ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଇସ୍ପାତ ଶିଳ୍ପକୁ ସଠିକ୍ ଭାବେ ମିଳୁନାହିଁ ଲୁହାପଥର ଓ କୋଇଲା ଭଳି କଞ୍ଚାମାଲ୍। ଆଜି ଏହି ଅଭିଯୋଗ ବାଢ଼ିଛନ୍ତି ଶିଳ୍ପପତି ନବୀନ ଜିନ୍ଦଲ। ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ଷ୍ଟିଲ୍ର ଦର କମୁଥିବା ବେଳେ ଓଡ଼ିଶାରେ ଲୁହାପଥର ଭଳି କଞ୍ଚାମାଲ୍ ଦର ବଢ଼ିବାରେ ଲାଗିଛି। ଗତ ଏକବର୍ଷ ଭିତରେ ଲୁହାପଥର ଦର ଦ୍ୱି’ଗୁଣିତ ହୋଇଛି। କେବଳ ସେତିକି ନୁହେଁ, ଲୁହାପଥର ପରିବହନ ପାଇଁ ମଧ୍ୟ ପରିବହନକାରୀ ନିୟମିତ ବ୍ୟବଧାନରେ ଦର ବଢ଼ାଉଛନ୍ତି। ସେପଟେ କୋଇଲା ମଧ୍ୟ ଠିକ୍ ଭାବେ ମିଳିପାରୁନାହିଁ କୋଇଲାର ଇ-ଅକ୍ସନ୍। ଫଳରେ ବର୍ତ୍ତମାନ ଶତ ପ୍ରତିଶତର ଅଧିକ ପ୍ରିମିୟମ୍ ଦେବାକୁ ପଡୁଛି। ଏହାଦ୍ୱାରା ଇସ୍ପାତ ଉଦ୍ୟୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ନବୀନ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ନେଇ ଆଜି ନବୀନ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ଲୁହାପଥର ଭଳି କଞ୍ଚା ମାଲ୍ର ଦର କମାଇବା ଓ ଉଚିତ୍ ପରିମାଣର କୋଇଲା ଯୋଗାଇବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ନବୀନ।
ଶିଳ୍ପପତିଙ୍କ ଏହି ସମସ୍ୟା ନେଇ ସେମାନଙ୍କ ସହ ସମୟେ ସମୟେ ଆଲୋଚନା କରାଯାଉଥିବା କହିଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ସେପଟେ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଶିଳ୍ପପତିମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନବ କିଶୋର ଦାସ।
from OdishaReporter https://ift.tt/2NOUiOQ
No comments:
Post a Comment