ଜାଣନ୍ତୁ ସ୍ୱାସ୍ଥ୍ୟ ବିଷୟରେ କ’ଣ କହିଥାଏ ଆପଣଙ୍କ ଚର୍ମ, ଆଖି ଏବଂ କେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ଜାଣନ୍ତୁ ସ୍ୱାସ୍ଥ୍ୟ ବିଷୟରେ କ’ଣ କହିଥାଏ ଆପଣଙ୍କ ଚର୍ମ, ଆଖି ଏବଂ କେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ଜାଣିଛନ୍ତି, ଆପଣଙ୍କ ଆଖି, ଚର୍ମ ଓ କେଶ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ବହୁତ କିଛି କଥା କହିଥାଆନ୍ତି। ତ୍ୱଚାରେ କୁଞ୍ଚନ ଏବଂ ବ୍ରଣ, କେଶ ଝଡ଼ିବା, ଆଖି ଲାଲ୍‌ ହେବା ଆଦି କିଛି ଲକ୍ଷଣ ଆପଣଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ସଙ୍କେତ ଦେଇଥାନ୍ତି। ହୃଦ୍‌ଘାତ, କିଡ୍‌ନୀ ସମସ୍ୟା, ଉଚ୍ଚ ରକ୍ତଚାପ, ଓଷ୍ଟିଓପୋରୋସିସ୍‌ (Osteoporosis) ପରି କିଛି ସ୍ୱାସ୍ଥ୍ୟ ସମସ୍ୟାର ପ୍ରଥମ ଲକ୍ଷଣ ଆଖି, ଚର୍ମ ଏବଂ କେଶରେ ଦେଖିବାକୁ ମିଳିଥାଏ। ତା’ହେଲେ ଆସନ୍ତୁ ଜାଣିବା ଆପଣଙ୍କ କେଶ, ଚର୍ମ ଏବଂ ଆଖି କିପରି ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇ ଥାଆନ୍ତି।
(୧) ଆଖି

ଆଖିରୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଜଣା ପଡ଼ିଥାଏ। ଏହି କାରଣରୁ ଡାକ୍ତରମାନେ ଅଧିକାଂଶ ସମୟରେ ପ୍ରଥମେ ଆଖିକୁ ଯାଞ୍ଚ କରନ୍ତି।
– ଆଖିର ଡୋଳାରେ ଧଳାଦାଗ ଦେଖାଦେଲା ତାହା ହାଇ କୋଲେଷ୍ଟ୍ରଲ୍‌ର ସଙ୍କେତ ଦେଇଥାଏ।
– ଆଖି ପାଖ ଲାଲ୍‌ ଦେଖାଗଲେ ଏହା ଫୋନ୍‌ ଏବଂ ଲାପ୍‌ଟପ୍‌ର ଅଧିକ ବ୍ୟବହାର ଯୋଗୁ ହୋଇଛି ବୋଲି ଜଣାପଡ଼ିଥାଏ। ଅଧିକ ସମୟ ଧରି ଆଖି ପାଖରେ ଏହି ଲାଲ୍‌ ରଙ୍ଗ ରହିଲେ ଆଖିର ଶିରାଗୁଡ଼ିକରେ ସମସ୍ୟା ଦେଖା ଦେଇଥାଏ।
– ଆଖି ଲାଲ୍‌ ଦିଶିବା ଥକାପଣ ବା ନିଦ ଠିକ୍‌ରେ ହୋଇ ନାହିଁ ବୋଲି ସଙ୍କେତ ଦେଇଥାଏ। କିନ୍ତୁ ଆପଣଙ୍କ ଆଖିରେ କଳା ଓ ଲାଲ୍‌ ଦାଗ ଡାଇବେଟିସ୍‌ ହେବାର ଇସାରା ଦେଇଥାଏ। ଏପରି ସ୍ଥିତିକୁ ଡାଇବେଟିସ୍‌ ରେଟିନୋପେଥି ବୋଲି କୁହାଯାଏ।
– ରାତିରେ କମ୍‌ ଦେଖାଯିବା ଭିଟାମିନ୍‌ ଏ କମ୍‌ ହେବାର ଲକ୍ଷଣ।
– ଧୂମପାନ କରିବା ଦ୍ୱାରା ଆଖି ଶୁଖିଲା ଦେଖା ଯାଇଥାଏ। ଏହି ଲକ୍ଷଣ ଦେଖାଗଲେ ଥାଇରଏଡ୍‌ ରୋଗ, ଲୁପସ୍‌ ଏବଂ ଆଣ୍ଠୁଗଣ୍ଠି ରୋଗ ହୋଇଛି ବୋଲି ଜଣାଯାଏ।
(୨) କେଶ

– ଆଇବ୍ରୋ ପତଳା ହେବା ହାଇପୋଥାଇରୋଇଡିଜିମ୍‌ (Hypothyroidism) ଲକ୍ଷଣର ସଙ୍କେତ ଦେଇଥାଏ। ଆଇବ୍ରୋର ବାହାର ଅଂଶରେ ଲାଲ୍‌ ପଡ଼ିବା ଥାଇରଏଡ୍‌ ହର୍ମୋନ୍‌ ଉତ୍ପାଦନରେ ଅସନ୍ତୁଳନର ସଙ୍କେତ ଦେଇଥାଏ।
– କେଶ କୁଣ୍ଡାଇବା ସମୟରେ ଝଡ଼ିବା ଶରୀରରେ ଆଇରନ୍‌ କମ୍‌ ଥିବାର ସୂଚନା ଦେଇଥାଏ।
Scaly-skin(୩) ଚର୍ମ
-ବୟସ ବୃଦ୍ଧି ପାଇଲେ ଚର୍ମ କୁଞ୍ଚନ ହେବା ଆରମ୍ଭ ହୋଇଥାଏ। କିନ୍ତୁ ସମୟ ପୂର୍ବରୁ ଯଦି ଚର୍ମରେ କୁଞ୍ଚନ ଦେଖାଯାଏ, ତେବେ ଏହା ଓଷ୍ଟିଓପୋରୋସିସ୍‌ର (Osteoporosis) ସଙ୍କେତ ହୋଇପାରେ।  ଉଚ୍ଚ ରକ୍ତଚାପ ଯୋଗୁ ଶରୀରର ସେଇ ସବୁ ଅଂଶରେ କୁଞ୍ଚନ ଦେଖାଯାଇଥାଏ ଯେଉଁ ଅଂଶରେ ସୂର୍ଯ୍ୟ କିରଣ ପଡ଼ିପାରେ ନାହିଁ। ଏହା କାର୍ଡିଓ ଭାସ୍କୁଲର୍‌(Cardio vascular) ରୋଗର ସଙ୍କେତ ହୋଇପାରେ।
– ଦୁର୍ବଳ ନଖ ଶରୀରରେ ପୋଷକ ତତ୍ତ୍ୱ କମ୍‌ ଥିବାର ସଙ୍କେତ ଦେଇଥାଏ। ନଖରେ ପରିବର୍ତ୍ତନ କିମ୍ୱା ନଖ କୋଣରୁ ଛିଣ୍ଡିବା କିଡ୍‌ନୀ ବା ଲିଭର୍‌ ସମସ୍ୟା ଥିବାର ସଙ୍କେତ ଦେଇଥାଏ।
– ଓଠ ଶୁଖିବା ରିବୋଫ୍ଲାଭିନିକୋମି(Riboflavinicomy) ବା ଇନ୍‌ଫେକ୍‌ସନ୍‌ର କାରଣ ହୋଇପାରେ।
– ଶରୀରରେ ଅଧିକ କେଶ ହେବା ଟେଷ୍ଟୋଷ୍ଟେରନ୍‌ ହରମୋନ୍‌ ଅଧିକ ହେଉଥିବା ସୂଚନା ଦେଇଥାଏ। ଏଭଳି ସ୍ଥିତିରେ ଏକ୍ସସର୍‌ସାଇଜ୍‌ କରିବା ଏବଂ ମିଠା କମ୍‌ ଖାଇବା ଶରୀର ପାଇଁ ଭଲ। ଆହୁରି ମଧ୍ୟ ଶରୀରରେ ଅଧିକ କେଶ ଦେଖାଗଲେ ପଲିସିଷ୍ଟିକ୍‌ ଓଭାରୀ ସିଣ୍ଡ୍ରୋମ୍‌ ( polycystic ovarian syndrome) ରୋଗ ହୋଇଥିବାର ସଙ୍କେତ ମିଳିଥାଏ।



from OdishaReporter https://ift.tt/2v6Jox4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages