କ୍ୟାନ୍‌ସର୍‌ ଖବର ଦେବା ପରେ ପୁଅ ରଣବୀରଠୁ ଆସିଲା ଏମିତି ରିଆକ୍ସନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

କ୍ୟାନ୍‌ସର୍‌ ଖବର ଦେବା ପରେ ପୁଅ ରଣବୀରଠୁ ଆସିଲା ଏମିତି ରିଆକ୍ସନ୍

sonali

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ପ୍ରାଣଘାତୀ ‘ଗର୍ଭାଶୟ କ୍ୟାନ୍‌ସର’ ରୋଗରେ ପୀଡ଼ିତ ଅଛନ୍ତି। ନ୍ୟୁୟର୍କରେ ଏବେ ତାଙ୍କର ଚିକିତ୍ସା ଚାଲିଛି। କ୍ୟାନ୍‌ସର୍‌ରେ ପୀଡ଼ିତ ଥିବା ସୋନାଲି ବେନ୍ଦ୍ରେ ନିଜେ ସୋଶାଲ୍ ମିଡିଆରେ ପୋଷ୍ଟ୍‌ କରି ଜଣାଇଥିଲେ। ଏହାପରେ ନିଜ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ଅପଡେଟ୍‌ ସେ ଦେଇଆସୁଛନ୍ତି।  ନିକଟରେ ସୋନାଲି ନିଜ ଚୁଟି କଟା ସମୟର ଭିଡିଓ ଶେୟାର କରିଥିଲେ ଏବଂ ଏହା ଭାଇରାଲ୍‌ ହେଇଥିଲା। ଏବେ ସୋନାଲି ରୋଗ ସମ୍ପର୍କରେ ତାଙ୍କ ପୁଅକୁ କେମିତି ଜଣାଇଥିଲେ ସେ ସମ୍ପର୍କରେ ଲେଖି ପୋଷ୍ଟ୍‌ କରିଛନ୍ତି।

ସୋନାଲି ଲେଖିଛନ୍ତି,“୧୨ବର୍ଷ, ୧୧ମାସ ଏବଂ ୮ଦିନ ପୂର୍ବରୁ ଯେତେବେଳେ ତାର ଜନ୍ମ ହୋଇଥିଲା, ସେବେଠୁ ସେ ମୋ ମନରେ ରାଜ୍‌ କରୁଛି। ସେବେଠୁ ତାର ଯତ୍ନ ନେବା ମୋର ମୁଖ୍ୟ କାମ। ଯେତେବେଳେ ମୁଁ କ୍ୟାନ୍‌ସର୍‌ରେ ଆକ୍ରାନ୍ତ ହେଲି ସେତେବେଳେ ଏକଥା ମୁଁ ତାକୁ କେମିତି ଜଣାଇବି ସେଇଟା ମୋ ପାଇଁ ସବୁଠୁ ବଡ କଷ୍ଟଦାୟକ କଥା ଥିଲା। ଆମେ ସବୁବେଳେ ତାଙ୍କୁ ସତ୍ୟ ସହ ଜଡ଼ିତ ରଖିଛୁ। ଆଉ ମୋ ଜୀବନର ଏତେ ବଡ଼ ସତକୁ ମୋତେ ତାକୁ ଜଣାଇବାର ଥିଲା। ମନରେ ବାରମ୍ବାର ଗୋଟେ କଥା ଆସୁଥିଲା ଯେ ସେ କେମିତି ଏ କଥାକୁ ଗ୍ରହଣ କରିବ। କିନ୍ତୁ ଆଶ୍ଚର୍ଯ୍ୟର କଥା, ସେ ଏହି କଥାକୁ ବଡ଼ ସକାରାତ୍ମକ ଢଙ୍ଗରେ ଗ୍ରହଣ କଲା ଏବଂ ସଙ୍ଗେ ସଙ୍ଗେ ମୋର ସାହସ ପାଲଟିଗଲା। ଏବେ ସେ ମୋର ଯତ୍ନ ନେଉଛି। କେବେକେବେ ତାର ଭୂମିକା ବଦଳିଯାଉଛି ଏବଂ ମୁଁ କ’ଣ କରିବା ଦରକାର ସେ ମତେ ବୁଝାଉଛି।’

ଏବେ ସୋନାଲି ପୁଅ ରଣବୀର ସହ ଅଧିକରୁ ଅଧିକ ସମୟ ବିତାଉଛନ୍ତି ଏବଂ ଖୁସି ରହିବାକୁ ଚେଷ୍ଟା କରୁଛନ୍ତି।



from OdishaReporter https://ift.tt/2JGmPn9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages