‘ଛେରାପହଁରା’ ବନାମ ଝାଡ଼ୁ: ଧର୍ମେନ୍ଦ୍ର-ପ୍ରତାପ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

‘ଛେରାପହଁରା’ ବନାମ ଝାଡ଼ୁ: ଧର୍ମେନ୍ଦ୍ର-ପ୍ରତାପ ମୁହାଁମୁହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ରଥରେ ଗଜପତି ମହାରାଜା ଛେରାପହଁରା କରିବାର ନୀତି କେଉଁ କାଳରୁ ରହିଛି। ଏହାକୁ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛଭାରତ ମିଶନ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁଳନା କରିଥିଲେ! ଯାହାକୁ ନେଇ ଆରମ୍ଭ ହୋଇଛି ବୟାନବାଜି। କେନ୍ଦ୍ରମନ୍ତ୍ରୀଙ୍କ ଏପରି ବୟାନକୁ ବିଜେଡି କଟୁ ସମାଲୋଚନା କରିଛି। ପ୍ରଥମେ ଜଗନ୍ନାଥ ସଂସ୍କୃତି କ’ଣ ଜାଣି ଧର୍ମେନ୍ଦ୍ର ବୟାନ ଦିଅନ୍ତୁ ବୋଲି ଆଇନ୍‌ ମନ୍ତ୍ରୀ କହିଥିବା ବେଳେ ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମୁଁ ତାଙ୍କ ପରି ବିଦ୍ୱାନ ନୁହେଁ।

ଆଇନ୍‌ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି-“ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ ଗଜପତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଘୋଷଯାତ୍ରା ବେଳେ ମହାରାଜା ଛେରାପହଁରା ନକଲା ପର୍ଯ୍ୟନ୍ତ ରଥ କାର୍ଯ୍ୟ ସମ୍ପାଦନ ହୋଇନଥାଏ। ଛେରାପହଁରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛଭାରତ ମିଶନ ସହ ତୁଳନା କରିବା ଓ ଗଜପତିଙ୍କୁ ଝାଡ଼ୁଦାର ବୋଲି କହିବା ଓଡ଼ିଆ ଏବଂ ଜଗନ୍ନାଥ ସଂସ୍କୃତି ପ୍ରତି ଅପମାନ। ସେଥିପାଇଁ କେନ୍ଦ୍ରମନ୍ତ୍ରୀ କ୍ଷମା ମାଗିବା ଉଚିତ। ଏହାଛଡ଼ା ସେ ଜଗନ୍ନାଥ ସଂସ୍କୃତି କ’ଣ ଜାଣିବା ଦରକାର। ଛେରାପହଁରାକୁ ଝାଡ଼ୁଦାରଙ୍କ ସହିତ ତୁଳନା କରିବା କେବେ ହେଲେ ଉଚିତ୍‌ ନୁହେଁ।”

ଏହାର ଜବାବ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି-“ରଥ ସଫା ବା ଝାଡ଼ୁ ଦେଉଥିବା କାରଣରୁ କାଞ୍ଚି ରାଜା ଆମ ଗଜପତିଙ୍କୁ ଝିଅ ଦେବେ ନାହିଁ ବୋଲି କହିଥିଲେ। ଏଥିପାଇଁ କାଞ୍ଚି ବିଜୟ ଅଭିଯାନ ହୋଇଥିଲା। ଜଗା ଓ ବଳିଆ ରାଜାଙ୍କ ତରଫରୁ ଲଢ଼ିବାକୁ ଯାଇଥିଲେ। ଏହି କଥା ଆମେ ପିଲା ଦିନରୁ ଶୁଣି ଆସୁଛୁ। ଏସବୁ ଜନଜୀବନର ଅଂଶବିଶେଷ। ଛେରାପହଁରା କରିବା, ଓଳେଇବା ଓ ଲୋକକଥାରେ ଝାଡ଼ୁ ମାରିବା ସରକାରୀ ବନ୍ଧୁମାନେ ନକୁହନ୍ତୁ। ସେମାନଙ୍କଠାରୁ କୌଣସି ମାନପତ୍ରର ଆବଶ୍ୟକତା ନାହିଁ।”



from OdishaReporter https://ift.tt/2LpwGiP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages