ମକା ଖାଇବା ପରେ ପାଣି ପିଅନ୍ତୁ ନାହିଁ: କାରଣ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ମକା ଖାଇବା ପରେ ପାଣି ପିଅନ୍ତୁ ନାହିଁ: କାରଣ…

corn

ଏବେ ଚାଲିଛି ବର୍ଷା ଋତୁ। ବର୍ଷା ଦିନେ ଛଣାଛଣି ଜିନିଷ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ସେମିତି ବର୍ଷା ପାଗରେ ମକା ଖାଇବାକୁ ବି ପ୍ରାୟ ସମସ୍ତେ ଭଲ ପାଆନ୍ତି। ମକା ଶରୀର ପାଇଁ ବହୁତ ଉପକାରୀ। ତେବେ ବେଳେ ବେଳେ ଏହା ଶରୀରକୁ କ୍ଷତି ମଧ୍ୟ ପହଞ୍ଚାଇଥାଏ। ମକା ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ପାଣି ପିଇଲେ ହିଁ ଶରୀରକୁ କ୍ଷତି ପହଞ୍ଚିଥାଏ। ମକା ଖାଇ ସଙ୍ଗେ ସଙ୍ଗେ ପାଣି ପିଇଲେ ପେଟରେ ବିଭିନ୍ନ ସମସ୍ୟା ଦେଖାଦିଏ। ବିଶେଷ କରି ପେଟ ଫୁଲି ଯାଏ ଓ ଦରଜ ହୋଇଥାଏ। ଗ୍ୟାଷ୍ଟିକ୍‌ ସମସ୍ୟା ମଧ୍ୟ ଦେଖାଦେଇଥାଏ। ଏମିତି ହେବା ପଛରେ ଏକ ବିଶେଷ କାରଣ ମଧ୍ୟ ରହିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ମକା ଖାଇବା ପରେ ପାଣି ପିଇବା ଦ୍ୱାରା ପାଚନ କ୍ରିୟାରେ ବାଧା ଉପୁଜିଥାଏ।  ପାଚନ କ୍ରିୟା ବହୁତ ମନ୍ଥର ହୋଇଯାଏ। ମକାରେ ଥିବା କାର୍ବୋସ ଓ ଷ୍ଟାର୍ଚ ପାଣି ସଂସ୍ପର୍ଶରେ ଆସିବା ପରେ ଗ୍ୟାସ୍‌ ସୃଷ୍ଟି ହୋଇଥାଏ। ଫଳରେ ପେଟ ଫୁଲିଯାଏ ଓ ଏସିଡିଟି ଭଳି ସମସ୍ୟା ଦେଖାଯାଏ। ତେଣୁ ମକା ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ।

corn

ବିଶେଷଜ୍ଞଙ୍କ ଅନୁଯାୟୀ, ମକା ଖାଇବା ଓ ପାଣି ପିଇବା ମଧ୍ୟରେ ଅତି କମ୍‌ରେ ୪୫ ମିନିଟ୍‌ର ସମୟ ବ୍ୟବଧାନ ରହିବା ଉଚିତ୍। ଏହା ବ୍ୟତୀତ ଆଉ ଏକ ଭଲ ଉପାୟ ହେଉଛି- ମକାରେ ଲେମ୍ବୁ ରସ ଲଗାଇ ଖାଆନ୍ତୁ। ଲେମ୍ବୁ ପାଚନ କ୍ରିୟାକୁ ଭଲ ରଖିଥାଏ। ପୋଡ଼ା କିମ୍ବା ସିଝା ମକାକୁ ବେଶି ସମୟ ରଖି ଖାଆନ୍ତୁ ନାହିଁ। କାରଣ ଏହାକୁ ଅଧିକ ସମୟ ଧରି ରଖିଥିଲେ ଏଥିରେ ହାନିକାରକ ବ୍ୟାକ୍ଟେରିଆଙ୍କ ସଂଖ୍ୟା ବଢ଼ିଯାଏ ଏବଂ ଏହା ଅନେକ ରୋଗର କାରଣ ସାଜିପାରେ।



from OdishaReporter https://ift.tt/2A6tO9r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages