ବଲିଉଡ୍‌ର ଏହି କଳାକାରମାନେ ଯୁକ୍ତ-୨ ଫେଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 14, 2018

ବଲିଉଡ୍‌ର ଏହି କଳାକାରମାନେ ଯୁକ୍ତ-୨ ଫେଲ୍‌

Katrina

ମୁମ୍ବାଇ: ବଲିଉଡ୍‌ କଳାକାରଙ୍କ ଷ୍ଟାଇଲ୍‌ ଓ ସ୍ମାର୍ଟ୍‌ନେସ୍‌ ଦେଖିଲେ ସମସ୍ତେ ଭାବନ୍ତି ସେମାନେ ଖୁବ୍‌ ଶିକ୍ଷିତ। କିନ୍ତୁ ସେମିତି କିଛି ନୁହେଁ। ସମୟାନୁକ୍ରମେ ସେମାନେ ନିଜକୁ ପରିବର୍ତ୍ତନ କରିଥାନ୍ତି। ତେବେ ଚାଲନ୍ତୁ ଜାଣିବା ଏମିତି କିଛି କଳାକାରଙ୍କ ବିଷୟରେ ଯେଉଁମାନେ ବେଶି ପାଠ ପଢ଼ି ନାହାନ୍ତି। ଏମିତିକି ସେମାନେ ଦ୍ୱାଦଶରେ ଫେଲ୍‌ ବି ହୋଇଛନ୍ତି। ଏସବୁ ସତ୍ତ୍ୱେ ସେମାନେ ଲୋକଙ୍କ ଭଲ ପାଇବା ମଧ୍ୟରେ ରହି ଟଙ୍କା ଓ ନାଁ ଉଭୟ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି।

କ୍ୟାଟ୍ରିନା କୈଫ୍‌: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ୧୪ ବର୍ଷ ବୟସରୁ ନିଜ ମଡେଲିଂ କ୍ୟାରିୟର୍ ଆରମ୍ଭ କରିଥିଲେ। ତାଙ୍କ ମା’ ତାଙ୍କ ଉପରେ କେବେ ପାଠପଢ଼ା ପାଇଁ ଚାପପକାଉ ନଥିଲେ। ଏକ ସାକ୍ଷାତକାରରେ ସେ କହିଥିଲେ ତାଙ୍କ ମା’ ତାଙ୍କୁ  ସାମାଜିକ କାର୍ଯ୍ୟରେ ସାମିଲ୍‌ କରନ୍ତି। ସେଥିପାଇଁ ତାଙ୍କର ପାଠପଢ଼ାରେ ମନ ଲାଗିନଥିଲା। ଆଉ ସେ ଦ୍ୱାଦଶ ଶ୍ରେଣୀରେ ଫେଲ୍‌ ହୋଇଯାଇଥିଲେ।

କଙ୍ଗନା କଣାୱତ୍‌: ଅଭିନେତ୍ରୀ କଙ୍ଗନା ଦ୍ୱାଦଶ ଶ୍ରେଣୀରେ  ଭୌତିକ ବିଜ୍ଞାନରେ ଫେଲ୍‌ ହୋଇଯାଇଥିଲେ। ସେ ହାର ନ ମାରି ଆଗକୁ ବଢ଼ିଥିଲେ। କାରଣ ତାଙ୍କର ଇଚ୍ଛାଥିଲା ଜଣେ ଡାକ୍ତର ହେବା ପାଇଁ। କିନ୍ତୁ ସେ ଏଣ୍ଟ୍ରାନ୍ସରେ କେବେ ପାସ୍‌ କରିପାରିନଥିଲେ। କିନ୍ତୁ ତାଙ୍କ ଭାଗ୍ୟରେ ହୁଏତ ଡାକ୍ତର ନୁହେଁ, ଅଭିନେତ୍ରୀ ହେବାର ଥିଲା। ସେଥିପାଇଁ ସେ ଅଭିନୟକୁ କ୍ୟାରିୟର ଭାବେ ବାଛି ନେଇଥିଲେ।

ଅର୍ଜୁନ୍‌ କପୁର: ଅର୍ଜୁନ୍‌ କପୁର ଏମିତି ଜଣେ ଅଭିନେତା ଯିଏ କି ପିଲାବେଳୁ ଅଧିକାଂଶ ସମୟ ପାଠ ପଢ଼ିବା ବଦଳରେ ଅଭିନୟରେ ମନ ଦେଉଥିଲେ। ଯେହେତୁ ତାଙ୍କ ବାପା ବୋନୀ କପୁର ଫିଲ୍ମ ପ୍ରଯୋଜକ,ସେଥିପାଇଁ ସେ ପଢ଼ାରେ ସମୟ ନଦେଇସେହି ସମୟ ସେଟ୍‌ରେ ବିତାଉଥିଲେ। ଆଉ ସେ ସ୍କୁଲ୍‌ ଯିବାକୁବି ସମୟ ପାଉନଥିଲେ।  ଆଉ ଶେଷରେ ସେ ଦ୍ୱାଦଶ ଶ୍ରେଣୀରେ ଫେଲ୍‌ ହୋଇଯାଇଥିଲେ।

କାଜୋଲ: କାଜୋଲଙ୍କୁ ମାତ୍ର ୧୬ ବର୍ଷ ବୟସରେ ପିଲ୍ମରେ ଅଫରମିଳିଥିଲା। ଫିଲ୍ମର ନାଁ ଥିଲା ‘ବେଖୁଦି’। ସେହି ଫିଲ୍ମର ଶୁଟିଂ ପାଇଁ ସେ ସ୍କୁଲ୍‌ ଯିବା କମ୍‌ କରିଦେଇଥିଲେ। ଫଳରେ ସେ ଦ୍ୱାଦଶରେ ଫେଲ୍‌ ହୋଇଯାଇଥିଲେ।

କରିସ୍ମା କପୁର: କରିସ୍ମା ତାଙ୍କ ସମୟର ଜଣେ ସଫଳ ଅଭିନେତ୍ରୀ।  ତାଙ୍କ ଫିଲ୍ମ ଦେଖିବାକୁ ଲାଇନ୍‌ ଲାଗୁଥିଲା। ତାଙ୍କୁ ମାତ୍ର ୧୭ ବର୍ଷ ବୟସରେ ଫିଲ୍ମ ଅଫର୍‌ ମିଳିଥିଲା।ଯାହାର ନାଁ ‘ପ୍ରେମ୍‌ କୈଦୀ’ ଥିଲା। ଫିଲ୍ମରେ ମାତି ସେ ଶେଷରେ ଦ୍ୱାଦଶରେ ଫେଲ୍‌ ହୋଇଯାଇଥିଲେ।

ସଲମାନ୍‌ ଖାନ୍‌: ବଲିଉଡ୍‌ ଦବଚଙ୍ଗ୍‌ ଖାନ୍‌ ସଲମାନ୍‌ ଖାନ୍‌ ବି ଦ୍ୱାଦଶରେ ଫେଲ୍ ହୋଇଥିଲେ। ତଥାପି ସେ ହାର ନ ମାନି ଆଗକୁ ବଢ଼ିଥିଲେ। ଆଉ ଆଜି ସେ ବଲିଉଡ୍‌ର ସୁପରଷ୍ଟାର।

 



from OdishaReporter https://ift.tt/2zDqvq5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages