ଗର୍ଭବତୀ ଅଛନ୍ତି କି? ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ନହେଲେ ହୋଇପାରେ ଗର୍ଭନଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ଗର୍ଭବତୀ ଅଛନ୍ତି କି? ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ନହେଲେ ହୋଇପାରେ ଗର୍ଭନଷ୍ଟ

ଗର୍ଭବତୀ ଥିବା ଅବସ୍ଥାରେ ସଠିକ୍‍ ଓଜନ ରହିବା ନିହାତି ଆବଶ୍ୟକ। କମ୍‌ ‍କିମ୍ୱା ଅଧିକ ଓଜନ ଉଭୟ ମା ଓ ପିଲା ପାଇଁ କ୍ଷତିକାରକ ହୋଇପାରେ। କାରଣ ସ୍ୱାସ୍ଥ୍ୟ, ବୟସ, ଓଜନ ଏବଂ ବଡି ମାସ୍ ଇଣ୍ଡେକ୍ସ ବା ବିଏମ୍‌ଆଇର ସଠିକ୍‌ ‍ତାଳମେଳରୁ ହିଁ ସନ୍ତାନ ଜନ୍ମ ସହଜ ଓ ସଫଳ ହୋଇଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ଗର୍ଭଧାରଣ ସମୟରେ ଓଜନ ଅନେକ ଗୁରୁତ୍ୱପୂର୍ଣ୍ଣ। ଜରୁରୀ ନୁହେଁ ଯେ କେବଳ ଅଧିକ ଓଜନ ଥିଲେ ହିଁ ଗର୍ଭ ଧାରଣରେ ସମସ୍ୟା ସୃଷ୍ଟି ହେବ।, କମ୍‍ ଓଜନ ଥିବା ମହିଳାଙ୍କଠାରେ ପ୍ରିମାଚର୍-ଡେଲିଭରିର ସମସ୍ୟା ଦେଖା ଦେଇପାରେ। ଏହା ବ୍ୟତୀତ ଏନିମିୟା କିମ୍ୱା ଅନ୍ୟ କିଛି ସମସ୍ୟା ମଧ୍ୟ ହୋଇପାରେ। ତେଣୁ ଗର୍ଭଧାରଣ ସମୟରେ ନିଜ ଓଜନ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଉଦାହରଣ ସ୍ୱରୂପ ଯଦି ଆପଣଙ୍କ ଉଚ୍ଚତା ୧୫୫ ସେମି ହୋଇଥାଏ ତେବେ ଆପଣଙ୍କ ଓଜନ ୫୫ କିଲୋ ହେବା ଉଚିତ୍।

ଆସନ୍ତୁ ଜାଣିବା ଓଜନ ସଠିକ୍ ନ ରହିଲେ କ’ଣ କ’ଣ ସମସ୍ୟା ଦେଖା ଦେଇଥାଏ।

୧. ମୋଟାପଣ କାରଣରୁ ଓଭ୍ୟୁଲେସନ୍ ପ୍ରଭାବିତ ହୋଇଥାଏ। ଓଜନ ବଢିବା କାରଣରୁ ହରମୋନ୍‍ ପ୍ରଭାବିତ ହୋଇଥାଏ। ଫଳରେ ଓଭ୍ୟୁଲେସନ୍ ପ୍ରଭାବିତ ହୋଇଥାଏ ଓ ଗର୍ଭଧାରଣର ସମ୍ଭାବନା କମ୍ ହୋଇଯାଇଥାଏ।

୨. ମୋଟାପଣ କାରଣରୁ ମହିଳାମାନଙ୍କ ଠାରେ ଇନସୁଲିନ୍‌ ସ୍ତର ବଢିଥାଏ। ଫଳରେ ଓଭ୍ୟୁଲେଶନ୍‌ କମିବା, ଅନିୟମତ ମାସିକ ଧର୍ମ ଓ କିଛି ହରମୋନାଲ୍ ପରିବର୍ତ୍ତନ ଭଳି ସମସ୍ୟା ଦେଖା ଦେଇଥାଏ। ତେଣୁ ପୀଡ଼ିତ ମହିଳା କିଛି ମାତ୍ରାରେ ଓଜନ କମାଇବା ପରେ ଯାଇ ଗର୍ଭଧାରଣ କରିବା ଉଚିତ୍। ତା’ହେଲେ ବିନା ଔଷଧରେ ସମସ୍ୟାକୁ ଦୂର କରିହେବ।

୩. ଓଜନ ବଢ଼ିବା କାରଣରୁ ଗର୍ଭପାତ ହେବାର ଭୟରହିଥାଏ। ଅତ୍ୟଧିକ ଓଜନ ବଢ଼ିବା କାରଣରୁ ଅନେକ ଥର ଗର୍ଭଧାରଣରେ ବାଧା ସୃଷ୍ଟି ହୋଇଥାଏ। ବେଳେବେଳେ ଗର୍ଭଧାରଣ ହୋଇଯାଇଥିଲେ ମଧ୍ୟ ଆପେଆପେ ଗର୍ଭପାତ ହୋଇଯାଏା

 

୪. ଓଭ୍ୟୁଲେଶନ୍‍ ଓ ମାସିକ ଧର୍ମ ଠିକ୍‌ ‍ସମୟରେ ହେବା ପାଇଁ ଶରୀରରେ ୨୨ ପ୍ରତିଶତ ଫ୍ୟାଟ୍‍ ଥିବା ଉଚିତ୍। ଯଦି ଶରୀରରେ ଫ୍ୟାଟ୍‌ର ମାତ୍ରା କମ୍‌ ‍ହୋଇଯାଏ ତେବେ ଗର୍ଭଧାରଣରେ ବାଧା ଉପୁଜିଥାଏା

ଉପରୋକ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଟିପ୍‌ସ

୧. ୨୨ ରୁ ୩୪ ବର୍ଷ ବୟସରେ ଗର୍ଭାବସ୍ଥାକୁ ପ୍ରାଥମିକତା ଦେବା ଉଚିତ୍।

୨. ୧୮ରୁ ୨୫ ବର୍ଷ ଭିତରେ ନିଜ ବିଏମ୍ଆଇ (ବଡି ମାସ୍ ଇଣ୍ଡେକ୍ସ)କୁ ମେଣ୍ଟେନ୍ ରଖନ୍ତୁ। କାରଣ ବିଏମ୍‌ଆଇ କମ୍‌ ‍ବେଶୀ ହେଲେ ମା’ ହେବାରେ ବିପଦ ସୃଷ୍ଟି ହୋଇଥାଏ।

୩. ନିୟମିତ ଭାବେ ବ୍ୟାୟାମ୍ କରନ୍ତୁ ଓ ସ୍ୱାସ୍ଥ୍ୟପ୍ରଦ ଭୋଜନ ଖାଆନ୍ତୁ।

୪. ଯେତେ ସମ୍ଭବ ସେତେ ଫଳ ଓ ସବୁଜ ପନିପରିବା ଖାଆନ୍ତୁ।

 

 

 



from OdishaReporter https://ift.tt/2mBYEgK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages