ବିଜୁବାବୁଙ୍କ ତୈଳଚିତ୍ରକୁ ଛାଡ଼ି ସଚିବାଳୟ ପ୍ରବେଶ ପଥରୁ ଅନ୍ୟ ବରପୁତ୍ରଙ୍କ ଫଟୋ ଗାଏବ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ବିଜୁବାବୁଙ୍କ ତୈଳଚିତ୍ରକୁ ଛାଡ଼ି ସଚିବାଳୟ ପ୍ରବେଶ ପଥରୁ ଅନ୍ୟ ବରପୁତ୍ରଙ୍କ ଫଟୋ ଗାଏବ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର କିଛି ପ୍ରମୁଖ ଓ ଲୋକପ୍ରିୟ ଯୋଜନାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାଁରେ ନାମିତ କରିଛନ୍ତି। ଯେମିତିକି ‘ବିଜୁ କୃଷକ ଯୋଜନା’, ‘ବିଜୁ ଗାଁ ଗାଡ଼ି ଯୋଜନା’ ଏବଂ ‘ବିଜୁ ଗ୍ରାମୀଣ ଜ୍ୟୋତି ଯୋଜନା’ ପ୍ରଭୃତି। ଏହାସତ୍ତ୍ୱେ ସଚିବାଳୟରେ ଦୀର୍ଘବର୍ଷ ଧରି ଲାଗିଥିବା ଓଡ଼ିଶାର ବିଭିନ୍ନ ବରପୁତ୍ରଙ୍କ ଫଟୋ ତଥା ତୈଳଚିତ୍ର କାଢ଼ି କେବଳ ବିଜୁ ପଟ୍ଟନାୟକଙ୍କ ଫଟୋ ରଖିବା କେତେଦୂର ଯୁକ୍ତିଯୁକ୍ତ ତାକୁ ନେଇ ପ୍ରଶ୍ନ ଉଠିଛି।

ସଚିବାଳୟର ପ୍ରବେଶ ପଥରେ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ର ଏବେ ଦେଖିବାକୁ ମିଳୁଛି। କିନ୍ତୁ ଏହା ପୂର୍ବରୁ ବିଜୁବାବୁଙ୍କ ଫଟୋ ସହିତ ରାଜ୍ୟର ଅନ୍ୟ ବରପୂତ୍ରଙ୍କ ଫଟୋ ମଧ୍ୟ ସ୍ଥାନିତ ହୋଇଥିଲା। କିନ୍ତୁ ଗତ ପ୍ରାୟ ଦୁଇ/ତିନିମାସ ହେବ ସମସ୍ତ ବରପୁତ୍ରଙ୍କ ଫଟୋ ଉଭାନ୍ ହୋଇଯାଇଛି। ଏଠାରେ ରହିଛି କେବଳ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ର। ତେବେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ରକ୍ଷଣାବେକ୍ଷଣ ପାଇଁ ଫଟୋଗୁଡ଼ିକୁ କଢ଼ା ଯାଇଛି। ରାଜ୍ୟ ସରକାରଙ୍କ ଏପରି ଆଚରଣକୁ ବିଭିନ୍ନ ରାଜନୈତିକ ଦଳ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।  ରାଜ୍ୟର ପୁରାତନ ଅନୁଷ୍ଠାନ ‘ଉତ୍କଳ ସମ୍ମିଳନୀ’ ବରପୁତ୍ର ମାନଙ୍କ ଫଟୋ କାଢ଼ି ନିଆଯିବା ଘଟଣାକୁ ବିରୋଧ କରିଛି।

ଏପଟେ ପ୍ରଶ୍ନ ଉଠୁଛି, ଯଦି ରକ୍ଷଣାବେକ୍ଷଣ ପାଇଁ ବରପୁତ୍ର ମାନଙ୍କ ଫଟୋକୁ ଏଠାରୁ କଢ଼ାଯାଇଛି, ତେବେ ବିଜୁବାବୁଙ୍କ ଫଟୋର କ’ଣ ରକ୍ଷଣାବେକ୍ଷଣର ଆବଶ୍ୟକତା ନାହିଁ ? ଏହି ଘଟଣାକୁ ନେଇ ମଧ୍ୟ ବିରୋଧୀ ଖପ୍ପା ହୋଇଛନ୍ତି। ବିରୋଧୀ ଦଳର ନେତାମାନେ କହିଛନ୍ତି- ଦୀର୍ଘଦିନ ଶାସନରେ ରହିବାରୁ ବିଜେଡ଼ିର ଆତ୍ମବଡ଼ିମା ବଢ଼ିଯାଇଛି। ଫଳସ୍ୱରୂପ ଅନ୍ୟ ବରପୁତ୍ରଙ୍କୁ ହେୟଜ୍ଞାନ କରାଯାଉଛି। ବିଜୁବାବୁଙ୍କ ନାଁକୁ ନେଇ ତୁଚ୍ଛା ରାଜନୀତି କରିବାକୁ ଦଳ ପ୍ରୟାସ କରୁଛି। ଖାଲି ଏତିକି ନୁହେଁ, ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣଙ୍କ ଭାଷାରେ, ଏହା ଋ଼ଚିହୀନ ଓ ହୀନମାନ୍ୟତାର ପରିଚୟ। ‘ଉତ୍କଳ ସମ୍ମିଳନୀ’ ପ୍ରଶ୍ନ କରିଛି, କାହିଁକି ଏଭଳି ପଦକ୍ଷେପ ନିଆଯାଇଛି ଏବଂ କ’ଣ ଏହାର ଉଦ୍ଦେଶ୍ୟ ଜଣାଅ।



from OdishaReporter https://ift.tt/2uJPlzN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages