
ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ କନ୍ଧବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରମାନଙ୍କୁ ପାଇଖାନା ସଫା କାମରେ ଲଗାଯାଉଥିବା ଅଭିଯୋଗ ହୋଇଛି। ଏହା ଜଣାପଡ଼ିବା ପରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ପିଲାମାନଙ୍କୁ ଏପରି କାମରେ ଲଗାଉଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକମାନେ ଦାବି କରିଛନ୍ତି।
ଏନେଇ ପ୍ରଧାନଶିକ୍ଷକ ହିମାଂଶୁ ଶେଖର ମାଝିଙ୍କୁ ପଚରାଯିବାରେ ପ୍ରଥମେ ସେ କିଛି କହି ନଥିଲେ। ହେଲେ ପରେ ପ୍ରତି ଶନିବାର ପିଲାମାନେ ଏପରି ସଫା କରିଥାନ୍ତି ବୋଲି ସ୍ୱୀକାର କରିଥିଲେ। ଏନେଇ ଡିଇଓ ସୁବୋଧ ଦାସଙ୍କୁ ପଚରାଯିବାରେ ସେ କହିଛନ୍ତି, “ଅଭିଯୋଗ ମିଳିଛି। ଘଟଣାର ତଦନ୍ତ କରିବାକୁ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।”
from OdishaReporter https://ift.tt/2LFXoZ1
No comments:
Post a Comment