ଭବାନୀପାଟଣାରେ ସର୍ବାଧିକ ବର୍ଷା, ସାରା ରାଜ୍ୟ ବେହାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ଭବାନୀପାଟଣାରେ ସର୍ବାଧିକ ବର୍ଷା, ସାରା ରାଜ୍ୟ ବେହାଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୱେଲ୍ ମାର୍କଡ୍‌ ଲୋ ପ୍ରେସର୍‌ ଏବେ ଉପକୂଳ ଓଡ଼ିଶା ଉପରେ ଦେଇ ଉତ୍ତର ଦିଗରେ ଆଭ୍ୟନ୍ତରୀଣ ଅଞ୍ଚଳକୁ ଗତି କରୁଛି। ଏଥିପାଇଁ ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି। ପ୍ରାୟ ସବୁ ସହରରେ ଆଣ୍ଠୁଏ ଆଣ୍ଠୁଏ ପାଣି। କେଉଁଠି ଡାକ୍ତରଖାନାରେ ପାଣି ପଶିଛି ତ କେଉଁଠି ରାସ୍ତାରେ ଫସି ଯାଇଛି ବସ୍‌। ଆଜି ରାଜ୍ୟର ୩୧ ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ବର୍ଷା କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ସର୍ବାଧିକ ୨୯୭ ମିଲିମିଟର ହୋଇଛି। ଏହି ଜିଲ୍ଲାର ୪ଟି ବ୍ଲକର ଅବସ୍ଥା ଉଦ୍‌ବେଗଜନକ ରହିଛି। ଥୁଆମୂଳ-ରାମପୁରରେ ୨୫୧, ନର୍ଲାରେ ୨୪୫, କୋକସରାରେ ୨୪୮ ଓ କଲମପୁର ବ୍ଲକରେ ୨୩୦ ମିଲିମିଟର ବର୍ଷା ହୋଇଛି। ତେବେ ଆସନ୍ତାକାଲି ବେଶୀ ବର୍ଷା ହେବନାହିଁ ବୋଲି ଭୁବନାଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଲଗାଣ ବର୍ଷା ଯୋଗୁ ଗତକାଲି ବଂଶଧାରା ନଦୀ ରାୟଗଡ଼ା ଜିଲ୍ଲା କାଶୀନଗରରେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜଳସ୍ଥର କମିଥିଲା। ବର୍ତ୍ତମାନ ଜଳସ୍ତର ବିପଦସଙ୍କେତ ତଳେ ପ୍ରବାହିତ ହେଉଛି। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ମିଳିଥିବା ସୂଚନା ମୁତାବକ, ନୂଆପଡ଼ାରେ ୧୦୦.୭ ମିଲିମିଟର, ପୁରୀରେ ୮୯.୨, ଖୋର୍ଦ୍ଧାରେ୮୪.୨, ରାୟଗଡ଼ାରେ ୭୦, ବଲାଙ୍ଗିରରେ ୫୮.୮, ନବରଙ୍ଗପୁରରେ ୫୭.୮, ନୟାଗଡ଼ରେ ୫୬.୦, ଜଗତସିଂହପୁରରେ ୩୭.୬ ଓ ଗଞ୍ଜାମ ଜିଲ୍ଲାରେ ୩୭.୨ ମିଲିମିଟର ବର୍ଷା ହୋଇଛି।



from OdishaReporter https://ift.tt/2NTz5nN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages