୫ ବର୍ଷର କୁନି ଝିଅ ଏମିତି କି ଭୁଲ କଲା? ବାସନ୍ଦ କଲା ପଞ୍ଚାୟତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 14, 2018

୫ ବର୍ଷର କୁନି ଝିଅ ଏମିତି କି ଭୁଲ କଲା? ବାସନ୍ଦ କଲା ପଞ୍ଚାୟତ

ଜୟପୁର(ରାଜସ୍ଥାନ): ଯେତେ ସଚେତନ କଲେ ବି ଲୋକମାନଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସୁନି। ନିଜର ତଥାକଥିତ ଅନ୍ଧ ନିୟମ କାନୁନକୁ ଜାବୁଡ଼ି ଧରି ସମାଜରେ ବଡ଼ପଣ୍ଡା ବୋଲାଇବା ସେମାନଙ୍କର ଅଭ୍ୟାସ ପାଲଟିଗଲାଣି। ଭାରତରେ ଅନେକ ଏପରି ଗ୍ରାମୀଣ ଅଞ୍ଚଳ ରହିଛି, ଯେଉଁଠାରେ ଆଜିବି ବସେ ସ୍ୱନିର୍ବାଚିତ ପଞ୍ଚାୟତ। ଗାଁର ମୁରବୀ ବୋଲାଉଥିବା ମଙ୍ଗୁଆଳମାନେ ନିଜେ କୋର୍ଟ ଓ ବିଚାରକ ହୋଇ ଦଣ୍ଡ ଦିଅନ୍ତି। ବିଚାର ହୁଏ ଅସହାୟ ଦୁର୍ବଳ ଲୋକର। ଛୋଟ ଛୋଟ ଭୁଲ୍‌ ପାଇଁ ଦିଆଯାଏ ଅମାନବୀୟ ଦଣ୍ଡ।

ଏମିତି ଏକ ଘଟଣା ଘଟିଛି ରାଜସ୍ଥାନ ବୁନ୍ଦି ଜିଲ୍ଲାର ହରିପୁର ଗ୍ରାମରେ। ଗୋଟିଏ ନାବାଳିକା ପାଇଁ ଏହି ଗାଁର ପଞ୍ଚାୟତ ଜାରି କରିଛି ବ୍ରିଟିଶ୍ ପରୱାନା। ନାବାଳିକାକୁ ମିଳିଛି ନିର୍ବାସନ ଦଣ୍ଡ। ଝିଅଟିର ବୟସ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତାକୁ ମାତ୍ର ୫ ବର୍ଷ। ଆପଣ ଭାବୁଥିବେ, ଏତେ ଛୋଟ ବୟସର ଝିଅଟି କ’ଣ ଏମିତି ଭୁଲ୍ କଲା ଯେ, ତାକୁ ଏପରି ଦଣ୍ଡ ମିଳିଛି?

ତାର ଭୁଲ୍‌ ହେଉଛି, ପିଲାଳିଆମୀରେ ତା’ ହାତରେ ଏକ ଚଢ଼େଇର ଅଣ୍ଡା ଫାଟିଯାଇଛି। ଏହା ଗାଁ ପାଇଁ ଅମଙ୍ଗଳ ସୂଚନା ବୋଲି ଭାବି ତାକୁ ଏହି ଦଣ୍ଡ ଦିଆଯାଇଛି। ଝିଅଟିକୁ ଏବେ ୧୧ ଦିନ ପର୍ଯ୍ୟନ୍ତ ବାହାରେ ରହିବାକୁ ପଡ଼ିବ। ମା’ ବାପା କେହି ତାକୁ ଛୁଇଁବେନି। କେହି ତା’ ସହିତ କଥା ହେବେ ନାହିଁ। ଯିଏ ତା’କୁ ଖାଇବାକୁ ଦେବ, ତାହା ଦୂରରୁ ଫିଙ୍ଗିଦେବ। କୁନି ଝିଅଟି ଇଚ୍ଛା ହେଲେ ଖାଇବ ନ ହେଲେ ନ ଖାଇବ। ମା’ ବାଧ୍ୟ କରି ଖୁଆଇ ଦେବ ନାହିଁ। ଝିଅଟିକୁ ଯିଏ ଛୁଇଁବ ତାକୁ ବି ଦଣ୍ଡ ମିଳିବ। କୁନି ଝିଅକୁ ଦଣ୍ଡ ମଳିବା ପରେ ଭୟରେ ପୂରା ପରିବାର ମୂକ ପାଲଟି ଯାଇଛି। କାହାରି ଆଗରେ କିଛି କହୁନାହାନ୍ତି। କହିଲେ କାଳେ ଝିଅର ଦଣ୍ଡ ବଢ଼ିଯିବ, ସେଥିପାଇଁ ପରିବାର ପୂରା ଚୁପ।

ଘଟଣାଟି ଏହିପରି: ଝିଅଟି ରାଜସ୍ଥାନର ହରିପୁର ସରକାରୀ ବିଦ୍ୟାଳୟରେ ପଢ଼ିବାକୁ ଯାଇଥିଲା। ରାସ୍ତାରେ ଏକ ଚଢ଼େଇର ଅଣ୍ଡା ଦେଖି ସେଥିରେ ହାତ ମାରିବାରୁ ଅଣ୍ଡାଟି ଫାଟିଯାଇଥିଲା। ଗାଁ’ର ପିଲାମାନଙ୍କ ଦ୍ୱାରା ଏହି କଥା ଏପରି ବ୍ୟାପିଲା ଯେ, ଏଥିପାଇଁ ଗାଁରେ ପଞ୍ଚାୟତ ବସିଥିଲା। ପଞ୍ଚାୟତରେ ଏହାକୁ ଅଶୁଭ ସୂଚନା କହି ପରିବାରକୁ ପଞ୍ଚାୟତ ସଭାକୁ ଡକାଗଲା। ସଭାରେ ସମସ୍ତଙ୍କ ଉପସ୍ଥିତିରେ ସେହି କୁନି ଝିଅକୁ ୧୧ ଦିନ ପର୍ଯ୍ୟନ୍ତ ସମାଜରୁ ବାସନ୍ଦ କରାଯିବାର ନିଷ୍ପତ୍ତି ଶୁଣାଇ ଦିଆଗଲା। ଝିଅଟିର ବାପା ଏହି ନିଷ୍ପତ୍ତିକୁ ବିରୋଧ କରିବାରୁ ତାଙ୍କୁ ଗାଁ’ରୁ ବାହାର କରିଦେବାକୁ ପଞ୍ଚାୟତ ଧମକ ଦେଲା।

କିନ୍ତୁ କୁନି ଝିଅ ପ୍ରତି ହୋଇଥିବା ଅନ୍ୟାୟକୁ ସହି ନ ପାରି ହିଣ୍ଡୋଲୀ ଥାନାରେ ଅଭିଯୋଗ କରିଥିଲେ ତା’ ବାପା। ଖବର ପାଇ ପୁଲିସ୍‌ ହିଣ୍ଡୋଲୀ ତହସିଲ୍‌ଦାର୍‌ଙ୍କ ସହିତ ଗାଁରେ ପହଞ୍ଚିବାରୁ ଗାଁ ଲୋକ ଛାନିଆ ହୋଇ କିଏ କୁଆଡ଼େ ପଳାଇଥିଲେ। ଯେଉଁ ମୁରବୀମାନେ ଏହି ଦଣ୍ଡ ଶୁଣାଇଥିଲେ, ସେମାନେ ସମସ୍ତେ ଲୁଚିଗଲେ । କେହି ପୁଲିସ୍‌ ସାମ୍ନାକୁ ଆସି ନ ଥିଲେ। ବର୍ତ୍ତମାନ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।



from OdishaReporter https://ift.tt/2Jo1QFE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages