ପ୍ରତିଶୋଧ ନେଲା ଇଂଲଣ୍ଡ: ଦିନିକିଆ ସିରିଜ୍ ହାରିଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ପ୍ରତିଶୋଧ ନେଲା ଇଂଲଣ୍ଡ: ଦିନିକିଆ ସିରିଜ୍ ହାରିଲା ଭାରତ

cric

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟ୍ୱେଣ୍ଟି-୨୦ ସିରିଜ୍‌ ପରାଜୟର ପ୍ରତିଶୋଧ ନେଇଛି ଇଂଲଣ୍ଡ। ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଭାରତକୁ ୨-୧ରେ ହରାଇ ବିଜୟୀ ହୋଇଛି ଦଳ। ଗତକାଲି ଲଡ୍ସର ହେଡିଂଲେ ପଡ଼ିଆରେ ଖେଳା ଯାଇଥିବା ଏହି ସିରିଜ୍‌ର ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଇଂଲଣ୍ଡ ୮ ୱିକେଟ୍‌ରେ ଭାରତକୁ ହରାଇଛି।

ଇଂଲଣ୍ଡ ଟସ୍ ଜିତି ଫିଲ୍‌ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ଭଲ ସ୍କୋର୍ କରିପାରି ନ ଥିଲା। ଦଳ ୫୦ ଓଭରରେ ୮ ୱିକେଟ୍ ହରାଇ ୨୫୬ ରନ୍ କରିଥିଲା। ରୋହିତ୍ ଶର୍ମା ୨ ରନ୍ କରି  ଆଉଟ୍ ହୋଇଯାଇଥିଲେ। ଶିଖର ଧାୱନ ମଧ୍ୟ ଲମ୍ବା ଇନିଂସ୍ ଖେଳି ପାରି ନ ଥିଲେ। ସେ ୪୪ ରନ୍ କରି ଆଉଟ୍ ହୋଇ ଯାଇଥିଲେ। ଦଳ ପକ୍ଷରୁ ସର୍ବାଧିକ ରନ୍ କରି ଥିଲେ ଅଧିନାୟକ ବିରାଟ କୋହଲି। ସେ ୭୧ ରନ୍ କରି ଆଦିଲ୍ ରଶିଦ୍‌ଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଦୀନେଶ କାର୍ତ୍ତିକ ୨୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଧୋନୀ ୪୨ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୨୧ ଓ ଭୁବନେଶ୍ୱର କୁମାର ୨୧ ରନ୍ କରିଥିଲେ। ଶାର୍ଦୁଲ୍ ଠାକୁର ୨୨ ରନ୍ କରି ନଟ୍‌ ଆଉଟ୍ ରହିଥିଲେ। ଇଂଲଣ୍ଡ ପକ୍ଷରୁ ଡେଭିଡ୍ ୱିଲି ଓ ଆଦିଲ୍ ରଶିଦ୍ ୩ଟି ଲେଖାଏ ୱିକେଟ୍ ନେଇଥିଲେ। ମାର୍କ ଉଡ୍‌ ଗୋଟିଏ ୱିକେଟ୍ ନେଇଥିଲେ।

୨୫୭ ରନ୍‌ର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ମାତ୍ର ଦୁଇଟି ୱିକେଟ୍ ହରାଇ ୪୪.୩ ଓଭରରେ ହାସଲ କରିଥିଲା।  ଜୋ ରୁଟ୍  ଅପରାଜିତ ୧୦୦ ରନ୍ କରିଥିବା ବେଳେ ଇଅନ ମୋର୍ଗାନ୍ ୮୮ ରନ୍ କରି ନଟ୍‌ ଆଉଟ୍ ରହିଥିଲେ। ଜେମ୍‌ସ ଭିନ୍‌ସେ ୨୭ ରନ୍ କରି ଆଉଟ୍ ହୋଇଥିବା ବେଳେ ଜନି ବେୟାରଷ୍ଟୋ ୩୦ ରନ୍ କରିଥିଲେ। ଭାରତ ପକ୍ଷରୁ ଶାର୍ଦୁଲ୍‌ ଠାକୁର ଗୋଟିଏ ୱିକେଟ୍ ନେଇଥିଲେ। ସେ ବେୟାରଷ୍ଟୋଙ୍କୁ ଆଉଟ୍ କରିଥିଲେ। ଜେମ୍‌ସ ଭିନ୍‌ସେ ରନ୍ ଆଉଟ୍ ହୋଇଥିଲେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଖେଳା ଯାଇଥିବା ତିନିଟି ମ୍ୟାଚ୍ ବିଶିଷ୍ଟ ଟ୍ୱେଣ୍ଟି-୨୦ ସିରିଜ୍‌କୁ ଭାରତ ୨-୧ରେ ଜିତି ଥିଲା।

ଅଗଷ୍ଟ ୧ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ୍ ଖେଳାଯିବ।



from OdishaReporter https://ift.tt/2mqxLfH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages