‘ବିଜୁ ଯୁବ ବାହିନୀ’ ନାଁକୁ ନେଇ ଉଠିଲା ଆପତ୍ତି, ସିଇସିରେ ଫେରାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

‘ବିଜୁ ଯୁବ ବାହିନୀ’ ନାଁକୁ ନେଇ ଉଠିଲା ଆପତ୍ତି, ସିଇସିରେ ଫେରାଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ‘ବିଜୁ ଯୁବ ବାହିନୀ’ର ନାମକରଣକୁ ନେଇ ରାଜ୍ୟର ଭୋଟରମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଏହା ବିଜେଡିର ଯୁବ ଶାଖା ବୋଲି ଅନେକଙ୍କ ମନରେ ଧାରଣା ସୃଷ୍ଟି ହେଉଛି। ତେଣୁ ‘ବିଜୁ ଯୁବ ବାହିନୀ’ ସରକାରୀ ଯୋଜନାର ନାଁକୁ ତୁରନ୍ତ ପରିବର୍ତ୍ତନ କରିବା ପାଇଁ ଶୁକ୍ରବାର ଜାତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ବିଧିବଦ୍ଧ ଅଭିଯୋଗ ହୋଇଛି।
‘ଉତ୍କଳ ବିକାଶ ଯୁବ ପରିଷଦ’ର ଅଧ୍ୟକ୍ଷ  ଦେବୀ ପୃଷ୍ଟି ଆଜି ଏନେଇ ଜାତୀୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ, ସମଗ୍ର ଦେଶରେ କୌଣସି ବ୍ୟକ୍ତିଙ୍କ ନାଁରେ ଗଠିତ ହୋଇଥିବା ରାଜନୀତିକ ଦଳର ନିଜସ୍ୱ ଯୁବ ଶାଖାର ନାଁ ଓ ସରକାରୀ କାର୍ଯ୍ୟକ୍ରମର ନାଁରେ ଏଭଳି ସମାନତା ଦେଖିବାକୁ ମିଳିବ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ବିଜୁ ଜନତା ଦଳର ସଭାପତି ଅଛନ୍ତି। ତାଙ୍କ ଦଳର ଯୁବ ଶାଖାର ନାଁ ‘ବିଜୁ ଯୁବ ଜନତା’। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ‘ଯୁବ ବ୍ୟାପାର ବିଭାଗ’ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାର ନାଁ  ମଧ୍ୟ ‘ବିଜୁ ଯୁବ ବାହିନୀ’ ରଖାଯାଇଛି। ଉଭୟ ସରକାରୀ ବିଜୁ ଯୁବ ବାହିନୀ ଓ ରାଜନୀତିକ ବିଜୁ ଯୁବ ଜନତାର ନାମକରଣ ଏକାଭଳିଆ ହୋଇଥିବାରୁ  ସାଧାରଣ ଲୋକ ଓ ଭୋଟରମାନେ ବିଭ୍ରାନ୍ତିର ଶିକାର ହେଉଛନ୍ତି। ସରକାରୀ ଅର୍ଥ ବ୍ୟୟରେ ଶାସକ ଦଳ ସିଧାସଳଖ ଭାବେ ନିଜସ୍ୱ ପ୍ରଚାର ପାଇଁ ଏଭଳି ନାମକରଣ କରିଛି, ଯାହା ଗଣତାନ୍ତ୍ରିକ ବ୍ୟବସ୍ଥାର ବିରୋଧାଚରଣ କରୁଛି। ସର୍ବନିମ୍ନ ସାଧାରଣ ଜ୍ଞାନ ଥିବା ଯେକୌଣସି ବ୍ୟକ୍ତି ମଧ୍ୟ ‘ବିଜୁ ଯୁବ ବାହିନୀ’ ନାଁ ପରିବର୍ତ୍ତନ ପାଇଁ ଦାବି କରିବେ। ତେଣୁ ‘ବିଜୁ ଯୁବ ବାହିନୀ’ ନାମ ପରିବର୍ତ୍ତନ ନିମନ୍ତେ ସାମ୍ବିଧାନିକ କ୍ଷମତା ପ୍ରୟୋଗ କରି ମୁଖ୍ୟ ନିର୍ବାଚନ କମିଶନର ତୁରନ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ‘ଉତ୍କଳ ବିକାଶ ଯୁବ ପରିଷଦ’ର ଅଧ୍ୟକ୍ଷ ଶ୍ରୀ ପୃଷ୍ଟି ଦାବି କରିଛନ୍ତି।
ସେହିପରି ବିଜୁ ଯୁବ ବାହିନୀର ୱାର୍ଡଠାରୁ ଜିଲ୍ଲା ଓ ରାଜ୍ୟସ୍ତର ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ଶହ ଶହ ସଂଯୋଜକ ନିଯୁକ୍ତି ବେଳେ ଦଳିତ, ଆଦିବାସୀ, ପଛୁଆବର୍ଗ ଓ ଭିନ୍ନକ୍ଷମମାନଙ୍କ ସକାଶେ ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥା ଲାଗୁ ମଧ୍ୟ କରାଯାଇନି। ତେଣୁ ଶ୍ରୀ ପୃଷ୍ଟି ଏନେଇ ଜାତୀୟ ଦଳିତ ଆୟୋଗ, ଜାତୀୟ ଆଦିବାସୀ ଆୟୋଗ, ଜାତୀୟ ଭିନ୍ନକ୍ଷମ ଆୟୋଗକୁ ଚିଠି ଲେଖି ସମାଜର ବଞ୍ଚିତ ବର୍ଗକୁ ଏହି ସରକାରୀ କାର୍ଯ୍ୟକ୍ରମରେ ସଂରକ୍ଷଣ ସୁବିଧା ପ୍ରଦାନ ପାଇଁ ନବୀନ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି।


from OdishaReporter https://ift.tt/2K2bm1p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages