
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଦେଇ ଯାଇଥିବା କୁଆଖାଇ ନଈରେ ଏକ ଅଟୋ ଫସି ଯାଇଥିଲା। ଯାହାକୁ ୪୮ ଘଣ୍ଟା ପରେ ଦଉଡ଼ି ସାହାଯ୍ୟରେ ଟଣାଯାଇ ଉଦ୍ଧାର କରାଯାଇଛି।
ନଈରେ ବାଲି ବୁହା ହେବା ପାଇଁ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିଲା। ସୋମବାର ଜଣେ ଅଟୋ ଡ୍ରାଇଭର୍ ଉକ୍ତ ରାସ୍ତାରେ ତାଙ୍କ ଗାଡ଼ି ଧୋଇବାକୁ ନେଇଥିଲେ। ସେହି ସମୟରେ ହଠାତ୍ ପାଣି ମାଡ଼ି ଆସିଥିଲା। ଅଟୋ ଡ୍ରାଇଭର୍ ଜଣଙ୍କ ପ୍ରାଣ ବିକଳରେ ଦୌଡ଼ି ପଳାଇ ଆସିଥିଲେ। ହେଲେ ଗାଡ଼ିଟି ମଝି ନଈରେ ରହିଯାଇଥିଲା। ସହାୟତା ପାଇଁ ଅଟୋ ଡ୍ରାଇଭର୍ ଦମକଳ ବିଭାଗକୁ ଫୋନ୍ କରିଥିଲେ ମଧ୍ୟ କେହି ଆସି ନଥିଲେ ବୋଲି ଅଭିଯୋଗ କରିଛନ୍ତି। ଏହା ପରେ ପୁଲିସ୍କୁ ଖବର ଦିଆଯାଇଥିଲା। ପୁଲିସ୍ ଆସି ଦଉଡ଼ି ସହାୟତାରେ ଅଟୋଟିକୁ ନଈରୁ ବାହାର କରିଥିଲା।
from OdishaReporter https://ift.tt/2zJMAU1
No comments:
Post a Comment