମ। ଏଥିପାଇଁ ତାଙ୍କୁ ମିଳିଛି ଅନେକ ସଫଳତା। ଏହାଛଡ଼ା ସେ ଜଣେ ସଫଳ କୋରିଓଗ୍ରାଫର, ଶିକ୍ଷୟିତ୍ରୀ ଓ ସାମାଜିକ କର୍ମୀ।
from OdishaReporter https://ift.tt/2LbkSnz
No comments:
Post a Comment