କାହିଁକି ଦରଜ ହୁଏ ମହିଳାଙ୍କ ତଳିପେଟ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

କାହିଁକି ଦରଜ ହୁଏ ମହିଳାଙ୍କ ତଳିପେଟ ?

health

ନୂଆଦିଲ୍ଲୀ: ଦେଶର ଅଧିକାଂଶ ମହିଳା ତଳପେଟ ଦରଜ ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି। ପରିୟଡ଼ ବା ଋତୁସ୍ରାବ ସମୟରେ ହେଉ, ଅଥବା ଅଧିକ ସମୟ ଗୋଟିଏ ସ୍ଥାନରେ ବସି ରହିବା କାରଣରୁ ହେଉ, ଏହି ସମସ୍ୟା ବଢ଼ି ଯାଇଥାଏ। ଯଦି ପେଟ ଦରଜ ସମସ୍ୟା ୬ ମାସରୁ ଅଧିକ ସମୟ ରହିଥାଏ ତେବେ ଏହା ‘ପବ୍ଲିକ୍‌ କଞ୍ଜସନ୍‌ ସିଷ୍ଟମ୍‌’ (ପିସିଏସ୍‌) କାରଣରୁ ହିଁ ହୋଇଥାଏ। ଦେଶର ପ୍ରତି ୩ ଜଣ ମହିଳାଙ୍କ ମଧ୍ୟରୁ ଜଣେ, କୌଣସି ନା କୌଣସି ସମୟରେ ଏହି ସମସ୍ୟାରେ ପଡ଼ିଥାନ୍ତି।

ଡାକ୍ତର ପ୍ରଦୀପ ମୁଲେଙ୍କ ଅନୁସାରେ “ପେଟର ନିମ୍ନ ଭାଗରେ ଦରଜ ହେବା ପାଇଁ ଏକାଧିକ କାରଣ ଦାୟୀ। ପିସିଏସ୍‌ ହେଉଛି ସବୁଠାରୁ ସାମାନ୍ୟ କାରଣ। ଏହା ମହିଳାମାନଙ୍କ ମଧ୍ୟରେ ଯୁବାବସ୍ଥାରେ ଅଧିକ ଦେଖାଦେଇଥାଏ। ଦରଜ ଏତେ ବେଶୀ ହୁଏ ଯେ, ଏହି ସମୟରେ  ମହିଳାମାନେ ଛିଡା ହେବାକୁ ସକ୍ଷମ ହୋଇ ନଥାନ୍ତି। ତେବେ ଶୋଇ ରହିବା ଦ୍ୱାରା କିଛିଟା ଆଶ୍ୱସ୍ତି ମିଳିଥାଏ। ପିସିଏସ୍‌ ଜଙ୍ଗ, ନତମ୍ବ ଓ ଭୁପ୍ତାଙ୍ଗର Varicose veins ସହ ସମ୍ବନ୍ଧିତ। ଏଥିରେ ଶିରା ସମାନ୍ୟରୁ ଅଧିକ ଟାଣି ହୋଇଯାଇଥାଏ।”

ସେ ଆହୁରି କହିଛନ୍ତି, “ଯେଉଁ ମହିଳାମାନେ ମାଆ ହୋଇ ସାରିଛନ୍ତି ଓ ଯୁବାବସ୍ଥାରେ ଅଛନ୍ତି, ସେମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ। କାରଣ ଏହି ବୟସର ମହିଳାମାନେ ସମସ୍ୟାକୁ ଗୁରୁତର ସହ ନେଇ ନଥାନ୍ତି ଓ ଏହା ଅଧିକ ବଢ଼ିଯାଇଥାଏ। ପିସିଏସ୍‌ର କୌଣସି ସ୍ପଷ୍ଟ କାରଣ ନାହିଁ। ହର୍‌ମୋନ୍‌ ଅସନ୍ତୁଳ ଯୋଗୁ ମଧ୍ୟ ଏହି ସମସ୍ୟାରେ ପଡ଼ି ପାରନ୍ତି। ଏଥିରେ ପ୍ରଭାବିତ ହେଉଥିବା ଅଧିକାଂଶ ମହିଳା ୨୦ରୁ ୪୫ ବର୍ଷର ହୋଇଥାନ୍ତି।

ଗର୍ଭାବସ୍ଥାରେ ହର୍‌ମୋନ୍‌ ସ୍ତରରେ ପରିବର୍ତ୍ତନ, ଓଜନ କମ୍‌ ଯୋଗୁ ଅଣ୍ଡାଶୟର ଶିରା ଉପରେ ଚାପ ପଡ଼ିଥାଏ। ଫଳରେ ଶିର ଦୁର୍ବଳ ହୋଇଯାଇଥାଏ ଓ ଏହି ସମସ୍ୟା ଅଧିକ ବଢ଼ିଯାଇଥାଏ।

ପେଟର ନିମ୍ନ ଭାଗରେ ପବନ ଅଟକିବା, ଗୁପ୍ତାଙ୍ଗରେ ଚାପ, ଶାରୀରିକ ସମ୍ପର୍କ, ପରିସ୍ରା ଅଥବା ମଳତ୍ୟାଗ ସମସ୍ୟ, ଅଧିକ ସମୟ ବସିବା କିମ୍ବା ଛିଡା ହେବା ଯୋଗୁ ଏହି ସମସ୍ୟା ଦେଖାଦେଇପାରେ।



from OdishaReporter https://ift.tt/2Lzb0B9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages