ବିଶ୍ୱ ରେକର୍ଡ ସୃଷ୍ଟି ପାଇଁ ଫଖ୍‌ର ଜମାନ୍‌ଙ୍କ ନିକଟରେ ମୌକା, ବିରାଟ ଓ ରିଚାର୍ଡ୍ସଙ୍କୁ ପକାଇବେ ପଛରେ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ବିଶ୍ୱ ରେକର୍ଡ ସୃଷ୍ଟି ପାଇଁ ଫଖ୍‌ର ଜମାନ୍‌ଙ୍କ ନିକଟରେ ମୌକା, ବିରାଟ ଓ ରିଚାର୍ଡ୍ସଙ୍କୁ ପକାଇବେ ପଛରେ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାକିସ୍ତାନ ଓପନର୍‌ ଫଖ୍‌ର ଜମାନ୍‌ ଶୁକ୍ରବାର ଦିନିକିଆ କ୍ରିକେଟ୍‌ରେ ଦ୍ୱିଶତକୀୟ ଇଂନିସ ଖେଳି ନିଜ ଦେଶରେ ରାତାରାତି ହିରୋ ପାଲଟି ଯାଇଛନ୍ତି। ସେ ପାକିସ୍ତାନର ପୂର୍ବ ମହାନ ବ୍ୟାଟ୍ସମ୍ୟାନ୍‌ ସୟଦ ଅନୱାର୍‌ଙ୍କ ୨୧ ବର୍ଷର ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି। ଜିମ୍ବାୱେ ବିପକ୍ଷ ୪ର୍ଥ ଦିନିକିଆରେ ଫଖ୍‌ର ଜମାନ୍‌ ୧୫୬ ବଲ୍‌ରୁ ୨୧୦ ରନ୍‌ର ବିଶାଳ ସ୍କୋର୍‌ କରିଥିଲେ। ଯେଉଁଥିରେ ତାଙ୍କ ବ୍ୟାଟ୍‌ରୁ ୨୪ଟି ଚୌକା ଓ ୫ଟି ଛକା ସାମିଲ୍‌ ଥିଲା। ଏହି ଦିନିକିଆରେ ଜିମ୍ବାୱେ ବିପକ୍ଷରେ ପାକିସ୍ତାନ ୨୪୪ ରନ୍‌ ବ୍ୟବଧାନରେ ବିଜୟ ହାସଲ କରିଛି।

Image result for fakhar zaman

ଫଖ୍‌ର ଜମାନ୍‌ଙ୍କ ପ୍ରଦର୍ଶନ ଯେଉଁଭଳି ଚାଲିଛି ଖୁବଶୀଘ୍ର ସେ ଅନେକ ରେକର୍ଡର ଅଧିକାରୀ ହୋଇଯିବେ, ଏଥିରେ ସନ୍ଦେହ ନାହିଁ। ଜମାନ୍‌ ଦିନିକିଆରେ ସବୁଠୁ ଦ୍ରୁତ ଏକ ହଜାର ରନ୍‌ ପୂରଣ କରିବାକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ସେ ମାତ୍ର ୧୭ଟି ମ୍ୟାଚ୍‌ ଖେଳି ୯୮୦ ରନ୍‌ କରିସାରିଛନ୍ତି। ଏହି ସ୍କୋର୍‌ରେ ଆଉ ମାତ୍ର ୨୦ ରନ୍‌ ଯୋଡ଼ିଲେ ଜମାନ୍ ବିଶ୍ୱରେ ସବୁଠୁ ଦ୍ରୁତ ଏକ ହଜାର ରନ୍ ପୂରଣ କରିପାରିବେ। ଯଦି ଜିମ୍ବାୱେ ବିପକ୍ଷ ୫ମ ଦିନିକିଆରେ ସେ ଏକ ହଜାର ରନ ପୂରଣ କରନ୍ତି ତେବେ ଏହି ମାମଲାରେ ସେ ୱେଷ୍ଟଇଣ୍ଡିଜ୍‌ର ମହାନ ବ୍ୟାଟ୍ସମ୍ୟାନ୍‌ ରିଚାର୍ଡ୍ସ ଏବଂ ଟିମ୍ ଇଣ୍ଡିଆର ଅଧିନାୟ ବିରାଟ କୋହଲିଙ୍କୁ ପଛରେ ପକାଇଦେବେ। ରିଚାର୍ଡ୍ସ ମାତ୍ର ୨୧ଟି ଇଂନିସରେ ଏକ ହଜାର ରନ କରିଥିବା ବେଳେ ବିରାଟ ୨୪ ଟି ଇଂନିସରୁ ଏକ ହଜାର ରନ ପୂରଣ କରିଥିଲେ। ରିଚାର୍ଡ୍ସଙ୍କ ସହିତ କେଭିନ୍‌ ପିଟରସନ୍‌, ଡି-କକ୍‌ ଏବଂ ବାବର୍‌ ଆଜମ୍‌ ୨୧ଟି ମ୍ୟାଚ୍‌ରୁ ଏକ ହଜାର ରନ କରିଥିଲେ। ଦ୍ୱିତୀୟ ନମ୍ବରରେ ୨୩ଟି ବଲ୍‌ରୁ ଗର୍ଡନ ଗ୍ରୀନିଜ୍‌, ରିୟାନ୍‌ ଟେନ୍‌ ଏବଂ ଅଜହର୍‌ ଅଲ୍ଲୀ ହଜାରେ ରନ୍‌ ପୂରଣ କରିଥିଲେ। ଏହାପରେ ୩ୟ ନମ୍ବରରେ ବିରାଟଙ୍କ ସହ ଗ୍ଲେନ୍‌ ଟର୍ନର୍‌, ହାସିମ ଆମ୍‌ଲା ଓ ଶିଖର ଧୱନ ପ୍ରମୁଖ ୨୪ ମ୍ୟାଚ୍‌ରୁ ହଜାରେ ରନ୍‌ ପୂରଣ କରିଥିଲେ।

Image result for west indies cricketer richards



from OdishaReporter https://ift.tt/2LdtpaB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages