
ନୂଆଦିଲ୍ଲୀ: ସାଧାରଣତଃ ଦାନ୍ତ ଘଷିଲା ବେଳେ ଅଧିକାଂଶ ଲୋକ ଆଗ ଟୁଥ୍ ବ୍ରଶ୍କୁ ଓଦା କରିବା ପରେ ସେହି ବ୍ରଶ୍ରେ ଦାନ୍ତ ଘସନ୍ତି। ତେବେ ଏପରି କରିବା ଠିକ୍ ନା ଭୁଲ୍ ପ୍ରଥମେ ଜାଣି ରଖିବା ଦରକାର।
ପୂର୍ବରୁ ଏହାକୁ ନେଇ ଅନେକ ଥର ଚର୍ଚ୍ଚା ହୋଇସାରିଛି। କିଛି ଲୋକଙ୍କ ମତରେ ବ୍ରଶ୍ କରିବା ପୂର୍ବରୁ ବ୍ରଶ୍କୁ ଧୋଇ ଦେବା ଦରକାର। ଏପରି କଲେ ବ୍ରଶ୍ରେ ଲାଗିଥିବା ମଇଳା ସଫା ହୋଇଯ।ଏ। ସେହିପରି ଆଉ କେତେକଙ୍କ କହିବା କଥା ହେଲା, ଟୁଥ୍ ପେଷ୍ଟ୍ ଲଗାଇସାରିବା ପରେ ବ୍ରଶ୍ ଓଦା କଲେ ଟୁଥ୍ପେଷ୍ଟ୍ର ପ୍ରଭାବ କମି ଯାଇଥାଏ।
ଡାକ୍ତରମାନେ କିନ୍ତୁ ଏ ଦିଗରେ ଭିନ୍ନ ମତ ଦିଅନ୍ତି। ଡାକ୍ତରଙ୍କ କହିବା କଥା ହେଲା, ବ୍ରଶ୍ ଓଦା କଲେ ଏହା ନରମ ହୋଇ ଯାଇଥାଏ। ଫଳରେ ବ୍ରଶ୍ କଲାବେଳେ ଭଲ ଭାବରେ ଦାନ୍ତ ସଫା ହୋଇ ନଥାଏ। ସେହିଭଳି ଟୁଥ୍ପେଷ୍ଟ୍ ଲଗାଇସାରିବା ପରେ ବ୍ରଶ୍ ଓଦା କଲେ ପେଷ୍ଟ୍ର ପ୍ରଭାବ କମିଯାଏ। ତେଣୁ ଯଦି ଦାନ୍ତ ଘଷିବା ପୂର୍ବରୁ ଆପଣଙ୍କର ବ୍ରଶ୍ ଓଦା କରିବାର ଅଭ୍ୟାସ୍ ଥାଏ, ତା’ହେଲେ ଏହାକୁ ହାଲ୍କା ଓଦା କରି ଦାନ୍ତ ଘଷିବା ଉଚିତ୍ ବୋଲି ଡାକ୍ତରମାନେ ମତ ଦିଅନ୍ତି।
from OdishaReporter https://ift.tt/2mG1h19
No comments:
Post a Comment